Home ଜିଲ୍ଲା ପରିକ୍ରମା ଧାମରା ବନ୍ଦର (ଆଦାନୀ) ବିରୁଦ୍ଧରେ କଂଗ୍ରେସର ଆନ୍ଦୋଳନ ଚେତାବନୀ

ଧାମରା ବନ୍ଦର (ଆଦାନୀ) ବିରୁଦ୍ଧରେ କଂଗ୍ରେସର ଆନ୍ଦୋଳନ ଚେତାବନୀ

84

ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ କଂଗ୍ରେସ ମହଲରେ ଆଲୋଡନ ସୃଷ୍ଟି ହେବା ସହ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହି ସମସ୍ୟାର ସମାଧାନ ୧୫ ଦିନ ମଧ୍ୟରେ ନହେଲେ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି। ଗତ ସପ୍ତାହରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ନେତା ଅମୀୟ କୁମାର ମହାପାତ୍ରଙ୍କ ଆବାହକତ୍ୱରେ ଏକ ଜରୁରୀ ବୈଠକ ବସିଥିଲା। ଏହି ବୈଠକରେ ଧାମରା ବନ୍ଦର(ଆଦାନୀ) ୨୦୧୮ ମସିହାରେ ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣ ପାଇଁ ହୋଇଥିବା ଜନଶୁଣାଣୀରେ ଦିଆଯାଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇନାହିଁ, ଯାହାଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଯଥା କୋଇଲା ଗଚ୍ଛିତ ଓ ପରିବହନକୁ ନେଇ ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ମନ୍ତେଇ ନଦୀର ଜଳକୁ ବିଶୋଧନ କରି ବ୍ୟବହାର କରିବା ବଦଳରେ ଧାମରା ବନ୍ଦର କର୍ତ୍ତୃପକ୍ଷ ନିଜ ପରିସୀମା ଭିତରେ ଗଭୀର ନଳକୂପ ବସାଇବା ଫଳରେ ଧାମରା ଅଂଚଳରେ ଜଳସ୍ତର ନିମ୍ନଗାମୀ ହେଉଛି ଯାହାଫଳରେ ଶତାଧିକ ନଳକୂପ ଅଚଳ ହୋଇ ପଡିଛି। ସବୁଜବଳୟ ଯୋଜନା କାର୍ଯ୍ୟକାରୀ ନହେବା ଫଳରେ ବାୟୁ ପ୍ରଦୁଷଣ, ବନ୍ଦର କର୍ତ୍ତୃପକ୍ଷ ଖୋଲିଥିବା ଡାକ୍ତରଖାନାରେ ଭିତ୍ତିଭୂମି ଅଭାବ ଯୋଗୁଁ ଉପଯୁକ୍ତ ଚିକିତ୍ସାର ଅଭାବ ଯୋଗୁ ରୋଗୀ ମୃତ୍ୟୁ ମୁଖରେ ପଡିବା ଆଦି ମୁଖ୍ୟ ସମସ୍ୟା ହୋଇ ପଡିଛି।

ଅନ୍ୟ ପକ୍ଷରେ ଧାମରା ଅଂଚଳରେ ଥିବା ୮ଟି ପଂଚାୟତର ଗ୍ରାମ୍ୟ ରାସ୍ତାକୁ ଜିଲ୍ଲା ମୁଳୟକୁ ସଂଯୋଗୀକରଣ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ଠିକ ଭାବରେ ପାଳନ କରା ନଯିବା। ଦୀର୍ଘ ୬୩ କି.ମି ବ୍ୟାପୀ ରେଳରାସ୍ତା ଏବଂ ସଡକ ପଥରେ ଡ୍ରେନେଜ ବ୍ୟବସ୍ଥାକୁ ସୁଚାରୂରୂପେ କାର୍ଯ୍ୟକାରୀ କରା ନଯିବାରୁ ଭଦ୍ରକ ଜିଲ୍ଲାବାସୀ ଜଲବନ୍ଦୀ ଜୀବନଯାପନ କରିବା ସହ ଚାଷୀ ମାନଙ୍କର ଆର୍ଥିକ ମାନଦଣ୍ଡ ଭୁଷୁଡି ପଡିବା କୁ ନେଇ ଜନଅସନ୍ତୋଷ ସୃଷ୍ଟି ହେଉଛି। ଧାମରା ବନ୍ଦରରେ ନିଯୁକ୍ତି କ୍ଷେତ୍ରରେ ପାତର ଅନ୍ତର ସୃଷ୍ଟି କରାଯିବା ସହ ଯୋଗ୍ୟତା ଭିତିରେ ନିଯୁକ୍ତି ଦିଆଯିବାକୁ କଂଗ୍ରେସ ଦଳ ନିଜର ଦାବି ଜଣାଇଛି।ମତ୍ସ୍ୟଜିବୀ ମାନଙ୍କ ପାଇଁ ଶୁଖୁଆ ଖଳା ପାଇଁ ଜାଗା ଦବୋର ପ୍ରତିଶ୍ରତି ପାଳନ ନକରିବା, ଅଂଚଳବାସୀଙ୍କ ପାଇଁ ଶ୍ମଶାନ, ଗୋଚର, ଗ୍ରାମ୍ୟ ଜଙ୍ଗଲ ବିନିମୟରେ ଅଣ୍ୟ କିସମର ଜାଗା ଯୋଗାଇ ଦେବା ଆଦି ପ୍ରହଶନ ପାଲଟିଛି। ଧାମରା ବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ନରସିଂହପ୍ରସାଦ ଠାରେ ଏକ ଓଭର ବ୍ରିଜ ନିର୍ମାଣ କରିବା ସହ ବନ୍ଦର ନିର୍ମାଣ ପୂର୍ବରୁ ନିଜର ଭିଟାମାଟି ଏବଂ ଜମି ହରାଇଥିବା ଲୋକ ମାନଙ୍କୁ ତୁରନ୍ତ ଏବଂ ଅଗ୍ରାଧିକାର ଭିତିରେ କର୍ମସଂସ୍ଥାନ ଯୋଗାଇ ଦେବା, ଦୈନିକ ମଜୁରିଆଙ୍କୁ ମଜୁରୀ ବୃଦ୍ଧି କରିବା ଏବଂ ଶେଷରେ ଏଲଏନଜି ପ୍ରକଳ୍ପରେ ସ୍ଥାନୀୟ ନିଯୁକ୍ତି ଦିଆଯିବାକୁ ଦାବି ଜଣାଇଛନ୍ତି।ଆସନ୍ତା ୧୫ ଦିନ ମଧ୍ୟରେ ଏହି ଦାବି ପାଳନ କରା ନଗଲେ କଂଗ୍ରେସ ଦଳ ପକ୍ଷରୁ ଧାମରା ବନ୍ଦର ଆଗରେ ଆନ୍ଦୋଳନ କରାଯିବ ବୋଲି ବ୍ଲକ କଂଗ୍ରେସ ନେତା ଅମୀୟ କୁମାର ମହାପାତ୍ର, ଦିଗମ୍ବର ଦାସ, ଉମେଶ ମହାକୁଡ, ସୁରେନ୍ଦ୍ର ଜେନା ଙ୍କ ସମେତ ବହୁ ବ୍ୟକ୍ତି ନିଜର ଦାବି ଜଣାଇଛନ୍ତି। ଆଜି ଏହି ଦାବିପତ୍ରକୁ ଧାମରା ବନ୍ଦର କର୍ତୁପକ୍ଷ, ଭଦ୍ରକ ଜିଲ୍ଲାପାଳ, କେନ୍ଦ୍ରାଂଚଳ ଆୟୋଗଙ୍କୁ ଲିଖିତ ଭାବେ ଜଣାଇଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.