Home ଜିଲ୍ଲା ପରିକ୍ରମା ଧାରଣା ଓ ରାସ୍ତା ରୋକ ପରେ ମଣ୍ଡିରୁ ଉଠିଲା ଧାନ

ଧାରଣା ଓ ରାସ୍ତା ରୋକ ପରେ ମଣ୍ଡିରୁ ଉଠିଲା ଧାନ

25

ଧାରଣା ଓ ରାସ୍ତା ରୋକ ପରେ ମଣ୍ଡିରୁ ଉଠିଲା ଧାନ
ବାହାନଗା, ୩ା୩( ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବାହାନଗା ସେବା ସମବାୟ ସମିତି ଆଗରେ ଚାଷୀ ମାନେ ଧାଣାରେ ବସିଥିଲେ । ଅଭାବୀ ଧାନର ବିକ୍ରି ପ୍ରତିବାଦରେ ଚାଷୀ ମାନେ ପଥରପେଣ୍ଠ ସରପଞ୍ଚ ଦେବାନନ୍ଦ ମଲ୍ଲିକ ଓ ବାହାନଗା ସରପଞ୍ଚ ରଶ୍ମିତା ସିଂଙ୍କ ନେତୃତ୍ୱରେ ସେବା ସମବାୟ ସମିତି ଆଗରେ ଓ ରାସ୍ତ।। ଉପରେ ଧାନ ବସ୍ତା ରଖି ଅନିଦର୍ଦ୍ଦିଷ୍ଟ କାଳ ଧାରଣାରେ ବସିଥିଲୋ । ଏଥିରେ ବାହାନଗା ଓ ପଥରପେଣ୍ଠର ଚାଷୀ ମାନେ ପ୍ରବଳ ଖରା ସତ୍ୱେ ଧାନ ବସ୍ତା ରଖି ବସି ରହିଥିଲେ । କିଛି ସମୟ ପାଇଁ ତଳ ରାସ୍ତା ମଧ୍ୟ ଅବରୋଧ କରିଥିଲେ । ଗୋଟିଏ ଦିନ ବିତି ଯିବା ପରେ ଉପରିସ୍ଥ ଅଧିକାରୀ ମାନେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରି ଧାନ ଉଠିବା ଟାର୍ଗେଟ ଦିଆଯିବା ସହ ସମସ୍ତଙ୍କ ଧାନ କିଣାଯିବା ନେଇ ପ୍ରତିଶୃତି ପରେ ଅବସ୍ଥା ଶାନ୍ତ ପଡ଼ି ଥିଲା । ଫଳରେ ବୁଧବାର ମିଲର ମାନେ ସେବା ସମବାୟ ସମିତିକୁ ଆସି ଧାନ କିଣି ଥିବାର ଦେଖା ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.