Home ଜିଲ୍ଲା ପରିକ୍ରମା ଧାମରା ବସଷ୍ଟାଣ୍ଡରୁ ଖୋଲିଲା ତାଲା, ୭ଦିନ ମଧ୍ୟରେ ସମାଧାନ ହେବ- ଜିଲ୍ଲାପାଳ, ଦୀର୍ଘ ୪୨ ଦିନ...

ଧାମରା ବସଷ୍ଟାଣ୍ଡରୁ ଖୋଲିଲା ତାଲା, ୭ଦିନ ମଧ୍ୟରେ ସମାଧାନ ହେବ- ଜିଲ୍ଲାପାଳ, ଦୀର୍ଘ ୪୨ ଦିନ ପରେ ମଧ୍ୟ କାର୍ଯ୍ୟକ୍ଷମ ହେଉନାହିଁ ବସଷ୍ଟାଣ୍ଡ

6

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ବସଷ୍ଟାଣ୍ଡକୁ ନେଇ ଚାଲିଥିବା ବିବାଦର ସମାଧାନ ହେବ ବୋଲି ପ୍ରତିଶ୍ରୁତି ମିଳିବା ପରେ ବସଷ୍ଟାଣ୍ଡ ଫାଟକରୁ ତାଲା ଖୋଲାଗଲା। ଗତ ୧୪ ତାରିଖ ଦିନ ଧାମରା କଂଗ୍ରେସ ପକ୍ଷରୁ ଏହି ଗେଟରେ ତାଲା ପକାଯାଇଥିଲା, ଏହାର ଏକମାତ୍ର କାରଣ ବସଷ୍ଟାଣ୍ଡରେ ସ୍ଥାନୀୟ ନିଯୁକ୍ତି କେବଳ ଶାସକ ଦଳକୁ ମିଳୁଥିବା ବେଳେ କଂଗ୍ରେସ ଦଳକୁ କେବଳ ଆଶ୍ୱାସନାରେ ସନ୍ତୁଷ୍ଟ ହୋଇ ରହିବାକୁ ପଡିଥିଲା। ଏହି ବସଷ୍ଟାଣ୍ଡ ରେ ୨୭ ଜଣ ଅସ୍ଥାୟୀ କର୍ମଚାରୀଙ୍କ ମଧ୍ୟରୁ ଜୁନ ମାସରେ ୧୪ଜଣ ଶାସକ ଦଳର ଲୋକଙ୍କୁ ନିଯୁକ୍ତି ମିଳିଥିଲା। ଏହାକୁ ନେଇ କଂଗ୍ରେସ ପକ୍ଷରୁ ଅଭିଯୋଗ ହେବା ପରେ ଭଦ୍ରକ ଜିଲ୍ଲାପାଳ କଂଗ୍ରେସ ଦଳର ନେତା ମାନଙ୍କୁ ନିଶ୍ଚୟ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମାତ୍ର ଇତି ମଧ୍ୟରେ ବାକିଥିବା ୧୩ଜଣଙ୍କୁ ନିଯୁକ୍ତି ଦିଆ ଯାଇଛି ବୋଲି ଏକ ଖବର ପ୍ରସାରିତ ହେବା ପରେ କଂଗ୍ରେସ ଦଳର ନେତା ମାନେ ଆସି ଏହି ଫାଟକରେ ତାଲା ପକାଇ ଦେଇଥିଲା। ଆଜି ଚାନ୍ଦବାଲି ତହସିଲଦାର ଭବତୋଷ ମଲିକ ଆସି ପ୍ରଥମେ କଂଗ୍ରେସ ଦଳର ନେତା ମାନଙ୍କୁ ଏହି ତାଲା ଖୋଲିବା ପାଇଁ କହିଥିଲେ ଏବଂ ୭ ଦିନ ମଧ୍ୟରେ ଏହାର ସୁ ସମାଧାନ ହେବ ଏବଂ ଭଦ୍ରକ ଜିଲ୍ଲାପାଳ ଏହା କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ତାଲା ଖୋଲାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ବସଷ୍ଟାଣ୍ଡ ଲୋକାର୍ପିତ ଗତ ଜୁନ ୪ତାରିଖରେ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ କେବଳ ମୋ ବସ ବ୍ୟତୀତ ଅନ୍ୟ କୌଣସି ବେସରକାରୀ ବସ ଏହି ବସ ଷ୍ଟାଣ୍ଡ ମଧ୍ୟକୁ ଆସୁ ନାହାନ୍ତି କିମ୍ବା କୌଣସି ରାଜସ୍ୱ ଆଦାୟ ହୋଇ ପାରୁ ନାହିଁ । ଫଳରେ ରାଜ୍ୟ ସରକାରଙ୍କ ସଡକ ପରିବହନ ବିଭାଗ ୨୩ଜଣ ଅସ୍ଥାୟୀ କର୍ମଚାରୀଙ୍କ ଦରମା ଏବଂ ବସଷ୍ଟାଣ୍ଡ ରକ୍ଷଣା ବେକ୍ଷଣ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅର୍ଥ ଶ୍ରାଦ୍ଧ କରୁଥିବା ବେଳେ ରାଜସ୍ୱ ଆଦାୟ କରିବାରେ ବିଫଳ ।ବସଷ୍ଟାଣ୍ଡ ଟି ସାଧାରଣ ଜନତାଙ୍କ କାର୍ଯ୍ୟରେ ଆସୁ ନଥିବା ଅଭିଯୋଗ ହୋଇଛି। ଏ ବିଷୟରେ ଭଦ୍ରକ ଜିଲ୍ଲା ସଡକ ପରିବହନ ଅଧିକାରୀଙ୍କୁ ପଚାରିବାରୁ ସେ କୌଣସି ମତାମତ ଦେବେ ନାହିଁ ବୋଲି କହିବା ସହ ସରକାର ଖୁବ ଶୀଘ୍ର ଏହାର ଆଶୁ ସମାଧାନ କରିବେ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.