Home ଜିଲ୍ଲା ପରିକ୍ରମା ଧାମରା ରେଳଧାରଣାରେ ମାଲବାହୀ ଟ୍ରେନ୍‌ର ୧୩ଟି ବଗି ଲାଇନ୍‌ଚ୍ୟୁତ

ଧାମରା ରେଳଧାରଣାରେ ମାଲବାହୀ ଟ୍ରେନ୍‌ର ୧୩ଟି ବଗି ଲାଇନ୍‌ଚ୍ୟୁତ

81

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ଚରମ୍ପା ରେଳଷ୍ଟେସନକୁ ସଂଯୋଗ କରୁଥିବା ଭଦ୍ରକ-ଧାମରା ରେଳପଥ ଚରମ୍ପା ବ୍ରିଜ ନିକଟରେ ଧାମରାରୁ ଆସୁଥିବା ଏକ ଖାଲି ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ ହେବା ଫଳରେ ଏହାର ୧୩ ଟି ବଗି ପାଶ୍ୱର୍ବର୍ତ୍ତୀ ନୟନଯୋରୀକୁ ଓଲଟିପଡିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ଚରମ୍ପାସ୍ଥିତ ଧାମରା ରେଳ ଓଭରବ୍ରିଜ୍ ନିକଟରେ ଖାଲିଥିବା ଟ୍ରେନ୍‌ଟି ଧାମରା ଅଭିମୁଖେ ଯାଉଥିବା ସମୟରେ ଦିନ ପ୍ରାୟ ୨ଟା ସମୟରେ ଏଭଳି ଅଘଟଣ ଘଟିଛି । ଖାଲି ଟ୍ରେନ୍‌ଟିରେ ସମୁଦାୟ ୬୦ ଟି ବଗି ଥିବାବେଳେ ସେଥିମଧ୍ୟରୁ ୧୩ ଟି ବଗି ଲାଇନ୍‌ଚ୍ୟୁତ ହୋଇଛି । ୪ଟି ବି ଓଲଟି ପଡିଛି । ଏବେ ରେଳବାଇର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ôଚ ସ୍ଥିତି ଅନୁଧ୍ୟାନ କରୁଥିବାର ଜଣାଯାଇଛି । ତେବେ ଏହି ଲାଇନ୍‌ଚ୍ୟୁତ ଯୋଗୁଁ କୌଣସି କ୍ଷୟକ୍ଷତି ଘଟିନଥିବାର ଜଣାଯାଇଛି । ଅପରପକ୍ଷରେ ଲାଇନ୍‌ଚ୍ୟୁତ ହେବା ଯୋଗୁଁ ଆଜି ମଧ୍ୟାହ୍ନରୁ ଏହି ରେଳପଥରେ କୌଣସି ଟ୍ରେନ୍ ଯାତାୟତ କରିପାରୁନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.