Home ଜିଲ୍ଲା ପରିକ୍ରମା ଧୂଷୁରୀ ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା ପରେ ବିଜେପିର ସାମ୍ବାଦିକ ସମ୍ମିଳନୀ

ଧୂଷୁରୀ ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା ପରେ ବିଜେପିର ସାମ୍ବାଦିକ ସମ୍ମିଳନୀ

18
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ରାଜ୍ୟ ସରକାର ୧୨ ଟି ନୂତନ ଏନଏସି ଗଠନ ଘୋଷଣା କରିଛନ୍ତି ।ଏଥିରେ ଧାମନଗର ବ୍ଳକର ଧୂଷୁରୀ କୁ ନୂଆ ଏନଏସି ଭାବେ ଗ୍ରହଣ କରାଯାଇଛି ।ସରକାରଙ୍କ ଏହି ଘୋଷଣା ଉକ୍ତ ଅଂଚଳ ରେ ଖୁସିର ବାତାବରଣ ସୃଷ୍ଟି କରିଛି । ଭଦ୍ରକ ଜିଲ୍ଲାର ଧୂଷୁରୀ ନାମ ରହିଥିବା ଜଣାପଡିଛି ।ଅନେକ ଦିନ ଧରି ଧୂଷୁରୀ ପଂଚାୟତକୁ ଏନଏସି ଘୋଷଣା କରିବା ପାଇଁ ଦାବି ହୋଇଥିଲା ।ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏଥିପାଇଁ ପ୍ରୟାସ ଆରମ୍ଭ କରିଥିଲେ ।ଯାହା ଏବେ ବାସ୍ତବତାର ରୂପ ନେଉଛି ।ନୂତନ ଏନଏସିରେ ସମ୍ପୂର୍ଣ୍ଣ ଧୂଷୁରୀ ପଂଚାୟତର ୧୪ ଟି ୱାର୍ଡ ସମେତ ପଡୋଶୀ ନଦୀଗାଁ ପଂଚାୟତର ସାହାଜିପାଟଣା ଗୋଟିଏ,ବମକୁରା ପଂଚାୟତର ଭଣ୍ଡାରୀପଡାର ଦୁଇଟି ଏବଂ କୋଠାର ପଂଚାୟତର ପତ୍ରିସାହି,ଖୋପସାହି ଏବଂ ବାଙ୍କସାହି ତିନୋଟି ୱାର୍ଡକୁ ଅନ୍ତର୍ଭୁକ୍ତ କରିବା ସରକାରଙ୍କ ସହରି କରଣ ଯୋଜନାରେ ସାମିଲ ହେବ ଏବଂ ଏହି ଅଂଚଳରେ ବିବିଧ ସହର ସୁବିଧା ସୁଯୋଗ ଉପଲବ୍ଧ ହେବ ।ଏହି ଘୋଷଣା ପରେ ଧୂଷୁରୀ ପଂଚାୟତ ଅଫିସ ପରିସରରେ ରବିବାର ଦିନ ୧୧ ଟା ସମୟରେ ବିଜେପି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।ପୂର୍ବତନ ସରପଂଚ ଅନିରୁଧ ସାହୁ ଙ୍କ ସଂଯୋଜନା ରେ ଧାମନଗର ବ୍ଲକ ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ କୁମାର ପୁହାଣ,ଧୂଷୁରୀ ସରପଂଚ ଅନ୍ତର୍ଯ୍ୟାମୀ ପତି ।ବିଜେପି ନେତା ଚତୃଭୂଜ ନାୟକ,ନାରୀନେତ୍ରୀ ସୁଜାତା ମହାନ୍ତି,ଦୀପ୍ତି ରଞ୍ଜନ ଦାସ,ଅଜୟ ବଳ ପ୍ରମୁଖ ରାଜ୍ୟ ସରକାର ଙ୍କୁ ଅଭିନନ୍ଦନ ଜଣାଇ ଥିଲେ ।ଉକ୍ତ ଅଂଚଳ ର ଆବଶ୍ୟକତା କୁ ସରକାର ପୂରଣ କରିଛନ୍ତି ବୋଲି ମଧ୍ୟ ସେମାନେ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.