Home ଜିଲ୍ଲା ପରିକ୍ରମା ଧାମରା ପୁଲିସର ସଫଳତା, ବାଇକ ଚୋରି ରୋକିବାକୁ ଯାଇ ୨ ଚୋର ଏବଂ ୩ବାଇକ ଜବତ

ଧାମରା ପୁଲିସର ସଫଳତା, ବାଇକ ଚୋରି ରୋକିବାକୁ ଯାଇ ୨ ଚୋର ଏବଂ ୩ବାଇକ ଜବତ

9

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ଅଂଚଳରେ ବାଇକ ଚୋରୀ ବୃଦ୍ଧି ପାଉଥିବା ବେଳେ ଏହା ଧାମରା ପୁଲିସ ପ୍ରତି ଏକ ଚ୍ୟାଲେଞ୍ଜ ହୋଇ ପଡିଥିଲା। ଏହି ବାଇକ ଚୋରୀ ରୋକିବାକୁ ଯାଇ ଧାମରା ପୁଲିସ ୨ଜଣ ବାଇକ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ପ୍ରାପ୍ତ ଖବରରୁ ପ୍ରକାଶ ଗୋଟିଏ ସପ୍ତାହରେ ଧାମରା ଅଂଚଳରୁ ୩ଟି ବାଇକ ଚୋରୀ ହୋଇଥିଲା। ଏହି ଚୋର ମାନେ ଆସି ବାଇକ ର ଚାବି ଭାଙ୍ଗି ଚୋରି କରିବା ସହ ସେ ଗୁଡିକୁ ନେଇ କବାଡି ଦୋକାନରେ ବିକ୍ରି କରିଥାନ୍ତି। କୌଣସି ସୂତ୍ରରୁ ଖବର ପାଇ ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ଏହି ଚୋରିରେ ସଂପୃକ୍ତ ବାଂଶଡା ଥାନା ଅଧିନସ୍ଥ କୁଦ କାନ୍ଥି ଗ୍ରାମର ସେକ ସାଜନ ଏବଂ ଗଉଡୁଣୀ ପୋଖରୀ ଗ୍ରାମର ଚକ୍ରଧର ରାଉତଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ୩ଟି ଚୋରୀ ବାଇକ ଜବତ କରିଥିଲେ। ଏହି ଚୋରୀରେ ସଂପୃକ୍ତ ଥିବା ଅନ୍ୟ ମାନେ ଫେରାର ହୋଇଯାଇଥିବା ବେଳେ ଏହି ଗ୍ୟାଙ୍ଗ ଚାନ୍ଦବାଲି, ଯାଜପୁର ଅଂଚଳରୁ ବାଇକ ଚୋରୀ କରି ସମସ୍ତ ପାର୍ଟ ଖୋଲି କୁଦ କାନ୍ଥି ଅଂଚଳରେ ଥିବା ସମସ୍ତ କବାଡି ଦୋକାନରେ ୪-୫ହଜାର ଟଙ୍କାରେ ବିକ୍ରି କରିବାସହ ବାଇକ କୁ ଖୋଲାଖୋଲି ନକରି ମଧ୍ୟ ନମ୍ବର ପ୍ଲେଟ ବଦଳାଇ ବିକ୍ରି କରିଆସୁଥିଲେ।୨ ଲୁଟେରାଙ୍କୁ ଧାମରା ଥାନାଧିକାରୀ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଚୋର ଙ୍କ ମୋବାଇଲ କଲ ଯାଂଚ କରିବା ସହ ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରିବେ ବୋଲି ଥାନାଧିକାରୀ ମତପୋଷଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.