ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମରା ଠାରେ ଥିବା ୟୁକୋ ବ୍ୟାଙ୍କର ୮୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଶିକ୍ଷକ କାହ୍ନୁଚରଣ ସାହୁ ଯୋଗଦେଇ ଧାମରା ଅଂଚଳରେ ୟୁକୋ ବ୍ୟାଙ୍କ ଦୀର୍ଘ ୪୬ବର୍ଷ ହେବ ଧାମରା ଆଠ ପଂଚାୟତ ରେ ସେବା ଯୋଗାଇବା ସହ ସମସ୍ତ ଗ୍ରାହକ ମାନଙ୍କ ସହ ସୁସମ୍ପର୍କ ସ୍ଥାପନା କରିଆସୁଛି ବୋଲି ମତବ୍ୟକ୍ତ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ରମେଶ ନାୟକ ନିଜ ବକ୍ତବ୍ୟରେ ସବୁବେଳେ ଗ୍ରାହକଙ୍କୁ କିପରି ସେବା ଯୋଗାଇଲେ ଆଗାମୀ ଦିନରେ ବ୍ୟାଙ୍କ ସହ ବାଣିଜ୍ୟିକ ସମ୍ଭନ୍ଧ ବଢିପାରିବ ସେ ବିଷୟରେ ଆଲୋକପାତ କରିଥିଲେ। ଆଗାମୀ ଦିନରେ ଏହି ବ୍ୟାଙ୍କ ର ପରିସୀମା ବ୍ୟାପକ କରାଯିବା ଉଚିତ ବୋଲି ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ।ଆଜି ଏହି ପ୍ରତିଷ୍ଠା ଦିବସରେ ବ୍ୟାଙ୍କର ଶାଖା ପରିଚାଳକ ଶୁଭଙ୍କର ମିଶ୍ର ସଭାପତିତ୍ୱ କରିଥିବା ବେଳେ ସହକାରୀ ଶାଖା ପରିଚାଳକ ତପନ କୁମାର ସାହୁ , କୋଷାଧ୍ୟକ୍ଷ ସୌମ୍ୟରଞନ ବିଶ୍ୱାଳ ,ପ୍ରତାପ ବେହୁରା ପ୍ରମୁଖ ଉପସ୍ଥିତ ରହିବା ସହ ସଭାଟିକୁ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦୀପଙ୍କର ଦାସ, ଅମୁଲ୍ୟ ବେହେରା, ସୁବାଶ ଦାସ, ଅଭିରାମ ସାହୁ, ଗଣୈଶ ବେହେରା, ବୁଧିରାମ ଜେନା, ଅକ୍ଷୟ ବିଶ୍ୱାଳ, ଖଗେଶ୍ୱର ନାୟକ,ସୁବାଶ ମହାଳିକ ଙ୍କ ସମେତ ବହୁ ଗ୍ରାହକ ଯୋଗ ଦେଇ ବ୍ୟାଙ୍କ ଯୋଗାଇ ଦେଉଥିବା ସେବା ବିଷୟରେ ବକ୍ତବ୍ୟ ରଖିବା ସହ ଆଗାମୀ ଦିନରେ ସେମାନେ ବ୍ୟାଙ୍କ ସହ ଓତପ୍ରୋତ ଭାବରେ ଜଡିତ ରହିବା ସହ ବ୍ୟାଙ୍କ କାରବାରରେ ସହାୟକ ହେବେ ବୋଲି ମଧ୍ୟ ବକ୍ତବ୍ୟ ରଖିଥିଲେ।ଉପସ୍ଥିତ ଥିବା ଗ୍ରାହକ ମାନେ ଧାମରାରେ ୟୁକୋ ବ୍ୟାଙ୍କ ତରଫରୁ ଏକ ଏଟିଏମ ସ୍ଥାପନ କରିବାକୁ ନିଜର ଦାବୀ ଜଣାଇଥିବା ବେଳେ ଶାଖା ପରିଚାଳକ ଏଥିପ୍ରତି ଦୃଷ୍ଟି ଦେବା ସହ ମୁଖ୍ୟ ଅଫିସ ସହ ଯୋଗାଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ଶାଖା ପରିଚାଳକ ଶୁଭଙ୍କର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।








