Home ଜିଲ୍ଲା ପରିକ୍ରମା ଧାମରା ପୋର୍ଟ ନାମରେ ନକଲି ୱେବ୍‌ସାଇଟ, ନିଯୁକ୍ତି ସୁଯୋଗ ଦେଖାଇ ଯୁବଗୋଷ୍ଠୀଙ୍କ ଠାରୁ ଅର୍ଥ ଆଦାୟ

ଧାମରା ପୋର୍ଟ ନାମରେ ନକଲି ୱେବ୍‌ସାଇଟ, ନିଯୁକ୍ତି ସୁଯୋଗ ଦେଖାଇ ଯୁବଗୋଷ୍ଠୀଙ୍କ ଠାରୁ ଅର୍ଥ ଆଦାୟ

133

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୌଣସି ଏକ ଠକ ସଂସ୍ଥା ଧାମରା ପୋର୍ଟ ନାମରେ ଏକ ୱେବ୍‌ସାଇଟ ତିଆରି କରି ଚାକିରୀ ଆଶାୟୀ ଯୁବପିଢିଙ୍କ ଠାରୁ ବିଭିନ୍ନ ପଦପଦବୀରେ ନିଯୁକ୍ତିର ସୁଯୋଗ ଦେଖାଇ ଅର୍ଥ ଆଦାୟ କରୁଛନ୍ତି । ଏପରି ଏକ ତଥ୍ୟ ଧାମରା ପୋର୍ଟ ଅଧିକାରୀଙ୍କ ଔୃଜ୍ଞଚ୍ଛ ହେବା ପରେଏହି ଦିଗରେ ପଦକ୍ଷେପ ସ୍ୱରୂପ ଏହି ନକଲି ୱେବ୍‌ସାଇଟ୍‌କୁ ତୁରନ୍ତ ବନ୍ଦ କରିବା ସହ ଏହି ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ନିକଟରେ ଅନୁରୋଧ କରାଯାଇଛି । ଏ ନେଇ କମ୍ପାନୀ ପକ୍ଷରୁ ଧାମରା ଥାନାରେ ଏତଲା ଦିଆଯାଇଛି ଓ ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲରେ ଅଭିଯୋଗ କରାଯାଇଛି । ଏହାସହ ନିଯୁକ୍ତି ଆଶାୟୀ ଯୁବପିଢିମାନଙ୍କୁ ଏହିପରି ଫେକ୍ ୱେବ୍‌ସାଇଟ ଠାରୁ ଦୂରେଇ ରହିବାକୁ ନିବେଦନ କରାଯାଇଛି । ଧାମରା ପୋର୍ଟ ଅଧିକାରୀଙ୍କୁ ଏ ବିଷୟରେ ପଚାରି ବୁଝିବାରୁ ଏହିପରି କୌଣସି ନିଯୁକ୍ତି ସମ୍ବନ୍ଧୀୟ ସୂଚନା ୱେବ୍‌ସାଇଟ ମାଧ୍ୟମରେ ଦିଆଯାଇନାହିଁ ବୋଲି ପ୍ରକାଶ କରିଛନ୍ତି । ଧାମରା ପୋର୍ଟ କମ୍ପାନୀ ଲିମିଟେଡ (ଡିପିସିଏଲ୍‌)ର ଅଫିସିଆଲ୍ ୱେବସାଇଟ୍ ହେଉଛି https://www.adaniports.com/Ports-and-Terminals/dhamra-port. ଏହା ବ୍ୟତୀତ କମ୍ପାନୀର ଅନ୍ୟ କୌଣସି ୱେବସାଇଟ୍ ନାହିଁ । ଏକ ନକଲି ୱେବସାଇଟ୍  https://dhamraport.in, ମାଧ୍ୟମରେ ଅନଲାଇନ ନିଯୁକ୍ତି ସ୍କାମ୍ ଚାଲିଥିବା ସମ୍ବନ୍ଧରେ ପରିଚାଳନା ସଂସ୍ଥ ।ରିପୋର୍ଟ ପାଇଛି । ଏହିଭଳି ନକଲି ୱେବ୍‌ସାଇଟ ଖୋଲି ଆଶାୟୀ ଯୁବପିଢୀଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି । ସଂପୃକ୍ତ ୱେବସାଇଟ୍ ଉପରେ ଡିପିସିଏଲ୍‌ର କୌଣସି ନିୟନ୍ତ୍ରଣ କିମ୍ବା ସହଭାଗିତା ନାହିଁ ଏବଂ ସାଧାରଣ ଜନତାଙ୍କୁ ଏହାର ଶିକାର ନ ହେବାକୁ ଅନୁରୋଧ କରାଯାଉଛି । ଧାମରା ବନ୍ଦର ରୋଜଗାର ସମ୍ବନ୍ଧୀୟ ସୁଯୋଗ ପାଇଁ ଦେୟ ଦାବି କରେ ନାହିଁ ଏବଂ ସମସ୍ତ ଖାଲି ପଦବୀ କେବଳ ଉପରୋକ୍ତ ଅଫିସିଆଲ୍ ୱେବସାଇଟ୍‌ରେ ପ୍ରକାଶିତ ହୁଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.