Home ଜିଲ୍ଲା ପରିକ୍ରମା ଧାମରା ବନ୍ଦରକୁ ଆସୁଥିବା ଲୁହା ପଥର ବୋଝେଇ ଟ୍ରକର ଧୂଳି ଧୂଆଁରେ ବ୍ୟତିବ୍ୟସ୍ତ ଧାମରାବାସୀ, ରାସ୍ତାକୁ...

ଧାମରା ବନ୍ଦରକୁ ଆସୁଥିବା ଲୁହା ପଥର ବୋଝେଇ ଟ୍ରକର ଧୂଳି ଧୂଆଁରେ ବ୍ୟତିବ୍ୟସ୍ତ ଧାମରାବାସୀ, ରାସ୍ତାକୁ ଓହ୍ଲାଇ କରିବେ ହରତାଳ, ନାହିଁ ପାର୍କିଂ ଓ ଶୌଚାଳୟ ସୁବିଧା

13

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ଅଂଚଳବାସୀ ଧୂଳି ଧୂଆଁରେ ଅସ୍ତବ୍ୟସ୍ତ,ଏହାକୁ ଆଉ ସହିହେଉନାହିଁ ଏହାକୁ ନେଇ ଆଗାମୀ ଦିନରେ ରାସ୍ତାରୋକ କରିବାକୁ ଚେତାବନୀ ଦେଇଛନ୍ତି ଅଂଚଳବାସୀ । ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ବନ୍ଦରକୁ ଦୈନିକ ୧ହଜାରରୁ ଉର୍ଦ୍ଧ ଟ୍ରକ,ଟିପ୍ପର ଗୁଡିକ କେଉଁଝର ମାଇନ୍ସରୁ ଲୁହା ପଥର ବୋଝେଇ କରି ଧାମରା ବନ୍ଦରକୁ ଆସୁଛନ୍ତି । ଏହି ଲୁହା ପଥର ବୋଝେଇ ଟ୍ରକ ଗୁଡିକ କରଣପଲ୍ଲୀ ପଂଚାୟତରୁ ଆରମ୍ଭ ହୋଇ ଦୋସିଙ୍ଗା ଏବଂ ଧାମରା ପଂଚାୟତ ପର୍ଯ୍ୟନ୍ତ ଦୀର୍ଘ ୨୦ କି.ନି ରାସ୍ତାରେ ଅଟକି ରହୁଛି । ଏହି ଟ୍ରକ ଗୁଡିକର ଲମ୍ବା ଲାଇନ ହୋଇ ରହୁଥିବା ବେଳେ ଅନ୍ୟ ପଟରେ ଥିବା ରାସ୍ତା ଟି ସଂପୂର୍ଣ୍ଣ ସଂକୁଚିତ ହୋଇ ଯାଉଛି ଫଳରେ ୧୫ଫୁଟ ରାସ୍ତାରେ ଯାତାୟତ ଲାଗି ରହୁଛି । ଏହା ଫଳରେ ଏହି ରାସ୍ତାରେ ଯାତାୟତ କରୁଥିବା ଅଂଚଳବାସୀ ଏବଂ ବିଦ୍ୟାଳୟକୁ ଯାତାୟତ କରୁଥିବା ଛାତ୍ରଛାତ୍ରୀ ନିଜକୁ ସୁରକ୍ଷିତ ମଣୂ ନାହାନ୍ତି । ଏହି ରାସ୍ତାରେ ସବୁ ସମୟରେ ଧୂଳି ଉଡୁଥିବା ବେଳେ କିଏ ଏହି ରାସ୍ତାରେ ପାଣି ସିଂଚନ କରିବ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୋଟିଏ ପଟ ରାସ୍ତାରେ ଟ୍ରକ ଟିପ୍ପର ଗୁଡିକର ଲମ୍ବା ଲାଇନ ଅନ୍ୟ ପଟରେ ଥିବା ରାସ୍ତାଟି ସଂପୂର୍ଣ୍ଣ ଯାତାୟତ ଅନୁପଯୋଗୀ ହୋଇ ପଡିଛି । ଏହି ଟ୍ରକ ଏବଂ ଟିପ୍ପର ଚାଳକ ଏବଂ ହେଲପର ମାନେ ସାଧାରଣ ରାସ୍ତାରେ ଶୌଚ ହେଉଥିବା ବେଳେ ରାସ୍ତା ନିକଟରେ ରହୁଥିବା ସାଧାରଣ ଜନତା ଏହି ଗନ୍ଧରେ ନିଜ ଘରେ ମଧ୍ୟ ରହି ପାରୁ ନାହାନ୍ତି । ଦୀର୍ଘ ୨୦. କି.ମି ରାସ୍ତାରେ ଶୌଚ ହେବା ପାଇଁ ଶୌଚାଳୟ ଟିଏ ନଥିବାକୁ ରାସ୍ତାରେ ଶୌଚ କଥା ପ୍ରଶାସନ ପାଖରେ ଅଭିଯୋଗ ହେବା ପରେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛ ।

ଏହି ଗୋଟିଏ ପଟ ରାସ୍ତାରେ ଟ୍ରକ ଟିପ୍ପର ଗୁଡିକ ଓଭରଟେକ କରୁଥିବା ବେଳେ ଦୈନିକ କରଣପଲ୍ଲୀ ପଂଚାୟତ ଠାରୁ ଧାମରା ପଂଚାୟତ ମଧ୍ୟରେ ରାସ୍ତା ଦୁର୍ଘଟଣା ଘଟୁଛି । ଏହି ଟ୍ରକ ଟିପ୍ପର ଗୁଡିକୁ ଗୋଟିଏ ଲାଇନରେ ଆସିବାକୁ ନିୟମ ଥିବା ବେଳେ ଏହି ନୟମ ଉଲଂଘନ କାରୀଙ୍କୁ କିଏ ଶାସନ କରିବ ତାହା ମଧ୍ୟ ପ୍ରଶ୍ନବାଚୀ ହୋଇ ପଡିଛି । ଗୋଟିଏ ପଟରେ ଧାମରା ବନ୍ଦର ପ୍ରଶାସନ ନିଜର ୨କି.ମି ରାସ୍ତାରେ ଏହି ଚାଳକ ମାନଙ୍କୁ ୨୦କି.ମି ସ୍ପିଡରେ ଯିବାକୁ ନିଜର ନିରାପତା ଅଧିକାରୀ ମାନେ କହୁଥିବା ବେଳେ ଦୋସିଙ୍ଗା,ଜାଗୁଳା, ଧାମରା, କଇଥଖୋଲା, କରଞମାଳ ଏବଂ କରଣପଲ୍ଲୀ ପଂଚାୟତ ଦେଇ ଯାଇଥିବା ରାଜପଥରେ କିଏ ସାଧାରଣ ପଥଚାରୀଙ୍କୁ ସୁରକ୍ଷା ଦେବ ଏବଂ ସାଧାରଣ ଜନତାଙ୍କୁ ଦୁର୍ଘଟଣାରୁ ରକ୍ଷା କରିବ ସେ ନେଇ ଅଂଚଳବାସୀ ପ୍ରଶ୍ନ ଉଠାଇଛନ୍ତି । ଏହି ଟ୍ରକ ଟିପ୍ପର ଚାଳକଙ୍କୁ ପୁଲିସ ପ୍ରଶାସନ କରିବା କଥା ଅଂଚଳବାସୀ କହୁଥିବା ବେଳେ ଏହି ୬ଟି ଅଂଚଳରେ ୩ଟି ପୁଲିସ ଥାନା ଥିବା ବେଳେ ଆବଶ୍ୟକ ସଂଖ୍ୟାରେ ଷ୍ଟାଫ ମଧ୍ୟ ସରକାରଙ୍କ ଗୃହ ବିଭାଗ ନିଯୁକ୍ତି ଦେଉନାହିଁ ଫଳରେ ସାଧାରଣ ଜନତାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ହୋଇପଡିଛି । ତୁରନ୍ତ ଏହି ୬ଟି ପଂଚାୟତର ଅଧିବାସୀଙ୍କ ନିରାପତା ଏବଂ ଟ୍ରକ ଟିପ୍ପର ଚାଳକ ମାନଙ୍କ ଦ୍ରୁତ ଗତିକୁ ନେଇ ଅଂଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଲେଣି । ଏଥିସହ ଏହି ବିଷୟରେ ଅଂଚଳବାସୀ ପୁଲିସ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ପୁଲିସ ପ୍ରଶାସନ ଆବଶ୍ୟକ ସଂଖ୍ୟାରେ ଷ୍ଟାଫ ନାହାନ୍ତି ବୋଲି କହି କଥାକୁ ଟାଳି ଦେଉଥିବା ବେଳେ ଏହା ପ୍ରଶାସନ ପ୍ରତି ଏକ ଚ୍ୟାଲେଞ ହୋଇ ପଡିଛି । ଗୋଟିଏ ପଟରେ ଧାମରା ବନ୍ଦର ଅନ୍ୟ ପକ୍ଷରେ ୬ପଂଚାୟତ ର ୬୦ହଜାର ଅଂଚଳବାସୀଙ୍କ ସୁରକ୍ଷା ,କେଉଁଟା ଆଗ ଗୁରୁତ୍ୱପୂର୍ଣ୍ଣ ତାହା ପୁଲିସ ପ୍ରଶାସନ ଠିକ କରିବ ଅଥବା ଭଦ୍ରକ ଜିଲ୍ଲାପାଳ ଠିକ ପଦକ୍ଷେପ ନେବେ ତାହା ସମୟହିଁ କହିବ ।ନଚେତ କେଉଁ ସମୟରେ ଏହା କାହା ପାଇଁ ମହଙ୍ଗା ସାବ୍ୟସ୍ଥ ହେବ ତାହା ମଧ୍ୟ ପ୍ରଶ୍ନବାଚୀ ହୋଇ ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.