Home ଜିଲ୍ଲା ପରିକ୍ରମା ଧାମରା ମହୋତ୍ସବ-୨୦୨୫ର ଦ୍ୱିତୀୟ ସନ୍ଧ୍ୟା, ଦଳ ପାଇଁ କାମ ନକରି ନିଜ ମାଟି ପାଇଁ କାମ...

ଧାମରା ମହୋତ୍ସବ-୨୦୨୫ର ଦ୍ୱିତୀୟ ସନ୍ଧ୍ୟା, ଦଳ ପାଇଁ କାମ ନକରି ନିଜ ମାଟି ପାଇଁ କାମ କରିବାକୁ ଆହ୍ୱାନ- ଅଶୋକ ଦାସ

5

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ମହୋତ୍ସବ ର ତୃତୀୟ ବାର୍ଷିକ ୨ୟ ସନ୍ଧ୍ୟାରେ ଉପସ୍ଥିତ ମୁଖ୍ୟ ଅତିଥି ଭାବେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ଯୋଗ ଦେଇ ନିଜ ବକ୍ତବ୍ୟରେ କୌଣସି ରାଜନୈତିକ ଦଳ ପାଇଁ କାମ ନକରି ନିଜ ଅଂଚଳର ମାଟି ଓ ମା ପାଇଁ କାମ କରିବାକୁ ଆହ୍ୱାନ ଦେଇଥିଲେ। ଏପରି ହେଲେ ନିଜ ଅଂଚଳର ଟେକ ରଖିବା ସହ ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିବ ବୋଲି ନିଜର ବକ୍ତବ୍ୟ ରଖିଥିଲେ। ସମ୍ମାନୀତ ଅତିଥି ଭାବେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଅମୀୟ କୁମାର ମହାପାତ୍ର ଏବଂ ଭଦ୍ରକର ସାଂସଦୀୟ କ୍ଷେତ୍ରର ପୂର୍ବତନ ସାଂସଦ ମଞୁଲତା ମଣ୍ଡଳ ଧାମନଗର ର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଆଗାମୀ ଦିନରେ ଧାମରା ମହୋତ୍ସବକୁ ରାଜ୍ୟରେ ଏକ ନମ୍ବର ମହୋତ୍ସବ କରି ତୋଳିବା ପାଇଁ ଆରମ୍ଭ ହୋଇଥିବା ପ୍ରୟାଶକୁ ଭୂୟଂଶୀ ପ୍ରଶଂସା କରିବା ସହ ସମସ୍ତ ସହଯୋଗର ହାତ ବଢାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆଜି ସନ୍ଧ୍ୟାରେ ହୋଇଥିବା ସଭାରେ ମହୋତ୍ସବ କମିଟିର ସ୍ଥାୟୀ ସଭାପତି ବଳଭଦ୍ର ଲେଙ୍କା ନିଜର ସ୍ୱାଗତ ଭାଷଣ ପାଠ କରିଥିଲେ। ଦିବ୍ୟାଙ୍ଗ ଗୁରୁ ନିତ୍ୟାନନ୍ଦ ଦାସଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ଏହି ଧାମରା ମହୋତ୍ସବର ୩ୟ ବାର୍ଷିକ ଅବସରରେ ଦ୍ୱିତୀୟ ସନ୍ଧ୍ୟାରେ ଅତିଥି ଭାବେ ବାଣୀକଲ୍ୟାଣ ମହାନ୍ତି, ପ୍ରିୟରଞ୍ଜନ ଜେନା, ସୁରେଶ ମାହୁନ୍ତ,ଅଭିମନ୍ୟୁ ରାଉତ, ଅତୁଲ ଜାନା,ନରେନ୍ଦ୍ର ମାଇତି,ସରୋଜ ଲେଙ୍କା ରାମକୃଷ୍ନ ଜାନା ପ୍ରମୁଖ ଯୋଗ ଦେବା ସହ ନିଜ ନିଜର ବକ୍ତବ୍ୟରେ ଧାମରାର ଟେକ ରଖିବାକୁ ଆହ୍ୱାନ ଦେଇଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଓଡିଶୀ ଗ୍ରୁପ ଡ୍ୟାନ୍ସ, କ୍ରିଏଟିଭ ଡ୍ୟାନ୍ସ ଏବଂ ଓଡିଶୀ ଡ୍ୟାନ୍ସ ଡୁଏଟ ମାନ ଅନୁଷ୍ଠିତ ହେବା ସହ ଦର୍ଶକଙ୍କ ମନ ମୋହିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.