Home ଜିଲ୍ଲା ପରିକ୍ରମା ଧାମରା ରେଳପଥରୁ କୋଇଲା ଚୋରି ନେଇ ନିରାପତା ଅଧିକାରୀ ଓ ଗ୍ରାମବାସୀ ମୁହାଁମୁହିଁ, ୨ପକ୍ଷଙ୍କ ପକ୍ଷରୁ...

ଧାମରା ରେଳପଥରୁ କୋଇଲା ଚୋରି ନେଇ ନିରାପତା ଅଧିକାରୀ ଓ ଗ୍ରାମବାସୀ ମୁହାଁମୁହିଁ, ୨ପକ୍ଷଙ୍କ ପକ୍ଷରୁ ୧୨ଜଣଙ୍କ ନାମରେ କେସ୍ ରୁଜୁ

23

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ବନ୍ଦରରୁ କୋଇଲା ଚୋରି କିଛି ଦିନ ବନ୍ଦ ହୋଇରହିଥିବା ବେଳେ ପୁନଶ୍ଚ ଏହା ଆରମ୍ଭ ହୋଇଯାଇଛି। ଏହି କୋଇଲା ଚୋରି ରୋକିବାକୁ ଜିଲ୍ଲା ପ୍ରଶାସନ ସବୁବେଳେ ସଜାଗ ଥିବା ସତ୍ୱେ ସଂପୂର୍ଣ୍ଣ ଚୋରି ରୋକିବା ଦିଗରେ ଜନସାଧାରଣ ପୁଲିସକୁ ସହାୟତା କରିବା ବଦଳରେ ବିରୋଧ କରୁଥିବା ଦୃଷ୍ଟିଗୋଚର ହୋଇଛି। ଧାମରା ଡିଆଇ ରୋଡ ନିକଟରେ ଏପରି ଏକ କାଣ୍ଡ ଘଟିଥିବା ବେଳେ ଧାମରା ବନ୍ଦର ନିରାପତା ଅଧିକାରୀ ଏବଂ କୋଇଲା ଗୋଟାଉଥିବା ସ୍ଥାନୀୟ ଜନସାଧାରଣ ମଧ୍ୟରେ ମାଡମରାମରି ହେଉଥିବା ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ପ୍ରାପ୍ତ ଖବର ଅନୁଯାଇ ଡିଆଇ ରୋଡ ନିକଟରେ ସ୍ଥାନୀୟ ଲୋକ କିଛି ରେଳଧାରଣାରୁ କୋଇଲା ସଂଗ୍ରହ କରୁଥିବା ବେଳେ ଧାମରା ବନ୍ଦର ନିରାପତା ଅଧିକାରୀ ସେମାନଙ୍କୁ ବାରଣ କରିଥେିଲ। ଏହି କଥାକୁ ନେଇ ସ୍ଥାନୀୟ ଲୋକେ ସଂପୃକ୍ତ ୨ ନିରାପତା ଅଧିକାରୀଙ୍କୁ ମାଡ ମାରିଥିଲେ। ମାଡ ଖାଇସାରିବା ପରେ ସଂପୃକ୍ତ ଅଧିକାରୀମାନେ ଆସି ଧାମରା ସାମୁଦ୍ରିକ ଥାନାରେ ୧୦ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଥେିଲ। ପରେ ସ୍ଥାନୀୟ ମହିଳାମାନେ ଆସି ମଧ୍ୟ ସଂପୃକ୍ତ ୨ ନିରାପତା ଅଧିକାରୀଙ୍କ ନାମରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ୨ପକ୍ଷଙ୍କ ପକ୍ଷରୁ ଲିଖିତ ଅଭିଯୋଗ ପରେ ୨ଟି କେସ୍ ରୁଜୁହୋଇ ଅଧିକ ତଦନ୍ତ ଚାଲିଛି ବୋଲି ଧାମରା ସାମୁଦ୍ରିକ ଥାନାଧିକାରିଣୀ ପ୍ରିୟଦର୍ଶନୀ ଖଟୁଆଙ୍କ ନିକଟରୁ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.