Home ଜିଲ୍ଲା ପରିକ୍ରମା ଧାମରା ବନ୍ଦର (ଆଦାନୀ)ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟାପକ ଅନିୟମିତତା

ଧାମରା ବନ୍ଦର (ଆଦାନୀ)ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟାପକ ଅନିୟମିତତା

77

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ବନ୍ଦର କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ଏବଂ ବାହାର ରାଜ୍ୟରୁ ଆସୁଥିବା କର୍ମଚାରୀଙ୍କ ମଧ୍ୟରେ କରୋନା ଭୟାବହତାକୁ ରକ୍ଷା କରିବାକୁ ଯାଇ ବନ୍ଦର କର୍ତୁପକ୍ଷ୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିଥିଲା। ଏହି ୨ଟି କେନ୍ଦ୍ର ମଧ୍ୟରୁ ଜେଜେ ରିସୋର୍ଟ(ହୋଟେଲ)ରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ୧୯ ତାରିଖ ଦିନ ୪ଜଣ କରୋନା ପୋଜିଟିଭ ଆକ୍ରାନ୍ତଙ୍କ ତଥ୍ୟ ଲୋକଲୋଚନକୁ ଆସିଥିଲା। ପରେ ଏହି ହୋଟେଲକୁ ସଂପୂର୍ଣ ସିଲ କରାଯାଇଥିଲା। ୨ୟ ସ୍ୱାସ୍ଥ୍ୟକେନ୍ଦ୍ରଟି ଧାମରା ବଜାରରେ ଥିବା ଆଦାନୀ ଗେଷ୍ଟ ହାଉସରେ ହୋଇଥିବା ବେଳେ ଏଠାରେ ସଂପୂର୍ଣ ଅନମିୟମିତତା ଲାଗି ରହିଥିବା ଜଣାଯାଇଛି। ଏହି କେନ୍ଦ୍ରରେ ଥିବା ବାହାର ରାଜ୍ୟର କର୍ମଚାରୀ ମାନେ ନିୟମିତ ଭାବରେ ବନ୍ଦର ମଧ୍ୟକୁ ଯାଇ ନିଜ କାର୍ଯ୍ୟ ସଂପାଦନ କରି ପୁନଶ୍ଚ ଆସି ଏହି କେନ୍ଦ୍ରରେ ରହୁଥିବା ଜଣାଯାଇଛି। ଏହି ଗେଷ୍ଟ ହାସରେ ଥିବା ସମସ୍ତ କର୍ମଚାରୀ ମାନଙ୍କୁ ପ୍ରତିଦିନ ଗ୍ଲୋଭ୍ସ, ମାସ୍କ ବଦଳାଇନୂତନ ଦିଆଯିବାର ବ୍ୟବସ୍ଥା,  ସାନିଟାଇଜେସନ ବ୍ୟବହାର କରିବାକୁ ଅନୁମତି ଦିଆଯାଉଥିଲେ ମଧ୍ୟ ଏହା କୁ ନିୟମିତ ପାଳନ କରାଯାଉ ନଥିବା ଦୃଷ୍ଟିଗୋଚର ହୋଇଛି। ଏପରିକି ବନ୍ଦର କର୍ମଚାରୀ ମାନେ କ୍ୱାରେଟାଂଇନ ଥିବା ବେଳେ କିପରି ଏଠାରେ ବନ୍ଦ ନରହି, ସାମାଜିକ ଦୂରତା ନ ରଖି ଧାମରା ବଜାର ଏବଂ ଗେଷ୍ଟ ହାଉସ ମଧ୍ୟରେ ଅବାଧରେ ବିଚରଣ କରୁଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି ସର୍ବସାଧାରଣରେ ଆଲୋଚ୍ୟର ବିଷୟ ପାଲଟିଛି। ଏହି କ୍ୱାରେଟାଂଇନରେ ଥିବା ଲୋକ ମାନଙ୍କର ଏହି ଅବାଧ ବିଚରଣ ଧାମରା ଅଂଚଳରେ କରୋନା ଭୂତାଣୁ ବ୍ୟାପିବାରେ ସହାୟକ ହେବା ସହ ଧାମରା ଅଂଚଳକୁ କରୋନା ଜୋନରେ ପରିଣତ କରିଦେବ ବୋଲି ସାଧାରଣରେ ଚର୍ଚା ହେଉଛି।ଏହି ଗେଷ୍ଟହାଉସକୁ ପରିଚାଳନା କରୁଥିବା ଠିକା ସଂସ୍ଥା ଆଦାନୀ କର୍ତୁପକ୍ଷଙ୍କ ଠାରୁ ଠିକ ଭାବରେ ଟଙ୍କା ନେଇ ପରିଚାଳନାଗତ ତ୍ରୁଟି ହେବ ନାହିଁ ବୋଲି ସଫେଇ ଦେଉଥିବା ବେଳେ ଧାମରା ଅଂଚଳରେ କରୋନା ବ୍ୟାପିବାରେ ସହାୟକ ହେଉଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.