ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ରେଳପଥ ବାଂଶଡା ରେଳବ୍ରିଜ୍ରେ କଟି ଜଣେ ଯୁବକର ମୃତ୍ୟୁ ହୋଇଛି । ତେବେ ମୃତ ଯୁବକ ହେଉଛନ୍ତି ଚାନ୍ଦବାଲି ବ୍ଲକ୍ ନୂଆଗାଁ ପଂଚାୟତ ଅଧୀନସ୍ଥ ଇଚ୍ଛାପୁର ଗ୍ରାମର କିଣୁ ବେହେରାଙ୍କ ପୁତ୍ର କାଳିଆ । ଯାହା ଜଣାଯାଏ ପାରିବାରିକ କଳହ ଯୋଗୁଁ ଗତକାଲି ରାତିରେ କାଳିଆ ଉକ୍ତ ଟ୍ରେନ୍ ଲାଇନ୍ରେ ଆତ୍ମହତ୍ୟା କରିଥିଲା । ପରିବାର ଲୋକେ ତାକୁ ରାତିରେ ବହୁ ଖୋଜାଖୋଜି କରି ପାଇନଥିବାବେଳେ ଆଜି ସକାଳୁ ତାର ମୃତଦେହକୁ ଧାମରା ରେଳପଥ ବାଂଶଡା ରେଳବ୍ରିଜ୍ ନିକଟରୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବାଂଶଡା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ଶବକୁ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।