ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଷ୍ଟେଟ ବ୍ୟାଙ୍କ ସମୁଖ ମା କାଳୀ ଯାତ୍ରା ପଡିଆ ରେ ଧୂଷୁରୀ ପ୍ରିମିୟର ଲିଗ କ୍ରିକେଟ ଟୁର୍ନାମେଂଟର ତୃତୀୟ ଲିଗ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ସାମ୍ୱାଦିକ ବୈକୁଣ୍ଠ ନାଥ ସାହୁ, ସାମ୍ୱାଦିକ ପ୍ରଦୀପ ମହାପାତ୍ର , କିଶାନ କୁମାର ରାଉତ ,ସଞ୍ଜୀବ ମହାନ୍ତି ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରି ଥିଲେ । ପ୍ରଥମ ରାଉଣ୍ଡରେ ଭଦ୍ରକ ନଦୀଗାଁ ର ଜେଜେଏନସିଟି ସହିତ ଯାଜପୁର କୁଅଁରସାହି ର ବିସିସି କ୍ରିକେଟ ଟିମ ମଧ୍ୟରେ ଖେଳ ଅନୁଷ୍ଠିତ ହେଇଥିଲା। ନଦୀଗାଁ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଆଠ ଓଭର ରେ ୩ ଉଇକେଟ ହରାଇ ୧୫୦ ରନ ସଂଗ୍ରହ କରିଥିଲେ। ଅଜୟ ରାଉତ ସର୍ବାଧିକ ୫୭ ରନ କରିଥିଲେ । ଜବାବରେ କୁଅଁରସାହି ନିର୍ଦ୍ଧାରିତ ଓଭର ରେ ୩ ଉଇକେଟ ହରାଇ ମାତ୍ର ୫୭ ରନ କରି ପରାସ୍ତ ହୋଇଥିଲେ। ଦ୍ୱିତୀୟ ରାଉଣ୍ଡ ଭଦ୍ରକ ଓଲଟପୁର ର ଏନଜି କ୍ଲବ ସହିତ କେନ୍ଦ୍ରାପଡ଼ା ଆଳିର ଇଲେଭେନ ଷ୍ଟାର ମଧ୍ୟରେ ଖେଳ ଅନୁଷ୍ଠିତ ହେଇଥିଲା। ଆଳି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଆଠ ଓଭର ରେ ୭ ଉଇକେଟ ହରାଇ ୯୫ ରନ ସଂଗ୍ରହ କରିଥିବା ବେଳେ ଟିମ ପକ୍ଷରୁ ଅମରଜିତ୍ ସର୍ବାଧିକ ୬୨ ରନ ସଂଗ୍ରହ କରିଥିଲେ। ଜବାବରେ ଓଲଟପୁର ନିର୍ଦ୍ଧାରିତ ଓଭର ରେ ୫ ଉଇକେଟ ହରାଇ ଆବଶ୍ୟକ ୯୬ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲେ । ଟିମ ପକ୍ଷରୁ ଚିକୁନ ପଣ୍ଡା ସର୍ବାଧିକ ୩୭ ରନ ସଂଗ୍ରହ କରିଥିଲେ । ଅପରାହ୍ନ ରେ ନଦୀଗାଁ ଓ ଓଲଟପୁର ମଧ୍ୟରେ ଏକ ଚିତାକର୍ଷକ କ୍ୱାଟ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେଇଥିଲା। ନଦୀଗାଁ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧରିତ ଓଭରରେ ୬ ଉଇକେଟ ହରାଇ ୧୨୯ ରନ ସଂଗ୍ରହ କରି ଥିବା ବେଳେ ଟିମ ପକ୍ଷରୁ ଅଜୟ ରାଉତ ନିଜସ୍ୱ ୫୬ ରନ ସଂଗ୍ରହ କରିଥିଲେ । ଜବାବ ରେ ଓଲଟପୁର ନିର୍ଦ୍ଧାରିତ ଓଭର ରେ ୨ ଉଇକେଟ ୮୭ ରନ ସଂଗ୍ରହ କରି ପରାସ୍ତ ହୋଇଥିଲେ। ଫଳରେ ନଦୀଗାଁ ସେମି ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲା ।ଅମ୍ପୀୟାର ଭାବେ ସଂଜିପ ରଣା ଓ ନିର୍ମାଲ୍ୟ ତରାଇ ଖେଳ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ସୁନ୍ଦର ଲାଲ ମାଝି, ଦିବ୍ୟରଞ୍ଜନ ସ୍ୱାଇଁ, ଶାନ୍ତନୁ ସାହୁ, ତ୍ରିଲୋଚନ ପତି ଥିବା ବେଳେ ଭାସ୍ୟକାର ଭାବେ ସରୋଜ ରାଉତ ଓ ଶୁଭ ରଞ୍ଜନ ମେକାପ ଧାରା ବିବରଣି ଦେଇଥିଲେ । ପ୍ରକାଶ ଯେ ପ୍ରଥମ କ୍ୱାଟର ଫାଇନାଲରେ ଧାମନଗର ଏବଂ ଦ୍ୱିତୀୟ କ୍ୱାଟର ଫାଇନାଲ ବେତାଳିଗାଁ ବିଜୟୀ ଲାଭ କରି ସେମିଫାଇନାଲ କୁ ମନୋନୀତ ହୋଇସାରିଛି।