ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ଥାନା ଅଧିନ କୋଠାର ପଞ୍ଚାୟତ ବଡ ପୋଖରୀ ଆଡି ରେ ରହୁଥିବା ବିଜୁ ଦାସଙ୍କ ପୁଅ ଶକ୍ତି ଦାସ ୧୮ ବର୍ଷ ମୃତ୍ୟ କୁ ନେଇ ସନ୍ଧେହ ସୃଷ୍ଟି ହୋଇଛି। ହୋଲି ଦିନ ରଙ୍ଗ ଖେଳ ଚାଲିଥିବା ବେଳେ ପୋଖରୀ ଆଡ଼ି ରେ ଥିବା ଏକ ଗଛରେ ଶକ୍ତିର ମୃତ ଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ମଧ୍ୟ ରହିଥିଲା। ହେଲେ ପରିବାର ଲୋକେ ଡାକ୍ତର ଖାନା କିମ୍ୱା ପୋଲିସକୁ ସୂଚନା ନଦେଇ ତରବରିଆ ଭାବେ ନିକଟ ମଶାଣିରେ ପୋଡ଼ି ଦେଇଥିଲେ। ଯାହାକୁ ନେଇ ସନ୍ଧେହ ସୃଷ୍ଟି ହୋଇଛି। ସୂଚନା ଥାଉ କି ଶକ୍ତି ଦାସ ଏକ ଯୁବତୀଙ୍କ ସହିତ ପ୍ରେମ ହୋଇଥିଲା। ହୋଲି ପୂର୍ବଦିନ ଏହାକୁ ନେଇ ପରିବାର ପକ୍ଷରୁ ଝଗଡ଼ା ମଧ୍ୟ ହୋଇ ଥିଲା । ଏହି ଝଗଡ଼ା ଉଗ୍ରରୂପ ନେଇଥିଲା। ତାପରଦିନ ଶକ୍ତିର ମୃତ ଦେହ କୋଠାର ବଡ ପୋଖରୀ ଆଡ଼ି ର ଥିବା ଏକ ଗଛରେ ଉଦ୍ଧାର କରା ଯାଇଥିଲା। ହେଲେ ଖବର ପ୍ରଘଟ ହେବା ପୁର୍ବରୁ ତରବରିଆ ଭାବେ ମଶାଣିକୁ ନେଇ ପୋଡି ଦେଇଥିଲେ। ପୋଲିସକୁ ଖବର ଦେଇନଥିଲେ କି ଶବ ବ୍ୟବଚ୍ଛଦ କରିବାକୁ ନେଇନଥିଲେ। ଯାହାକୁ ନେଇ ପରିବାର ଲୋକଙ୍କ ଉପରେ ସଂଦେହ ସୃଷ୍ଟି ହୋଇଛି। ତେବେ ଏନେଇ ଶକ୍ତିର ମା କୁହନ୍ତି କି ପୁଅ ହୋଲି ଦିନ ହୃଦ ଘାତ ହୋଇଯାଇ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଧୁଷୁରୀ ଥାନା ଅଧିକାରୀ ଶାନ୍ତନୁ ଜେନାଙ୍କୁ ପଚାରିବାରୁ କୁହନ୍ତି କି ଆମ ପାଖରେ କୌଣସି ଅଭିଯୋଗ ପହଂଚି ନାହିଁ। ଯଦି ପହେଂଚ ତେବେ ତାହାର ତଦନ୍ତ କରାଯିବ। ତେବେ ଯାହାବି ହେଉ, ଗୋଟେ ୧୮ ବର୍ଷର ଯୁବକ ଯଦି ଆତ୍ମହତ୍ୟା କରିଥିଲା। ହେଲେ ପୋଲିସକୁ ସୂଚନା ନଦେଇ ଲୁଚା ତରବରିଆ ଭାବେ ଶବ ବ୍ୟବଚ୍ଛେଦ ନକରି ସମସ୍ତ ପ୍ରମାଣ କାହିଁକି ନଷ୍ଟ କରିଦେଲେ ପରିବାର ଲୋକେ। ଯାହାକୁ ନେଇ ସନ୍ଧେହ ବଢିଛି । ଏଣୁ ପୋଲିସ ଆଡୁ ଏତାଲ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରାଯାଇ ଶକ୍ତିକୁ ନ୍ୟାୟ ପ୍ରଦାନ କରିବାକୁ ବିଭିନ୍ନ ମହଲ ରୁ ଦାବି ହେଉଚି।ତେବେ ଏହା ପ୍ରେମ ଜନିତ ହତ୍ୟା ନା ଆତ୍ମହତ୍ୟା ପୋଲିସ ଅଧିକ ତଦନ୍ତ କରିବାର ଆବଶ୍ୟକତା ରହିଛି।