Home ଜିଲ୍ଲା ପରିକ୍ରମା ଧାମରା – ବେଆଇନ ଗ୍ୟାସର ବ୍ୟାପକ ମହଜୁଦ ଏବଂ କଳାବଜାରର ପେଣ୍ଠସ୍ଥଳୀ, ପ୍ରଶାସନ ଦୃଷ୍ଟି ଦେବା...

ଧାମରା – ବେଆଇନ ଗ୍ୟାସର ବ୍ୟାପକ ମହଜୁଦ ଏବଂ କଳାବଜାରର ପେଣ୍ଠସ୍ଥଳୀ, ପ୍ରଶାସନ ଦୃଷ୍ଟି ଦେବା ଜରୁରୀ

8

ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ବର୍ତମାନ ବର୍ତମାନ ଗ୍ୟାସ ଅଭାବ ପରଲକ୍ଷିତ ହେଉଥିବା ବେଳେ ସରକାର ଏହି ଗ୍ୟାସ ବୁକ କରିବାର ନିୟମ ମଧ୍ୟ ବଦଳାଇଛନ୍ତି। ଏହା ସତ୍ୱେ ଚାନ୍ଦବାଲି ବ୍ଲକ ଧାମରା ଅଂଚଳରେ ବ୍ୟାପକ ଗ୍ୟାସ ମହଜୁଦ ଥିବା ବେଳେ ଏହି ଗ୍ୟାସ ସିଲିଣ୍ଡର ଗୁଡିକ ଚଢା ଦରରେ ବିକ୍ରି ଚାଲିଛି। ସରକାରଙ୍କ ନିର୍ଦେଶ ଅନୁଯାଇ ପ୍ରଥମ ସିଲିଣ୍ଡର ବୁକ କରିବାର ୨୧ ଦିନ ପରେ ଜଣେ ସାଧାରଣ ଗ୍ରାହକକୁ ଗ୍ୟାସ ବୁକ କରିବାର କ୍ଷମତା ଥିବା ବେଳେ ଚଳିତ ଯୁଦ୍ଧ କୁ ଦେଖି ସରକାର ଏହି ସମୟସୀମା ୨୫ଦିନକୁ ବୃଦ୍ଧି କରିଛନ୍ତି। ମାତ୍ର ଧାମରା ଅଂଚଳରେ ଏହି ଗ୍ୟାସ ବ୍ୟାପକ ଚୋରା ଚାଲାଣ ହେଉଥିବା ଦୃଷ୍ଟି ଗୋଚର ହୋଇଛି। ସରକାରୀ ତଥ୍ୟ ଅନୁଯାଇ ଧାମରା ମତ୍ସ୍ୟପୋତାଶ୍ରୟ ଅଧିନରେ ୫ଶହରୁ ଅଧିକ ଟ୍ରଲର ଗିଲନେଟ, ଭୁଟୁଭୁଟି ମାଛ ଧରା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ବୋଟ ମାନଙ୍କରେ ରନ୍ଧନ ଗ୍ୟାସ ବ୍ୟବହାରକୁ ଅନୁମତି ମିଳିଥିଲେ ମଧ୍ୟ ଏହି ସିଲିଣ୍ଡର ଗୁଡିକ ଅଣରିହାତି ଯୁକ୍ତ ସିଲିଣ୍ଡର ହେବା ସହ ବ୍ୟବସାୟୀ ସଙ୍ଗଠନ ଗୁଡିକ ବାଣିଜ୍ୟିକ ସିଲିଣ୍ଡର ବ୍ୟବହାର କରିବା ଜରୁରୀ ବୋଲି ସରକାର ବିଞପ୍ତି ପ୍ରକାଶ କରିଛନ୍ତି। ମାତ୍ର ଏହି ସରକାରୀ ଆଇନକୁ ଖୋଲାଖୋଲି ଉଲଙ୍ଘନ କରାଯାଉଛି।ପ୍ରତ୍ୟେକ ମାଛ ଧରା ବୋଟରେ ୫-୮ଟି ପର୍ଯ୍ୟନ୍ତ ଘରୋଇ ସିଲିଣ୍ଡର ବ୍ୟବହାର କରାଯାଉଛି। ଏହି ସିଲିଣ୍ଡର ଗୁଡିକ ଭାରତ ,ଇଣ୍ଡେନ ଏବଂ ଏଚ ପି କମ୍ପାନୀର । ଧାମରାରେ ଏଚ ପି କମ୍ପାନୀର ଗ୍ରାମୀଣ ବିତରକ, ବାଂଶଡା ରେ ଭାରତ ଗ୍ୟାସ. ଏବଂ କରଣପଲ୍ଲୀ ଠାରେ ଇଣ୍ଡେନ ଗ୍ୟାସର ଗ୍ରାମୀଣ ବିତରକ ଅଛନ୍ତି। ଏହି ବିତରକ କମ୍ପାନୀ ପ୍ରମୁଖ ନିଜ ମନମାନୀରେ ଧାମରା ଦୋସିଙ୍ଗା, କାଳିନାଳୀ ଏବଂ ଚନ୍ଦନୀପାଳ ଠାରେ ବ୍ୟାପକ ଚୋରା କାରବାର ଚଳାଇ ଆସୁଛନ୍ତି। ଏହି ବିତରକ ଏବଂ ଚୋରା ବେପାରୀ ମାନେ ସମସ୍ତ ମାଛ ଧରା ବୋଟ ମାନଙ୍କୁ ମଧ୍ୟ ମନଇଛା ଦରରେ ଗ୍ୟାସ ବିକ୍ରି କରୁଛନ୍ତି ଫଳରେ ସାଧାରଣ ଘରୋଇ ଉପଭୋକ୍ତା ଗ୍ୟାସ ବୁକ କରି ମଧ୍ୟ ଠିକ ସମୟରେ ଗ୍ୟାସ ପାଉ ନଥିବା ବେଳେ ମାଛ ଧରା ବୋଟ ଗୁଡିକରେ ଏହି ଘରୋଇ ସିଲିଣ୍ଡରର ବ୍ୟାପକ ଅପବ୍ୟବହାର ହେଉଛି। ଏହା ପ୍ରଶାସନର ଆଖି ଆଗରେ ଚାଲିଥିଲେ ମଧ୍ୟ ଏହାକୁ ରୋକ ଲଗାଇବାକୁ ସର୍ବସାଧାରଣରେ ଦାବୀ ହୋଇଛି,ଏଥିସହ ଧାମରା ଏବଂ ନିକଟସ୍ଥ ବଜାରରେ ଗ୍ୟାସ କଳାବଜାରୀ ଚାଲିଥିବା ବେଳେ ଏହି ଚୋରା ବେପାରୀ ଗ୍ୟାସ ସିଲିଣ୍ଡର ଗୁଡିକ ଜନବସତି ଏବଂ ମାର୍କେଟ ନିକଟରେ ମହଜୁଦ ରଖୁଛନ୍ତି। ତୁରନ୍ତ ଏହି ଗ୍ୟାସ ବିତରକ ଏବଂ ଚୋରା ବେପାରୀଙ୍କ ଉପରେ ପ୍ରଶାସନ ଚଢାଉ କରିବା ଜରୁରୀ ହୋଇ ପଡିଥିବା ବେଳେ ଚାନ୍ଦବାଲି ମାର୍କେଟିଂ ଇନ୍ସପେକ୍ଟର ଏବଂ ଜିଲ୍ଲା ପ୍ରଶାସନ ଏହି ଚୋରା ଗ୍ୟାସ ବେପାରୀ ଏବଂ ବିତରକ ଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.