ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠ କଇଥଖୋଲା ଠାରେ ବ୍ଲକ ସ୍ତରୀୟ ବିଞାନ ମେଳା ବରେଣ୍ୟ ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରଦର୍ଶନୀ ଉପଲକ୍ଷେ ହୋଇଥିବା ଉଦଘାଟନୀ ସଭାରେ ବିଦ୍ୟାଳୟର ସଭାପତି ବନବିହାରୀ ମାଇତି ସଭାପତିତ୍ୱ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଧର ସ୍ୱାଇଁ ଏବ ବ୍ଲକ ବିଞା ସଂଯୋଜକ ଅମୁଲ୍ୟ କୁମାର ରାଉତ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବେ ଆଦାନୀ ଏଲଏନଜି ର ଟର୍ମିନାଲ ହେଡ ପ୍ରଦ୍ୱୀପ ବଂଶଲ, ବିଶିଷ୍ଟ ଅତିଥି ଭାବେ ଚାନ୍ଦବାଲି ତହସିଲଦାର ଭବତୋଷ ମଲିକ, ବରେଣ୍ୟ ଅତିଥି ଭାବେବିଶିଷ୍ଟ ଶିକ୍ଷାବିତ ପ୍ରଦ୍ୱୀପ କୁମାର ପାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବେ ପ୍ରଫେସର ଡ.କମଳାକାନ୍ତ ପାଣିଗ୍ରାହୀ , ସମ୍ମାନୀତ ଅତିଥି ଭାବେ ସହକାରୀ ବ୍ଲକ ଶିକ୍ଷାଧିକାରିଣୀ ଅନିତା ମିଶ୍ର, ତ୍ରିପୁରା ପଲେଇ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟର ଶିକ୍ଷକ ଅଶୋକ ପୁହାଣ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଜି ଏି ସଭାରେ ଚାନ୍ଦବାଲି ବ୍ଲକର ୧୪ଜଣ ସିଆରସିସିଙ୍କୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା। ଆଜି ଏହି ବିଞାନ ମେଲାରେ ୧୮୨ଟି ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ଏଥିରୁ ୧୪ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ କରାଯାଇଥିଲା। ମୁଖ୍ୟ ଅତିଥି ମୁଖ୍ୟ ବକ୍ତା ଏବଂ ଉପସ୍ଥିତ ବ୍ୟକ୍ତି ବିଶେଷ ନିଜ ନିଜ ବକ୍ତବ୍ୟରେ କୁନୀ କୁନୀ ବୈଞାନିକ ମାନଙ୍କ ମଧ୍ୟରେ ନୂତନ ସୃଜନ ଶୀଳତା ସୃଷ୍ଟି କରିବା ଏହି ମେଳା ମୂଳ ଲକ୍ଷ୍ୟ ବୋଲି ମତ ପ୍ରକାଶ ପାଇଥିଲା। ସେହିପରି ଉଦଯାପିତ ଉତ୍ସବରେ ମୁକ୍ୟ ଅତିଥି ଭାବେ ଚାନ୍ଦବାଲି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ତରଣୀସେନ ପଣ୍ଡା ସମ୍ମାନୀତ ଅତିଥି ଭାବେ ସୁସାହିତ୍ୟିକ ପ୍ରଫୁଲ ଦାସ ପ୍ରମୁଖ ମଂଚାସୀନ ଥିଲେ। ଆଜିର ବିଚାରକ ଭାବେ ତାରାପଦ ମହାନ୍ତି, ଗୌରୋହରି ନାୟକ ଏବଂ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ସମସ୍ତ ପ୍ରକଳ୍ପ ବୁଲି ଦେଖିବା ସହ ଏହି ପ୍ରକଳ୍ପ ମଧ୍ୟରୁ ୧୪ଟି ପ୍ରକଳ୍ପକୁ ଜିଲ୍ଲା ସ୍ତରକୁ ମନୋନୀତ କରିଥିଲେ। ଆଜିର ଏହି ଉଦଘାଟନୀ ଏବଂ ଉଦଯାପିତ ଦିବସରେ ଅନ୍ୟ ମାନଙ୍କ ମଧ୍ୟରେ ଧାମରା ଜୋନର ଜିଲ୍ଲା ପରିଷଦ ବଳଭଦ୍ର ଲେଙ୍କା , ରେବତୀ କାନ୍ତ ବେହେରା,ରାମେଶ୍ୱର ଦାସ, ଅଭୟ କୁମାର ମାନ୍ନା, ସିଆରସିସି ତ୍ରିଲୋଚନ ଦାସ, ଶାନ୍ତନୁ ବାରିକ, ଗଣେଶ ଚନ୍ଦ୍ର ସାହୁ ପ୍ରମୁଖ ମଂଚାସୀନ ଥିବା ବେଳେ ବିବେକାନନ୍ଦଉଚ୍ଚ ବିଦ୍ୟାପୀଠ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଧର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
Home ଜିଲ୍ଲା ପରିକ୍ରମା ଧାମରା ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠରେ ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ୧୮୨ ପ୍ରକଳ୍ପ ପ୍ରଦର୍ଶିତ, ୧୪ ପ୍ରକଳ୍ପ...







