ଭଦ୍ରକ, ୧୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ପଙ୍ଗଟା ଛକ ଠାରେ ଶୁକ୍ରବାର ଧୁସୁରୀ ପୋଲିସ ଦ୍ୱାରା ରାତ୍ରି ପେଟ୍ରୋଲିଂ ସମୟରେ ୨ ଟି କୋଇଲା ବୋଝେଇ ପିକ୍ଅପ୍ ଜବତ କରିଛନ୍ତି । ୨ ଚାଳକ ମଧ୍ୟରୁ ଜଣେ ଫେରାର, ଅନ୍ୟ ଜଣେ କୋର୍ଟ ଚାଲାଣ କରାଯାଇଛି। ଧୁଷୁରି ଥାନା ରେ କେସ ନମ୍ବର ୧୬୧/୨୫ ଓ କେସ ନମ୍ବର ୧୬୨/୨୫ ରୁଜୁ କରି ଘଟଣାର ତଦନ୍ତ ଜାରି ରହିଛି। ଉକ୍ତ କୋଇଲା ଗାଡ଼ି ଜବତ ଧୁଷୁରି ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ ଙ୍କ ତତ୍ୱାବଧାନରେ ହୋଇଥିଲା। ୨ ଟି କୋଇଲା ବୋଝେଇ ଗାଡ଼ି ଧରା ପଡ଼ିଛି। ଆଗାମୀ ସମୟରେ ପେଟ୍ରୋଲିଂ କୁ କଡାକଡି କରାଯିବା ସହ ଚୋରା କୋଇଲା ଚାଲାଣ ଉପରେ ଅଧିକ ଦୃଷ୍ଟି ଦିଆଯିବ ବୋଲି ଆଇ ଆଇ ସି ସୂଚନା ଦେଇଛନ୍ତି।








