Home ଜିଲ୍ଲା ପରିକ୍ରମା ଧାମରା ବନ୍ଦରରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନାହିଁ, ୧୯ରେ ଧାମରା ରେଳପଥ ଅବରୋଧ କରିବ ଯୁବ...

ଧାମରା ବନ୍ଦରରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନାହିଁ, ୧୯ରେ ଧାମରା ରେଳପଥ ଅବରୋଧ କରିବ ଯୁବ କଂଗ୍ରେସ

42

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଏକମାତ୍ର ନିଯୁକ୍ତିର ସୁଯୋଗ ସୃଷ୍ଟି କରିଥିବା ଧାମରା ବନ୍ଦର ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାରେ ଚରମ ଅବହେଳା କରୁଛି । ପୁଣି ଏହି ବନ୍ଦରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ବନ୍ଦର କର୍ତ୍ତୃପକ୍ଷ ସେମାନଙ୍କ ନ୍ୟାର୍ଯ୍ୟ ହକ୍ ଦେଉନାହିଁ । ଶ୍ରମିକଙ୍କ ସୁରକ୍ଷା ନାହିଁ । ଜିଲ୍ଲା ପାଇଁ ବନ୍ଦର ପକ୍ଷରୁ କୌଣସି ଉନ୍ନୟନ କାର୍ଯ୍ୟ କରାଯାଉନାହିଁ । ଯାହାକୁ ବିରୋଧ କରି ଆଜି ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ କଂଗ୍ରେସ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବେଗ ପ୍ରକଟ କରାଯାଇଛି । ଧାମରା ବନ୍ଦର ନିର୍ମାଣ ଏବଂ ଏହାର କୋଇଲା ପରିବହନ ପାଇଁ ଯାଇଥିବା ରେଳ ଧାରଣା ନିର୍ମାଣରେ ଭଦ୍ରକବାସୀଙ୍କ ଜମି ନିଆଯାଇଛି । ସେତେବେଳେ ପ୍ରତିଶୃତି ଦିଆଯାଇଥିଲା କି ଜମି ହରାଉଥିବା ପ୍ରତି ପରିବାରର ଜଣଙ୍କୁ ବନ୍ଦରରେ ନିଯୁକ୍ତି ଦିଆଯିବ । ମାତ୍ର ଅଦ୍ୟାବଧି ବନ୍ଦର କର୍ତ୍ତୃପକ୍ଷ ତାହା ପୂରଣ କରି ନାହାନ୍ତି । ବାହାର ଲୋକଙ୍କୁ ଆଣି ସ୍ଥାୟୀ ନିଯୁକ୍ତି ଦେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ଅସ୍ଥାୟୀ ଭାବେ କଣ୍ଟ୍ରାକ୍ଟର ଅଧିନରେ ଗୋତି ଶ୍ରମିକ ଭଳି କାର୍ଯ୍ୟରେ ନିୟୋଜିତ କରାଯାଉଛି । ଏସବୁକୁ ଜିଲ୍ଲା ଯୁବ କଂଗ୍ରେସ ତୀବ୍ର ପ୍ରତିବାଦ କରୁଛି । ତୁରନ୍ତ ବନ୍ଦର କର୍ତ୍ତୃପକ୍ଷ ଜିଲ୍ଳାବାସୀ ତଥା ସ୍ଥାନୀୟ ଲୋକଙ୍କ ସ୍ୱାର୍ଥକୁ ନଜରକୁ ନେଉ । ଯଦି ଏହା ନ ହୁଏ ତେବେ ଆସନ୍ତା ୧୯ ତାରିଖ ଯୁବ କଂଗ୍ରେସ ପକ୍ଷରୁ ଚାନ୍ଦବାଲି ବ୍ଳକ ବାଂଶଡ଼ା ଥାନା ଅଞ୍ଚଳରେ ଯାଇଥିବା ରେଳ ଧାରଣା ଅବରୋଧ କରାଯାଇ ବନ୍ଦରରୁ କୋଇଲା ପରିବହନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଠପ୍ କରିଯିଆଯିବ ବୋଲି ଯୁବ କଂଗ୍ରେସ ଜିଲ୍ଳା ସଭାପତି ହେମନ୍ତ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଛାତ୍ର କଂଗ୍ରେସ ଉପସଭାପତି ଆଶିଷ କୁମାର ମାହୁନ୍ତ, ଯୁବନେତା ସତ୍ୟନାରାୟଣ ପୁହାଣ, ରଂଜନ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.