Home ଜିଲ୍ଲା ପରିକ୍ରମା ଧାମରା- ମୋ ସ୍କୁଲ ଅଭିଯାନରେ ୩ଲକ୍ଷ ନେବାର ୧ବର୍ଷ ପରେ ମଧ୍ୟ ଶ୍ରେଣୀ ଗୃହ ନିର୍ମାଣ...

ଧାମରା- ମୋ ସ୍କୁଲ ଅଭିଯାନରେ ୩ଲକ୍ଷ ନେବାର ୧ବର୍ଷ ପରେ ମଧ୍ୟ ଶ୍ରେଣୀ ଗୃହ ନିର୍ମାଣ ନୋହିଲା ୨ଟି ଗୃହରେ ୫ଟି ଶ୍ରେଣୀ

13

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିନକୁ ଦିନ ବିବାଦୀୟ ହୋଇ ପଡୁଛନ୍ତି ସରକାର କେତେବେଳେ କେଉଁଠି କି କି କାର୍ଯ୍ୟ ହେବା ଦରକାର ସେ କଥା କେବଳ ବ୍ଲକ ପ୍ରଶାସନ ଭୁଲୁନାହିଁ ସେ କଥା ମଧ୍ୟ ଜିଲ୍ଲା ପ୍ରଶାସନ ଭୁଲି ଯାଉଛି। ପ୍ରାପ୍ତ ଖବରରୁ ଜଣାଯାଇଛି କଇଥଖୋଲା ପଂଚାୟତରେ ଥିବା ଶରତ ପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟରେ ୫ଟି ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ୨ଟି ଶ୍ରେଣୀ ଗୃହ ଥିବା ବେଳେ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଅଂଚଳବାସୀ ଦାବୀ କରିଥିଲେ। ବ୍ଲକ ପ୍ରଶାସନ ମୋସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଜରିଆରେ ତୁରନ୍ତ ଏହି ବିଦ୍ୟାଳୟର କାର୍ଯ୍ୟ କରିବା ପାଇଁ ସଂପୃକ୍ତ ଅଭିଭାବକ ମାନଙ୍କୁ ବିଦ୍ୟାଳୟ ରେ ଜମାଥିବା ରାଶିକୁ ବ୍ଲକ ପ୍ରଶାସନକୁ ହସ୍ତାନ୍ତରିତ କରିବା ପାଇଁ କହିଥିଲେ। ସମସ୍ତ ଅଭିଭାବକ ବିଦ୍ୟାଳୟରେ ଜମା ଥିବା ୩ଲକ୍ଷ ଟଙ୍କାକୁ ଏନଇଏ‘ଟି ମାଧ୍ୟମରେ ବ୍ଲକ ପ୍ରଶାସନକୁ ଏହି ଅର୍ଥ ଟ୍ରାନ୍ସଫର ମଧ୍ୟ କରିଦେଲେ। ଇତି ମଧ୍ୟରେ ୧ବର୍ଷ ବିତିଯାଇଥିଲେ ମଧ୍ୟ ଏହି ବିଦ୍ୟାଳୟର ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ହୋଇ ପାରିଲା ନାହିଁ। ଏହି ବାବଦରେ ସଂପୃକ୍ତ କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରୁ ସେ ନିଜର ଦୋଷ କୁ ଲୁଚାଇବାକୁ ଅନ୍ୟ ସହକାରୀଙ୍କ ନମ୍ବର ପ୍ରଦାନ କରିଥିଲେ। ଅନ୍ୟ କର୍ମଚାରୀ ମଧ୍ୟ ସେହିପରି ନିଜର ଦୋଷ ଲୁଚାଇବା ସହ ଏହି କାର୍ଯ୍ୟ ହୋଇଯିବ ବୋଲି କହିଥିଲେ। ମାତ୍ର ଦୀର୍ଘ ୧ବର୍ଷ ହେବ ଅନୁନ୍ନତ ଅଂଚଳବାସୀଙ୍କୁ ବ୍ଲକ ପ୍ରଶାସନ ସଭିଏ ପଢନ୍ତୁ ସଭିଏ ବଢନ୍ତୁ ନାରା ଦେଇ ଶ୍ରେଣୀ ଗୃହ ଯୋଗାଇ ଦେଇ ପାରୁ ନଥିବା ବେଳେ ପ୍ରାଥମିକ ଶିକ୍ଷା କେଉଁ ସ୍ତରରେ ପହଂଚିଛି ତାହା ସହଜେ ଅନୁମେୟ ବୋଲି ଚର୍ଚ୍ଚା ଚାଲିଛି। ତୁରନ୍ତ ମୋ ସ୍କୁଲ ଅଭିଯାନରେ ଶ୍ରେଣୀ ଗୃହ ଯୋଗାଇ ଦେବାକୁ ଅଂଚଳବାସୀ ଦାବୀ କରିଥିବା ବେଳେ ଚାନ୍ଦବାଲି ବିଡିଓଙ୍କ ପ୍ରତିକ୍ରିୟା ମିଳି ପାରି ନଥିଲା। ଅନ୍ୟ ପକ୍ଷରେ ସର୍ବଶିକ୍ଷା ଅଭିଯାନ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀଙ୍କ ମତାମତ ମଧ୍ୟ ମିଳି ପାରି ନଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.