Home ଜିଲ୍ଲା ପରିକ୍ରମା ଧୁଷୁରୀ ୟୁକୋ ବ୍ୟାଙ୍କରୁ ଲୁଟ ଉଦ୍ୟମ ବିଫଳ, ଲକର ଭାଙ୍ଗିବା ବେଳେ ସାଇରନ ବାଜିବାରୁ ପଳାଇଲେ...

ଧୁଷୁରୀ ୟୁକୋ ବ୍ୟାଙ୍କରୁ ଲୁଟ ଉଦ୍ୟମ ବିଫଳ, ଲକର ଭାଙ୍ଗିବା ବେଳେ ସାଇରନ ବାଜିବାରୁ ପଳାଇଲେ ଲୁଟେରା

12

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଅଂଚଳରେ ଏବେ ଦିନକୁଦିନ ଚୋର ମାନେ ପୋଲିସକୁ ଚକମା ଦେଇ ବିଭିନ୍ନ ସ୍ଥାନ ରେ ଚୋରିକରି ଖସି ଯାଉଛନ୍ତି। ଏମିତି ରବିବାର ରାତିରେ ଧାମନଗର ବ୍ଳକର ଧୁସୁରୀ ରେ ଥିବା ୟୁକୋ ବ୍ୟାଙ୍କରେ ଘଟିଛି। ଚୋର ମାନେ ବ୍ୟାଙ୍କ ଝରକା ଗ୍ରିଲ କାଟି ଭିତରକୁ ପଶିଥିଲେ , ବ୍ୟାଙ୍କ ଲକର ଭାଙ୍ଗିବା ବେଳେ ସାଇରନ ବାଜିଥିଲା ଫଳରେ ଚୋର ଖସି ପଳାଇ ଥିଲେ ।ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳ ରେ ପହଂଚିଥିଲେ ଯାଂଚ ଆରମ୍ଭ କରିଛି । ସିସିଟିଭି ଓ ଅନ୍ୟାନ୍ୟ ଦିଗ କୁ ନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ପ୍ରକୃତ ରେ ଲୁଟ ବିଫଳ ହୋଇଥିବା କହିଛନ୍ତି ଏସ ଡ଼ି ପି ଓ ତ୍ରିଲୋଚନ ସେଠି । ଫରେନ୍ସିକ ଟିମ ଓ ଡଗ ସ୍କ୍ୱାର୍ଡ ପହଂଚି ତଦନ୍ତ କରୁଛି । ଏ ନେଇ ଧୂଷୁରୀ ଥାନାରେ କେସ ନମ୍ୱର ।୪୮୦/୨୫ ରେ ମାମଲା ରୁଜୁ ହୋଇଥିବା ବେଳେ ଏହାର ତଦନ୍ତଭାର ଥାନାର ଏସ ଆଇ ବାସୁଦେବ ଓରାମ ନେଇଛନ୍ତି। ତେବେ ରାସ୍ତା ପାଖରେଥିବା ଏହି ବ୍ୟାଙ୍କ ରେ ଚୋରି ଉଦ୍ୟମ କୁ ନେଇ ସ୍ଥାନୀୟ ପୋଲିସ କୁ ଦାୟୀ କରିଛନ୍ତି ସାଧାରଣ ଲୋକ ମାନେ।ସେମାନେ ରାତ୍ରୀ କାଳୀନ ପେଟ୍ରୋଲିଂ ପୋଲିସ କରୁବୋଲି ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.