Home Top News ଧୈର୍ଯ୍ୟ ଓ ସାହସର ସହ ବାତ୍ୟାକୁ ମୁକାବିଲା କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ...

ଧୈର୍ଯ୍ୟ ଓ ସାହସର ସହ ବାତ୍ୟାକୁ ମୁକାବିଲା କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

37

ଓଡିଶାରେ ବାତ୍ୟା ‘ଜୱାଦ୍‌’ର ସମ୍ଭାବ୍ୟ ପ୍ରଭାବ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌

– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସରକାର ‘ଜୱାଦ୍‌’ର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ
– ପ୍ରଶାସନ ଦ୍ୱାରା ଜାରୀ ସତର୍କ ସୂଚନାକୁ ପାଳନ କରିବାକୁ ପ୍ରଭାବିତ ଜିଲ୍ଲାବାସୀଙ୍କୁ ନିବେଦନ
– ‘ଜୱାଦ୍‌’ ପ୍ରଭାବରେ କାହାର କୌଣସି କ୍ଷତି ନ ହେଉ, ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା

ଭୁବନେଶ୍ୱର, ଡ଼ିସେମ୍ବର ୦୩ (ଓଡ଼ିଆ ପୁଅ) – ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’ ପାଇଁ ପ୍ରଶାସନ ଦ୍ୱାରା ଜାରୀ ହୋଇଥିବା ସତର୍କ ସୂଚନାକୁ ପାଳନ କରିବା ସହ ଧୈର୍ଯ୍ୟ ଓ ସାହସର ସହ ବାତ୍ୟାର ମୁକାବିଲା କରିବା ପାଇଁ ପ୍ରଭାବିତ ଜିଲ୍ଲାବାସୀଙ୍କୁ ଟ୍ୱିଟ୍ ଜରିଆରେ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଭାରତ ସରକାର ସମ୍ଭାବ୍ୟ ବାତ୍ୟା ‘ଜୱାଦ’ର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ପ୍ରଧାନମନ୍ତ୍ରୀଜୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ପାଇଁ ଅନୁଷ୍ଠିତ ପ୍ରସ୍ତୁତି ସମୀକ୍ଷା ବୈଠକରେ ଓଡ଼ିଶା ସମେତ ପ୍ରଭାବିତ ଅଂଚଳର ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ବାତ୍ୟାର ମୁକାବିଲା ପାଇଁ ସମସ୍ତ ମନ୍ତ୍ରଣାଳୟ ଏବଂ ସଂସ୍ଥା ଗୁଡ଼ିକ ମିଳିତ ଭାବେ କାମ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ବାତ୍ୟା ସମୟରେ ବିଦ୍ୟୁତ୍ ଯୋଗାଣ, ଟେଲି ଯୋଗାଯୋଗ, ବିଶୁଦ୍ଧ ପାନୀୟ ଜଳ ସହ ଅତ୍ୟାବଶ୍ୟକ ସାମଗ୍ରୀ ଆଦି ବିଭିନ୍ନ ଜରୁରୀ ସେବାକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରାକୃତିକ ବିପତି ସମୟରେ ଓଡ଼ିଶାର ଭାଇ ଭଉଣୀ ଓ ଗୁରୁଜନମାନଙ୍କୁ ଅନୁରୋଧ, ସମସ୍ତେ ପ୍ରଶାସନ ଦ୍ୱାରା ଜାରୀ କରାଯାଇଥିବା ସତର୍କ ସୂଚନାକୁ ପାଳନ କରିବା ଏବଂ ଧୈର୍ଯ୍ୟ ଓ ସାହସର ସହ ବାତ୍ୟାକୁ ମୁକାବିଲା କରିବା। ‘ଜୱାଦ୍‌’ ପ୍ରଭାବରେ କାହାର କୌଣସି କ୍ଷତି ନ ହେଉ, ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.