Home ଜିଲ୍ଲା ପରିକ୍ରମା ଧାମରା ରେଳପଥରୁ ଲୁହା ଚୋରୀ କରୁଥିବା ଯୁବକ ଗିରଫ

ଧାମରା ରେଳପଥରୁ ଲୁହା ଚୋରୀ କରୁଥିବା ଯୁବକ ଗିରଫ

13

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ରେଳପଥରୁ ଲୁହା ଚୋରୀ କରୁଥିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରାଯାଇଛି । ମିଳିଥିବା ଖବର ଅନୁଯାଇ ଭଦ୍ରକ- ଧାମରା ରେଳପଥରୁ ଶଙ୍ଖଯୋଡି ନିକଟରେ ଝାଡକଟା ଗ୍ରାମର ଖୁର୍ସିଦ ଅଲ୍ଲୀ ଖାଁ ଲୁହା ଚୋରୀ କରୁଥିବା ବେଳେ ଧାମରା ବନ୍ଦର ସୁରକ୍ଷା ଅଧିକାରୀ ମାନେ କୌଣସି ସୂତ୍ରରୁ ଖବର ପାଇଥିଲେ । ପରେ ଏହି ସୁରକ୍ଷା ଅଧିକାରୀ ସତ୍ୟବ୍ରତ ନାୟକ ଏବଂ ଯୋଗେନ୍ଦ୍ର ବେହେରାଙ୍କ ନିର୍ଦେଶରେ ଧାମରା ବନ୍ଦର ସୁରକ୍ଷାକର୍ମୀ ମାନେ ସଂପୃକ୍ତ ଯୁବକକୁ କାବୁ କରିବା ସହ ଧାମରା –ଭଦ୍ରକ ରେଳପଥରୁ ଚୋରୀ କରି ଆଣିଥିବା ଲୁହା ସହ ଧାମରା ଥାନାରେ ଜିମା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.