Home ଜିଲ୍ଲା ପରିକ୍ରମା ଧାମରା ବସଷ୍ଟାଣ୍ଡ କର୍ମଚାରୀ ନିଯୁକ୍ତିରେ ପାତର ଅନ୍ତରକୁ ନେଇ ଗେଟ୍‌ରେ ତାଲା ପକାଇଲେ କଂଗ୍ରେସ କର୍ମୀ

ଧାମରା ବସଷ୍ଟାଣ୍ଡ କର୍ମଚାରୀ ନିଯୁକ୍ତିରେ ପାତର ଅନ୍ତରକୁ ନେଇ ଗେଟ୍‌ରେ ତାଲା ପକାଇଲେ କଂଗ୍ରେସ କର୍ମୀ

19

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ବସଷ୍ଟାଣ୍ଡ ରେ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି କୁ ନେଇ ଆଜି ଏହି ବସ ଷ୍ଟାଣ୍ଡ ମୁଖ୍ୟ ଫାଟକ ରେ କଂଗ୍ରେସ କର୍ମୀ ମାନେ ତାଲା ପକାଇଦେଇଛନ୍ତି। ଗତ ଜୁନ ୪ତାରିଖ ରେ ୯କୋଟି ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଏହି ବସ ଷ୍ଟାଣ୍ଡ ଟି ଲୋକାର୍ପଣ ହୋଇଥିଲା। ଏହି ଷ୍ଟାଣ୍ଡ ପାଇଁ ଉଦିଷ୍ଟ ଥିବା ୨୭ଟି ଅସ୍ଥାୟୀ ପଦ ମଧ୍ୟରୁ ବିଜେପି ଦଳ ର ଲୋକଙ୍କୁ ୧୪ଟି ପଦରେ ନିଯୁକ୍ତି ଦିଆଯାଇଥିଲା। ବାକି ଥିବା ୧୩ଟି ପଦ ରେ କଂଗ୍ରେସ ଏବଂ ବିଜେଡି ଦଳର ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଭଦ୍ରକ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ। ଆଜି ଏକ ଅସମର୍ôଥତ ସୂତ୍ର ରୁ କଂଗ୍ରେସ କର୍ମୀ ଜାଣିବାକୁ ପାଇଲେ ବାକି ଥିବା ୧୩ଟି ପଦବୀ ମଧ୍ୟ ବିଜେପି କର୍ମୀ ମାନଙ୍କ ଦ୍ୱାରା ପୂରଣ ହୋଇ ଯାଇଛି।ଏହାକୁ ଭିତି କରି କଂଗ୍ରେସ କର୍ମୀ ମାନେ ଆଜି ଅପରାହ୍ନ ୧ଟା ସମୟରେ ଏକ ରାଲି ବାହାରି ଧାମରା ବଜାର ପରିକ୍ରମା କରିବା ସହ ଆସି ଧାମରା ବସ ଷ୍ଟାଣ୍ଡ ମୁଖ୍ୟ ଗେଟରେ ତାଲା ପକାଇଦେଇ ଥିଲେ। ଫଳରେ ଏହି ବସ ଷ୍ଟାଣ୍ଡ ମଧ୍ୟକୁ କୌଣସି ବସ ଯାତାୟାତ କରି ପାରି ନଥିଲା। ଆଜି ଏହି ଦଳରେ କଂଗ୍ରେସ ର ଦିଗମ୍ବର ଦାସ, ସୁରେଶ ମାହୁନ୍ତ,ବିଜୁ ନାୟକ, ଉମେଶ ମହାକୁଡ଼, ସୋନୁ ଲେଙ୍କା, ଦୁଃଖ ଜେନା, ନରେନ୍ଦ୍ର ମାଈତି, ପ୍ରଭୁରାମ ଦାସ, ନରେନ୍ଦ୍ର ନାୟକ, ବିମାନ ଗିରି, ତାରାକାନ୍ତ ସାମଲ, ଅର୍ଜୁନି ବାରିକ, ଖଗେଶ୍ୱର ମାଝୀ, ଦଶରଥ ମାଝୀ, ମୀନାରାଣୀ ଜେନା, ବିଦ୍ୟାଧର ମଲିକ, କରବିର ମାଝୀ ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏହାର ସୁସମାଧାନ ନ ହେବା ପର୍ଯ୍ୟନ୍ତ ଧାମରା ବସ ଷ୍ଟାଣ୍ଡ ରେ ଏପରି ତାଲା ପଡିବ ବୋଲି ମଧ୍ୟ ସମ୍ପୃକ୍ତ କର୍ମୀ ମାନେ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.