Home ଜିଲ୍ଲା ପରିକ୍ରମା ଧାମରା ସଡକ ଦୁର୍ଘଟଣା,୧ମୃତ, ୨ଆହତ

ଧାମରା ସଡକ ଦୁର୍ଘଟଣା,୧ମୃତ, ୨ଆହତ

16

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ଠାରେ ଏକ ସଡକ ଦୁର୍ଘଟଣାରେ ଜଣେ ବାଇକ ଚାଳକ ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଆହତ ହୋଇ ଚିକିତ୍ସିତ ହେଉଥିବା ସୁଚନା ମିଳିଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଆଜି ଧାମରା ଡିଆଇ ରୋଡ ଠାରେ ୨ଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ପ୍ରଥମେ ଧାମରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ମାତ୍ର ସେମାନଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆ ଯାଇଥିଲା। ବାଟରେ ପଶ୍ଚିମବଙ୍ଗ ନିବାସୀ ଗଣେଷ ଜେନା(୪୧)ଙ୍କର ମୃତ୍ୟୁ ଘଟିଥିଲା ଏବଂ ତାଳଚୁଆ ଅଂଚଳର ଶିବ ଶଙ୍କର ପ୍ରଧାନ ଏବଂ ଅନ୍ୟ ଜଣଙ୍କ ଅବସ୍ଥା ଶୋଚନୀୟ ହୋଇଥିବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆ ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.