Home ଜିଲ୍ଲା ପରିକ୍ରମା ଧାମରା ୫ନଂ ଜୋନ କୁ ନେଇ ପ୍ରଶ୍ନବାଚୀ, ସାଧାରଣ ଲୋକଙ୍କୁ ବଳି ପକାଇ ନିଜର ସ୍ୱାର୍ଥ...

ଧାମରା ୫ନଂ ଜୋନ କୁ ନେଇ ପ୍ରଶ୍ନବାଚୀ, ସାଧାରଣ ଲୋକଙ୍କୁ ବଳି ପକାଇ ନିଜର ସ୍ୱାର୍ଥ ହାସଲ କରୁଛନ୍ତି ଜନ ପ୍ରତିନିଧି

71

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଚାନ୍ଦବାଲି ବିଧାନସଭା ଆସନ ମଧ୍ୟରେ ୫ନଂ ଜିଲ୍ଲା ପରିଷଦ ଜୋନକୁ ନେଇ ପ୍ରଶ୍ନବାଚୀ ହୋଇ ପଡିଛି। ବିଗତ ଦିନ ମାନଙ୍କରେ ଏହି ଜୋନରୁ ବିଜୟୀ ହୋଇଥିବା ପ୍ରାର୍ଥୀ ଏବଂ ପ୍ରାର୍ଥିନୀ ମାନେ ସାଧାରଣ ଲୋକଙ୍କ ସମସ୍ୟାକୁ ଅତି ହୀନ ମନେ କରିଥିବା ବେଳେ ଆସନ୍ତା ନିର୍ବାଚନରେ ସେମାନେ କାହାକୁ ନିର୍ବାଚିତ କରିବେ ସେ ନେଇ ଦ୍ୱନ୍ଦ ଉପୁଜିଛି। ୧୯୯୭ ମସିହାରେ ଆରମ୍ଭ ହୋଇଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ମିନାକ୍ଷୀ ଦାସ ବିଜୟ ଲାଭ କରିଥିବା ବେଳେ, ୨୦୦୨ରେ ବିଜୁ ଜନତା ଦଳ ତର‘ରୁ ବଳଭଦ୍ର ଲେଙ୍କା, ୨୦୦୭ ମସିହାରେ ବଳଭଦ୍ର ଲେଙ୍କାଙ୍କ ଧର୍ମପତ୍ନୀ ମନୋରମା ଲେଙ୍କା, ୨୦୧୨ ମସିହାରେ ପୁନଶ୍ଚ ବଳଭଦ୍ର ଲେଙ୍କା ନିର୍ବାଚିତ ହୋଇଥିବା ବେଳେ ୨୦୧୭ ମସିହାରେ ବିଜୁ ଜନତା ଦଳ ତରଫରୁ ବିଳାସିନୀ ଦାସ ବିପକ୍ଷ ଙ୍କ ଠାରୁ ଅଧିକ ୩ହଜାର ଭୋଟ ହାତେଇ ଜିତିଥିଲେ। ମାତ୍ର ଏହି ୫ଟି ନିର୍ବାଚନ ପରିପ୍ରେକ୍ଷୀରେ କୌଣସି ପ୍ରାର୍ଥୀ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ଚିନ୍ତିତ ନଥିବା ବେଳେ ଅଂଚଳର ଉନ୍ନତି ପାଇଁ କୌଣସି ପଦକ୍ଷେପ ନେବାତ ଦୂରର କଥା ଜିଲ୍ଲା ପ୍ରଶାସନ କିମ୍ବା ବନ୍ଦର ପ୍ରଶାସନ ପାଖରେ ଏ ନେଇ କୌଣସି ଦାବି ମଧ୍ୟ ଉପସ୍ଥାପନା କରିବାରେ ସମ୍ଭବ ହୋଇ ନଥିବା ଜଣାଯାଇଛି।

ଫଳରେ ଦିନକୁ ଦିନ ସାଧାରଣ ଲୋକେ ଜନପ୍ରତିନିଧି ମାନଙ୍କ ପାଖରୁ ବିଶ୍ୱାସ ହରାଉଥିବା ଜଣାଯାଇଛି।ଏହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ଭଳି ଦିନରେ ଧାମରା ବନ୍ଦରରେ ନିଯୁକ୍ତି ଠାରୁ ଆରମ୍ଭ କରି କୃଷି ଓ କୃଷକର ଉନ୍ନତି, ଅଂଚଳର ଉନ୍ନତି ପାଇଁ କୌଣସି ଗୋଟିଏ ଆଖିଦୃଶିଆ ପଦକ୍ଷେପ ନେଇ ନାହାନ୍ତି। ଏ ବିଷୟରେ କମ୍ୟୁନିଷ୍ଟ ନେତା କାର୍ତିକ ଖିଲାର କୁହନ୍ତି ଜିଲ୍ଲା ପରିଷଦ ପ୍ରତିନିଧି କେବଳ ଧାମରା ବନ୍ଦରରେ ସ୍ଥାନୀୟ ନିଯୁକ୍ତି ସାଧାରଣ କଥା ମନେ ହେଉଥିବା ବେଳେ ନିର୍ବାଚିତ ଲୋକ ପ୍ରତିନିଧି ଚିନ୍ତା ଚେତନାର ପରି ପ୍ରକାଶ କେବଳ ଲୋକ ଦେଖାଣିଆ କାର୍ଯ୍ୟ କରିବା ସହ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଉଛନ୍ତି। ନିଜର ସ୍ୱାର୍ଥ ପାଇଁ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ବଳି ପକାହେଉଛି। କୃଷି ଏବଂ କୃଷକଙ୍କ କଥା ମନରୁ ପାଶୋରି ପକାଉଛନ୍ତି, ଆଜି ଭଳି ଦିନରେ ଜଳ ସେଚନ, ଜଳ ନିଷ୍କାସନ ପ୍ରତି ଗୁରୁତ୍ୱ ଦିଆଯାଇଥିଲେ କୌଣସି ବାତ୍ୟାରେ ସାଧାରଣ କୃଷକ ନିଜ ଧାନ ଅମଳ କରିବାରେ କୌଣସି ବାଧ ବିଘ୍ନ ରହି ନଥାନ୍ତା। ମାତ୍ର ଭୋଟ ସମୟ ପାଖେଇ ଆସିଲେ କେବଳ ନତ ମସ୍ତକ ହୋଇ ନୋଟ ଦେଇ ଭୋଟ ଭିକ୍ଷା କରୁଥିବା ନଜରକୁ ଆସିଛି।

ସାଧାରଣ ଚାଷୀ ପରିବାରେ ଜନ୍ମିତ ନାମକୁ ମାତ୍ର ଚାଷୀ ବିଦ୍ୟାଧର ମଲିକ କୁହନ୍ତି ଜିଲ୍ଲା ପରିଷଦ ମାନଙ୍କ ହାତରେ ଅସୀମ କ୍ଷମତା ଥିବା ବେଳେ ସେମାନେ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିବା ବେଳେ ସାଧାରଣ ଚାଷୀ ଏବଂ ସ୍ଥାନୀୟ ଲୋକଙ୍କ ନିଯୁକ୍ତି କଥା କେବଳ ଭୋଟ ଆସିଲେ ଭାଷଣରେ ନିଜର ଭାଷଣବାଜୀ ଦେଇଥାନ୍ତି ଅନ୍ୟ ପକ୍ଷରେ ଦୀର୍ଘ ୨୫ବର୍ଷ ମଧ୍ୟରେ ଧାମରା ଜୋନରେ କୌଣସି ଆଖିଦୃଶିଆ କାର୍ଯ୍ୟ ହୋଇ ନାହିଁ କିମ୍ବା ସାଧାରଣ ଚାଷୀ ତଥା ଧାମରା ବନ୍ଦରରେ ସ୍ଥାନୀୟ ନିଯୁକ୍ତି କେବଳ ପ୍ରହସନ ହୋଇ ରହିଯାଇଛି।ଅନ୍ୟ ପକ୍ଷରେ ୨୦୧୩ ମସିହାରେ ଡିପ୍ଲୋମା ଇଞ୍ଜିନିୟରିଂ ଶେଷ କରି ଧାମରା ବନ୍ଦରରେ ନିଯୁକ୍ତି ପାଇବା ଆଶାରେ ରହିଥିବା ଯୁବକ ଶ୍ରୀଲୋଚନ ପାତ୍ର କୁହନ୍ତି ଧାମରା ବନ୍ଦର ମଧ୍ୟରେ ନିଯୁକ୍ତି କ୍ଷେତ୍ରରେ ପାତର ଅନ୍ତର ସୃଷ୍ଟି ହେଉଛି, ବନ୍ଦର ଅଂଚଳରେ ସ୍ଥାନୀୟ ନିଯୁକ୍ତି ନେଇ ବନ୍ଦର କର୍ତୁପକ୍ଷ ଏବଂ ଜନ ପ୍ରତିନିଧି ମାନଙ୍କ ମଧ୍ୟରେ କଥାରେ ସାମଞ୍ଜସ୍ୟ ରହୁ ନାହିଁ ‘ଳରେ ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀ ଏହି ନିଯୁକ୍ତି ନେଇ ବଳି ପଡୁଛନ୍ତି। ଧାମରା ଅଂଚଳରେ ଥିବା ଜନପ୍ରତିନିଧି ଧାମରା ବନ୍ଦର ମଧ୍ୟରେ ଠିକାଦାରୀ କରୁଥିବା ମଧ୍ୟ ଜଣାଯାଇଛି ଫଳରେ ଧାମରା ବନ୍ଦର ନିଜ ଲାଭାଂଶରୁ ୨ପ୍ରତିଶତ ଅଂଚଳବାସୀଙ୍କ ଉନ୍ନୟନ ପାଇଁ ଖର୍ଚ କରିବା କଥା କହୁଥିବା ବେଳେ ଏହା କେବଳ କାଗଜ କଲମରେ ସିମୀତ ହୋଇ ରହିଯାଇଛି। ଆଗାମୀ ଦିନରେ ଧାମରା ୫ନଂ ଜୋନରେ ସାଧାରଣ ଜନତାଙ୍କ ବିଶ୍ୱାସ ଭାଜନ କିଏ ହେବ ଏବଂ ସାଧାରଣ ଚାଷୀ ଙ୍କ ଦୁର୍ଦଶା ସରକାରଙ୍କ ପାଖରେ ପହଂଚିବା ସହ ଜଳ ସେଚନ, ଜଳ ନିଷ୍କାସନ ପ୍ରତି ଗୁରୁତ୍ୱ ଦେବ ତାହା ନିର୍ବାଚିତ ପ୍ରତିନିଧି କରିବେ ତ!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.