Home ଜିଲ୍ଲା ପରିକ୍ରମା ଧାମରା-ଭଦ୍ରକ ରେଳପଥରେ ଜମି ହରାଇଥିବା ବିସ୍ଥାପିତଙ୍କୁ ଥଇଥାନ ଦାବୀରେ ମାଣିପୁର ଠାରେ ରେଳରୋକ, ଦୀର୍ଘ ୭ଘଂଟା...

ଧାମରା-ଭଦ୍ରକ ରେଳପଥରେ ଜମି ହରାଇଥିବା ବିସ୍ଥାପିତଙ୍କୁ ଥଇଥାନ ଦାବୀରେ ମାଣିପୁର ଠାରେ ରେଳରୋକ, ଦୀର୍ଘ ୭ଘଂଟା ପରେ ମାଲବାହୀ ରେଳ ଚଳାଚଳ ସ୍ୱାଭାବିକ

31

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାଂଶଡା ଥାନା ଅର୍ନ୍ତଗତ ମାଣିପୁର ଠାରେ ଆଜି ୨ ବିସ୍ଥାପିତଙ୍କ ପରିବାର ପକ୍ଷରୁ ରେଳରୋକ ହୋଇଥିଲା। ପ୍ରାପ୍ତ ଖବର ଅନୁଯାଇ ୨୦୦୬ ମସିହାରେ ଧାମରା-ଭଦ୍ରକ ରେଳପଥ ପାଇଁ ଜମି ଏବଂ ଘରଡିହ ହରାଇଥିବା ବିରେନ୍ଦ୍ର ବାରିକ ଏବଂ ମୁକ୍ତିକାନ୍ତ ବିଶ୍ୱାଳଙ୍କ ପରିବାର କୁ ଧାମରା ବନ୍ଦର କର୍ତୁପକ୍ଷ ଆଜି ପର୍ଯ୍ୟନ୍ତ ଥଇଥାନ କରି ନଥିବାରୁ ଆଜି ଏହି ରେଳରୋକ ହୋଇଥିଲା। ସକାଳ ୧୦ଟା ଠାରୁ ଏହି ରେଳରୋକ ହୋଇଥିବା ବେଳେ ବିରେନ୍ଦ୍ର ବାରିକ ଏବଂ ମୁକ୍ତିକାନ୍ତ ବିଶ୍ୱାଳଙ୍କ ପରିବାର ମାଣିପୁର ରେଳ ଚେକ ଗେଟ ନିକଟରେ ଏହି ଧାରଣା ଦେଇଥିଲେ। ସେମାନଙ୍କ ମତାନୁଯାଇ ଦୀର୍ଘ ବର୍ଷ ହେବ ଆଦାନୀ ବନ୍ଦର କର୍ତୁପକ୍ଷ ଜାଣି ଶୁଣି ସେମାନଙ୍କୁ ହତାଦର କରିବା ସହ ମାନସିକ ଭାବେ ଯନ୍ତ୍ରଣା ଦେଇ ଆସୁଛନ୍ତି ଏହା ଫଳରେ ସେମାନଙ୍କ ପରିବାର ଆଜି ରାଜରାସ୍ତାକୁ ଓହ୍ଲାଇଛି। ବନ୍ଦର କର୍ତୁପକ୍ଷ ଏହାର ସ୍ଥାୟୀ ସମାଧାନ ନକଲେ ସେମାନଙ୍କ ପରିବାର ଆଗାମୀ ଦିନରେ ଆତ୍ମାହୂତି ଦେବେ ବୋଲି ମଧ୍ୟ ଧମକ ଦେଇଛନ୍ତି। ଏହି ଧାରଣା ଫଳରେ ଦୀର୍ଘ ୫ଘଂଟା ଧରି ଧାମରା-ଭଦ୍ରକ ରେଳପଥରେ ମାଲବାହୀ ରେଳ ଚଳାଚଳ ସଂପୂର୍ଣ ବନ୍ଦ ହୋଇଯାଇଥିଲା। ପରେ ଧାମରା ବନ୍ଦର କର୍ତୁପକ୍ଷ ,ବାଂଶଡା ଥାନା ଏବଂ ଘଂଟେଶ୍ୱର ‘ାଣ୍ଡି କର୍ତୁପକ୍ଷ ପହଂଚିବା ପରେ ମଧ୍ୟ ଏହି କଥାର ସମାଧାନ ହୋଇ ପାରି ନଥିଲା। ସମାଜସେବୀ ମିତ୍ରଭାନୁ ଦାସ ଘଟଣା ସ୍ଥଳରେ ପହଂଚି ଏହାର ସ୍ଥାୟୀ ସମାଧାନ ପାଇଁ ସେ ଆଦାନୀ କର୍ତୁପକ୍ଷଙ୍କ ସହ କଥା ହୋଇ ଖୁବ ଶୀଘ୍ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ୨ବିସ୍ଥାପିତ ପରିବାର ର ଅଭିଯୋଗ ଅନୁଯାଇ ଆଦାନୀ କର୍ତୁପକ୍ଷ ଏବଂ ବାଂଶଡା ଥାନା ଉପରେ ସେମାନଙ୍କ ଭରଷା ନାହିଁ , ବାଂଶଡା ଥାନାଧିକାରୀ ଏହି କଥାର ସୁସମାଧାନ କରିବା ପାଇଁ ବହୁବାର ଡାକି ସେମାନଙ୍କୁ ମାନସିକ ଯନ୍ତ୍ରଣା ମଧ୍ୟ ଦେଇଛନ୍ତି , ଏଣୁ ପ୍ରଶାସନ ଉପରେ ସେମାନଙ୍କ ଭରଷା ନାହିଁ ମିତ୍ରଭାନୁ ଦାସ ଏହାର ସୁସମାଧାନ ନକଲେ ଆଗାମୀ ଦିନରେ ପୁନଶ୍ଚ ରେଳରୋକ କରାଯିବ ବୋଲି ମଧ୍ୟ ୨ପରିବାର ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.