Home ଜିଲ୍ଲା ପରିକ୍ରମା ଧାମରା ବନ୍ଦର ଆଗରୁ ପ୍ରଥମ ପର୍ଯ୍ୟାୟ ଉଚ୍ଛେଦ ପ୍ରକ୍ରିୟା ରେ ୧୧ଟି ଦୋକାନ ଉଚ୍ଛେଦ

ଧାମରା ବନ୍ଦର ଆଗରୁ ପ୍ରଥମ ପର୍ଯ୍ୟାୟ ଉଚ୍ଛେଦ ପ୍ରକ୍ରିୟା ରେ ୧୧ଟି ଦୋକାନ ଉଚ୍ଛେଦ

4

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ବନ୍ଦର ୧ନଂ ଗେଟ ନିକଟରେ ଥିବା ବନ୍ଦର କମ୍ପାନୀ ସ୍ଥାନରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ଏହି ଉଚ୍ଛେଦ ପ୍ରକ୍ରିୟାରେ ୧୧ଟି ଦୋକାନ ବହୁ ଦିନ ହେବ ବନ୍ଦର କମ୍ପାନୀର ସାମନା ଜାଗା ଗୁଡିକ ମାଡି ବସିଥିଲେ। ଏମାନଙ୍କୁ ହଟାଇବା ପାଇଁ ପ୍ରଶାସନ ବହୁବାର ନୋଟିସ ପରେ ମଧ୍ୟ ଏମାନେ ଏହି ସ୍ଥାନରୁ ହଟିବାକୁ ନାରାଜ ଥିଲେ। ଆଜି ସକାଳ ସମୟରେ ତହସିଲ ପ୍ରଶାସନ ,ଧାମରା ପୁଲିସ ଏବଂ ଧାମରା ରାଜସ୍ୱ ନିରୀକ୍ଷକ ଙ୍କ ଉପସ୍ଥିତିରେ ୧୧ଟି ଦୋକାନ ଉଚ୍ଛେଦ ହୋଇଥିଲା।ଆଗାମୀ ଦିନରେ ଧାମରା ବନ୍ଦରର ଦକ୍ଷିଣ ପାଶ୍ୱର୍ରେ ଥିବା ଦୋକାନୀ ମାନଙ୍କୁ ସରକାରୀ ସ୍ଥାନରୁ ଉଚ୍ଛେଦ ହେବା ସହ ବାଲିସାହି – ଦୋସିଙ୍ଗା ରାସ୍ତା ପ୍ରଶସ୍ତି କରଣ କରାଯିବ ବୋଲି ଜଣାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ରାଜ୍ୟ ପ୍ରଶାସନ ସମସ୍ତ ସ୍ଥାନରେ ସରକାରୀ ସ୍ଥାନରେ ଥିବା ଜବରଦଖଲକାରୀଙ୍କୁ ଉଚ୍ଛେଦ କରୁଥିବା ବେଳେ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଥଇଥାନ କରିବାରେ ସଫଳ ହୋଇ ପାରୁନାହିଁ ଫଳରେ ସବୁ ସ୍ଥାନରେ ଉଚ୍ଛେଦ ହୋଇଥିବା ଛୋଟ ବଡ ବ୍ୟବସାୟୀ କିପରି ନିଜ ବ୍ୟବସାୟ କରି ଜୀବିକା ନିର୍ବାହ କରିବେ ସେ ନେଇ ରାଜ୍ୟ ସରକାର ଚିନ୍ତା କରିବା ସହ ଥଇଥାନ କରିବା ଜରୁରୀ ହୋଇ ପଡିଛି ବୋଲି ଉଚ୍ଛେଦ ହୋଇଥିବା ବ୍ୟବସାୟୀ ମାନେ ନିଜର ପ୍ରତିକ୍ରିୟା ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.