Home ଜିଲ୍ଲା ପରିକ୍ରମା ଧୁମଧାମର ସହ ସମ୍ପନ୍ନ ହେଲା ଆଖଣ୍ଡଳମଣିଙ୍କ ଶିବବିବାହ, ବରାନୁଗମନ ଶୋଭାଯାତ୍ରାରେ ଯୋଗଦେଲେ ୪୦ହଜାର ଶ୍ରଦ୍ଧାଳୁ, ରାଜରାଜେଶ୍ୱର...

ଧୁମଧାମର ସହ ସମ୍ପନ୍ନ ହେଲା ଆଖଣ୍ଡଳମଣିଙ୍କ ଶିବବିବାହ, ବରାନୁଗମନ ଶୋଭାଯାତ୍ରାରେ ଯୋଗଦେଲେ ୪୦ହଜାର ଶ୍ରଦ୍ଧାଳୁ, ରାଜରାଜେଶ୍ୱର ବେଶରେ ଦର୍ଶନ ଦେଲେ ବାବା

9

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ପାଇଁ ଶନିବାର ଉତ୍ସବମୁଖର ହୋଇ ଉଠିଥିଲା ଆରଡିପୀଠ। ମଧ୍ୟରାତ୍ରରେ ବିବାହ ବନ୍ଧନରେ ବାନ୍ଧି ହେଲେ ଦେବଦମ୍ପତି। ବୈଦିକ ରୀତିନୀତି ଓ ଲୋକାଚାରରେ ମାନବୀୟ ଲିଳା ଭାବେ କନ୍‌ଯାପିତା ବିଶ୍ୱଜିତ ପାଢୀଙ୍କ ପକ୍ଷରୁ ମଣିବାବାଙ୍କୁ ବରଣ ନିମନ୍ତେ ପାର୍ବତୀଙ୍କ ଭାଇ ଭାବେ ପବନପୁତ୍ର ହନୁମାନ ବରଧରା ରୂପେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ବାହାରି ପୀଠ ଓ ମୁଖ୍ୟ ବଜାର ପରିକ୍ରମା କରିବା ପରେ ବରପିତା ଆଲୋକ ପଣ୍ଡାଙ୍କ ଘରେ ପହଁଚିବା ପରେ ବ୍ରାହ୍ମଣ ଓ ଜ୍ୟୋତିଷ୍କଙ୍କ ଦ୍ୱାରା ବରଣ କରାଯାଇଥିଲା। ଏହି ଶୋଭାଯାତ୍ରରେ ଢେଙ୍କାନାଳର ଦୁଲୁଦୁଲି ବାଦ୍ୟ ସାଙ୍ଗକୁ ରାଜସ୍ଥାନ ଅଘୋରୀ ନୃତ୍ୟ, ବ୍ରହ୍ମପୁରର ଯୋଡିଶଙ୍ଖ, କଙ୍କାଳ ନୃତ୍ୟ, କଲିକତା ମେଦିନପୁରର ମୟୁରଚୂଳିଆ ବାଦ୍ୟ, କେନ୍ଦୁଝରର କଳସ ନୃତ୍ୟ, ଦେବଗଣଙ୍କ ସହ ବିଭିନ୍ନ ଜିଲାରୁ ଆସିଥିବା ସଂକିର୍ତନ ମଣ୍ଡଳୀ, ଘଂଟବାଦ୍ୟକାର ମାନେ ଯୋଗ ଦେଇଥିଲେ। ଅପରାହ୍ଣ ୪ଟାରେ ମଣିବାବା ଓ ମାତା ପାର୍ବତୀଙ୍କୁ ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଯିବା ପରେ ବରପିତା ଓ କନ୍ୟାପିତାଙ୍କ ପକ୍ଷରୁ ଦିଅଁ ମଙ୍ଗୁଳା ଓ ହଳଦୀପାଣି ନୀତି କରାଯାଇଥିଲା। ସଂଧ୍ୟା ୭ଟାରେ ଦେବଦେବ ମହାଦେବ ବର ରୂପେ ବିମାନରେ ବିଜେ କରି ବରାନୁଗମନ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରରେ ଭକ୍ତ ଓ ଭଗବାନଙ୍କର ମହାମିଳନ ହୋଇଥିଲା। ରାତ୍ର ୧ଟା ଯାଏଁ ଶୋଭାଯାତ୍ରା ଚାଲିବା ପରେ ମନ୍ଦିର ସମୁଖରେ ନିର୍ମିତ ବିବାହ ମଣ୍ଡପରେ ଦେବଦମ୍ପତିଙ୍କର ବିବାହ କାର୍ଯ୍ୟ ଲୋକାଚାରରେ ଅନୁଷ୍ଠିତ ହୋଇଥିଲା। ଦେବଦମ୍ପତିଙ୍କ ବିବାହ ଉତ୍ସବ ଦେଖିବା ପାଇଁ ୪୦ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା ପୀଠରେ। ଭିଡକୁ ଦୃଷ୍ଟିରେ ରଖି ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍‌ଯବସ୍ଥା କରାଯାଇଥିଲା। ଏଥିସହ ବାବାମଣି ଡିଗ୍ରୀ ମହାବିଦ୍‌ଯାଳୟର ଅଧ୍ୟାପକ ବିଜୟ କୁମାର ଦାଶଙ୍କ ତ୍ୱତାବୋଧନରେ ୪୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ସେବା ଯୋଗାଇଥିବା ବେଳେ ପିରାହାଟର ପ୍ରଦେଶ ସେବା ସଂଗଠନ, ସତ୍ୟସାଇ ସେବା ସଂଗଠନ ଆଦି ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ସେବା ଯୋଗାଇ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.