Home ଜିଲ୍ଲା ପରିକ୍ରମା ଧାମରା ବିସ୍ପୋରଣରେ ନିହତଙ୍କ ଶବ ରଖି ରାସ୍ତା ଅବରୋଧ, ଉପଯୁକ୍ତ କ୍ଷତିପୂରଣ ତଥା ସତ୍ୟେନ କାମିଳିଆ...

ଧାମରା ବିସ୍ପୋରଣରେ ନିହତଙ୍କ ଶବ ରଖି ରାସ୍ତା ଅବରୋଧ, ଉପଯୁକ୍ତ କ୍ଷତିପୂରଣ ତଥା ସତ୍ୟେନ କାମିଳିଆ ପରିବାରର ସମସ୍ତଙ୍କୁ ଗିରଫ କରିବା ଦାବୀ

49

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ବଜାରରେ ହୋଇଥିବା ରାସାୟନିକ ବିସ୍ପୋରଣରେ ଗତକାଲି କେନ୍ଦ୍ରାପଡା ଜିଲ୍ଲାର ହରିହର ରଣା(୩୫)ଙ୍କର ମୃତ୍ୟୁ ଘଟିଥିବା ବେଳେ କଇଥଖୋଲା ବାସିନ୍ଦା ସେକ କଇମତ ବର୍ତମାନ କଟକରେ ଚିକିତ୍ସିତ ହେଉଛନ୍ତି। ଆଜି ହରିହରଙ୍କ ଶବ ଧାମରାରେ ପହଂଚିବା ପରେ ଏକ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା।କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆରୁ ହରିହରଙ୍କ ପରିବାର ଏବଂ ଗ୍ରାମବାସୀ ଆସି ଧାମରା ଠାରେ ସନ୍ଧ୍ୟା ୬ଟା ସମୟରେ ପହଂଚିଥିଲେ। ପରେ ଉପଯୁକ୍ତ କ୍ଷତିପୂରଣ ଦାବିରେ ତାଳଚୁଆ ଗ୍ରାମର ଶତାଧିକ ଗ୍ରାମବାସୀ ଏବଂ ହରିହରଙ୍କ ପରିବାର ସତ୍ୟେନ କାମିଳିଆ(ରଣା)ଙ୍କ ଦୋକାନ ଆଗରେ ହରିହରଙ୍କ ଶବ ରଖି ରାସ୍ତା ଧାମରା-ବାଂଶଡା ରାସ୍ତାକୁ ଅବରୋଧ କରି ବସିଥିଲେ। ସେମାନଙ୍କର ଦାବି ଅନୁଯାୟୀ ମୃତ ହରିହରଙ୍କ ପରିବାର ପ୍ରତିପୋଷଣ ଏବଂ ୨ଟି ଅନାଥ ଶିଶୁଙ୍କ ରକ୍ଷଣାବେକ୍ଷଣ ପାଇଁ ସତ୍ୟେନ କାମିଳିଆ ଉପଯୁକ୍ତ କ୍ଷତିପୂରଣ ଦେବା ସହ ହରିହର ଙ୍କୁ ଡାକି ଆଣି ରାସାୟନିକ ବିସ୍ପୋରଣ ରେ ଜାଣିଶୁଣି ମାରି ଦେଇଥିବା ସତ୍ୟେନଙ୍କ ପରିବାର ଲୋକଙ୍କୁ ଗିରଫ କରିବା ପାଇଁ ଅଡି ବସିଛନ୍ତି। ଦୀର୍ଘ ସମୟ ଧରି ଏହି ରାସ୍ତାରୋକ ହୋଇଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ କେହି ଉପସ୍ଥିତ ନଥିବା ବେଳେ କେବଳ ପୁଲିସ ନୀରବଦ୍ରଷ୍ଟା ସାଜିଥିଲା। ପୁଲିସ କେବଳ ଏକ କେସ ରୁଜୁ କରିଥିବା ବେଳେ ଏହି ରାସାୟନିକ ବିସ୍ପୋରଣରେ ସତ୍ୟେନଙ୍କ ପରିବାର ସଂପୃକ୍ତି ନେଇ ସାଧାରଣରେ ଉତେଜନା ଦେଖା ଦେଇଛି। ଖବର ଲେଖା ହେବା ବେଳକୁ ସତ୍ୟେନ ଏବଂ ତାଙ୍କ ବଡପୁଅ ଭିମକୁ ପୁଲିସ ହେପାଜତରେ ଥିବା ଜଣାଯାଇଛି। ଆସନ୍ତା କାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ପ୍ରକାଶ। ଅନ୍ୟ ପକ୍ଷରେ ଧାମରା-ବାଂଶଡା ରାସ୍ତା ଅବରୋଧ ହୋଇଥିବା ବେଳେ ଶହ ଶହ ବାଇକ ରାସ୍ତାର ଦୁଇ ପାଶ୍ୱର୍ରେ ଅଟକି ରହିଥିଲା।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.