Home ଜିଲ୍ଲା ପରିକ୍ରମା ଧାମରା: ସ୍ୱାମୀ-ସ୍ତ୍ରୀଙ୍କ ବିଚ୍ଛେଦକୁ ନେଇ ଶ୍ୱଶୁର ଘରେ ବୋମା ମାଡ କଲେ ଜ୍ୱାଇଁ, ଖସି ଗଲେ...

ଧାମରା: ସ୍ୱାମୀ-ସ୍ତ୍ରୀଙ୍କ ବିଚ୍ଛେଦକୁ ନେଇ ଶ୍ୱଶୁର ଘରେ ବୋମା ମାଡ କଲେ ଜ୍ୱାଇଁ, ଖସି ଗଲେ ଜ୍ୱାଇଁ , ଧରା ପଡି ବନ୍ଧା ହେଲେ ଜ୍ୱାଇଁଙ୍କ ୨ ସାଙ୍ଗ

12

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଲପାଇ ପ୍ରେମବିବାହ ଏବଂ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମଧୁର ସମ୍ପର୍କ ସୃଷ୍ଟି ପୁନଶ୍ଚ ବିଚ୍ଛେଦ କୁ ନେଇ ହାଇ ଡ୍ରାମା ଏବଂ ଶେଷରେ ଶ୍ୱଶୁର ଘର ଉପରେ ବୋମା ମାଡ କରି ଖସି ଗଲେ ଜ୍ୱାଇଁ ପୁଅ ଧରା ପଡିଲେ ଜ୍ୱାଇଁଙ୍କ ୨ ସାଙ୍ଗ। ଏଭଳି ଏକ ନାଟକର ଯବନିକା ପଡିଛି ବାଂଶଡା ଥାନା କରଣପଲ୍ଲୀ ଅଂଚଳରେ । ବନ୍ତ ଅଂଚଳର ପାଣ୍ଡୁଆ ଗ୍ରାମର ଶ୍ରୀଧର ନାୟକ ଭଲପାଇ କରଣପଲ୍ଲୀ ଗ୍ରାମର ରମେଶ ମହାଳିକଙ୍କ ଝିଅ ମାମୁନି କୁ ପ୍ରେମ ବିବାହ କରିଥିଲେ। ବିବାହ କିଛି ଦିନ ପରେ ସ୍ୱାମୀ ସ୍ତ୍ରୀଙ୍କ ମନାନ୍ତର ଏବଂ ମତାନ୍ତରକୁ ନେଇ କରଣପଲ୍ଲୀ ଅଂଚଳର ସାଇଭାଇଙ୍କ ବସାଇ ଏହି ପ୍ରେମ ବିବାହ ବିଚ୍ଛେଦ ରେ ପରିଣତ ହୋଇଯାଇଥିଲା। ବିଚ୍ଛେଦ ପରେ ସ୍ୱାମୀ ସ୍ତ୍ରୀ ନିଜ ନିଜ ଘରେ ରହୁଥିବା ବେଳେ ସ୍ୱାମୀ ଙ୍କ ନଜର ଥିଲା କିପରି ନିଜ ଶ୍ୱଶୁର ଘରର ସମସ୍ତ ଙ୍କୁ ଜୀବନରୁ ମାରିଦେବା ପାଇଁ । ଏଥିପାଇଁ ସେ ନିଜର ୨ସାଙ୍ଗଙ୍କ ସହ ଗତକାଲି ବିଳମ୍ବିତ ରାତିରେ ଆସି କରଣପଲ୍ଲୀ ଠାରେ ପହଂଚିଥିଲେ। କରଣପଲ୍ଲୀ ଠାରେ ପଂହଚିବା ପରେ ନିଜର ଦୁଇ ସାଥୀ ଅଶୋକ ଦାସ ଏବଂ କିଶୋର ନାୟକଙ୍କ ସହିତ ରମେଶ ମହାଳିକଙ୍କ ଘର ଉପରକୁ ବୋମା ମାଡ କରିଥିଲେ। ବୋମା ମାଡରେ ରମେଶ ମହାଳିକଙ୍କ ଆଜବେଷ୍ଟସ ଘର ର କିଛି ଅଂଶ ଭାଙ୍ଗି ଯାଇଥିଲା। ଏହି ବୋମା ମାଡ ଶବ୍ଦ ରେ ଗ୍ରାମବାସୀ ଉଠିପଡିବା ସହ ଘଟଣାସ୍ଥଳକୁ ଯାଇ ଦେଖନ୍ତିତ ଅନ୍ଧାରରେ ୩ଜଣ ଖସି ଯିବାକୁ ବସିଛନ୍ତି। ଅତର୍କିତ ଆକ୍ରମଣ ଫଳରେ ରମେଶ ମହାଳିକଙ୍କ ଜ୍ୱାଇଁ ଶ୍ରୀ ଧର ଖସି ପଳାଇଥିବା ବେଳେ ଶ୍ରୀ ଧରଙ୍କ ସହିତ ଆସିଥିବା ଦୁଇ ସାଙ୍ଗକୁ କରଣପଲ୍ଲୀ ବାସୀ ଧର ପକାଇବା ସହ ବାନ୍ଧି ମଧ୍ୟ ପକାଇଥିଲେ। ପରେ ବାଂଶଡା ପୁଲିସକୁ ଖବର ଦେବା ପରେ ବାଂଶଡା ଥାନା ପୁଲିସ ଆସି ଶ୍ରୀଧରଙ୍କ ୨ ସାଙ୍ଗକୁ ଥାନାକୁ ନେଇ ଅଟକ ରଖିଛି। ରମେଶ ମହାଳିକଙ୍କ ସ୍ତ୍ରୀ ଅର୍ଣପୂର୍ଣା ମହାଳିକଙ୍କ ଲିଖିତ ଅଭିଯୋଗ ମୂଳେ ତଦନ୍ତ ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.