Home ଜିଲ୍ଲା ପରିକ୍ରମା ଧାମରା ରେ ୧୦ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ ପାର୍କର କାର୍ଯ୍ୟ ନିମ୍ନ ମାନର, କାର୍ଯ୍ୟ ଶେଷ...

ଧାମରା ରେ ୧୦ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ ପାର୍କର କାର୍ଯ୍ୟ ନିମ୍ନ ମାନର, କାର୍ଯ୍ୟ ଶେଷ ପୂର୍ବରୁ ପାଚେରୀରେ ଫାଟ

21

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଧାମରାରେ ଦୀର୍ଘ ୪ବର୍ଷ ହେବ ନିର୍ମାଣଧୀନ ପାର୍କ କାହା ସ୍ୱାର୍ଥରେ ନିର୍ମାଣ କରାଯାଉଛି ବୋଲି ଅଂଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ଏହି କାର୍ଯ୍ୟ କୁ ନେଇ ଅଂଚଳବାସୀ କେତେବେଳେ ନିମ୍ନ ମାନର କାର୍ଯ୍ୟତ ପୁଣି କେତେବେଳେ ସଂପୃକ୍ତ ବିଭାଗୀୟ ଯନ୍ତ୍ରୀ ନାମରେ ଅଭିଯୋଗ ଆଣିଛନ୍ତି। ପ୍ରାପ୍ତ ଖବରରୁ ଜଣାଯାଇଛି ଏହି ପାର୍କଟି ନିର୍ମାଣ କରୁଥିବା ସଂପୃକ୍ତ ଠିକାଦାର ଦୀର୍ଘ ୪ବର୍ଷ ହେବ ଗୁଆଁଳ ଗ୍ରାମରେ ପାର୍କ ନିର୍ମାଣ କରିବା ଆଳରେ ଅଧାଗଢା କରି ଫେରାର ହୋଇ ଯାଇଥିଲେ। ଏହି ପାର୍କ ଟି ଗୁଆଁଳ ଗ୍ରାମ ଠାରୁ ଦୀର୍ଘ ୧କି.ମି ଦୂରରେ ନିର୍ମାଣ କରାଯାଉଥିବା ବେଳେ ଏହି ପାର୍କ ନିର୍ମାଣକୁ ଅଂଚଳବାସୀ ବିରୋଧ କରି ଆସୁଥିଲେ। ଇତି ମଧ୍ୟରେ ସଂପୃକ୍ତ ଠିକାଦାର ନିଜ ମନମାନୀରେ ଏହି କାର୍ଯ୍ୟ କରୁଥିବା ନେଇ ଅଂଚଳବାସୀ ଅଭିଯୋଗ ଆଣିଛନ୍ତି। ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ପାର୍କ ଟି ନିର୍ମାଣ ହେଉଥିବା ବେଳେ କେବେ ଏହା ଶେଷ ହେବ ତାହା ମଧ୍ୟ ପ୍ରଶ୍ନବାଚୀ ହୋଇ ପଡିଛି। ଇତି ମଧ୍ୟରେ ଏହି ପାର୍କ ର ଚର୍ତୁ ପାଶ୍ୱର୍ରେ ନିର୍ମାଣ ହୋଇଥିବା ପାଚେରୀରେ ବହୁ ସ୍ଥାନରେ ଫାଟ ସୃଷ୍ଟି ହୋଇ ଥିବା ବେଳେ କେଉଁ ମୁହୁର୍ତରେ ଏହି ପାଚେରୀ ଭୁଶୁଡିବ ତାହା ମଧ୍ୟ ତଦନ୍ତ ସାପେକ୍ଷ ହୋଇ ପଡିଛି। ପାର୍କର ସମସ୍ତ କାର୍ଯ୍ୟ ଶେଷ ହୋଇ ନଥିବା ବେଳେ ବହୁ ସ୍ଥାନରେ ପ୍ଲାଷ୍ଟର ମଧ୍ୟ ଖସିଲାଣି ଫଳରେ ପାର୍କ ର ସ୍ଥାୟିତ୍ୱ ନେଇ ,ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ଚାନ୍ଦବାଲି ବିଡିଓ ବର୍ତମାନ ଟ୍ରେନିଂ ରେ ଯାଇଥିବା ବେଳେ ଚାନ୍ଦବାଲି ତହସିଲଦାର ଭବତୋଷ ମଲିକ ବିଡିଓ ଦାୟିତ୍ୱରେ ଅଛନ୍ତି ସେ ଏହି ବିଷୟରେ ଅବଗତ ନଥିବା ବେଳେ ଏହାର ତଦନ୍ତ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟ ପକ୍ଷରେ ଏହି ପାର୍କ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀ ମୃତ୍ୟୁଞୟ ତରାଇ କୌଣସି ପ୍ରତିକ୍ରିୟା ରଖି ନଥିଲେ। ତୁରନ୍ତ ଏହି ନିମ୍ନ ମାନର କାର୍ଯ୍ୟ ର ବିଦ୍ଧିବଦ୍ଧ ତଦନ୍ତ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.