Home ଜିଲ୍ଲା ପରିକ୍ରମା ଧାମରା ପଂଚାୟତ, ସୈରାତ ନିଲାମ ନେଇ ପାଲଟିଲା ରଣକ୍ଷେତ୍ର, ସହକାରୀ ଯନ୍ତ୍ରୀ ଏବଂ ପଂଚାୟତ କାର୍ଯ୍ୟ...

ଧାମରା ପଂଚାୟତ, ସୈରାତ ନିଲାମ ନେଇ ପାଲଟିଲା ରଣକ୍ଷେତ୍ର, ସହକାରୀ ଯନ୍ତ୍ରୀ ଏବଂ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କଲେ ଅଂଚଳବାସୀ

16

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ପଂଚାୟତରେ ଆଜି ଆରମ୍ଭ ହୋଇଥିବା ସୈରାତ ନିଲାମକୁ ନେଇ ବିଜେପି ଏବଂ ବିଜେଡି ମଧ୍ୟରେ ବହୁ ବାଦନୁବାଦ ଦେଖାଦେଇଥିଲା । ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରଜନୀକାନ୍ତ ବଳ ଏବଂ ଚାନ୍ଦବାଲି ସହକାରୀ ଯନ୍ତ୍ରୀ ମୃତ୍ୟୁଞ୍ଜୟ ତରାଇ ଙ୍କ ବିରୁଦ୍ଧେôର ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଅଂଚଳବାସୀ ଦାବୀ କରିଛନ୍ତି । ପ୍ରାପ୍ତ ଖବରରୁ ଜଣାଯାଇଛି ଆଜି ୧୧ଟା ସମୟରେ ଧାମରା ପଂଚାୟତରେ ସମସ୍ତ ସୈରାତ ନିଲାମ ହେବ ବୋଲି ପଂଚାୟତ ପକ୍ଷରୁ ପୂର୍ବରୁ ସମୟ ନିର୍ଘଂଟ ହୋଇଥିଲେ।। । ନିଲାମ ପରିଚାଳନା କରିବାକୁ ସହକାରୀଯନ୍ତ୍ରୀ ଏବଂ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପଂଚାୟତ ସରପଂଚ ,ସମିତିସଭ୍ୟ ଏବଂ ପଂଚାୟତବାସୀ ଉପସ୍ଥିତ ଥିଲେ । ଏହି ପଂଚାୟତରେ ୩ଟି ପୋଖରୀ ନିଲାମ ହେବ ନାହିଁ ବୋଲି ସଂପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଯୁକ୍ତ ବାଠିଥିଲେ ଏହାର କାରଣ ବୁଝିବାକୁ ଯାଇ ଜଣାପଡିଲାଣି ଏହି ପୋଖରୀ ଏନଆରଜିଏସ କାର୍ଯ୍ୟରେ ଅର୍ନ୍ତଭୁକ୍ତ ଥିବାରୁ ଭଦ୍ରକ ଉପ ଜିଲ୍ଲାପାଳ ଏହି ପୋଖରୀ ନିଲାମ ନ କରିବାକୁ ନିର୍ଦେଶ ଦେଇଥିଲେ । ମାତ୍ର ସଂପୃକ୍ତ କାର୍ଯ୍ୟର୍ ନିବାହୀଙ୍କ ପାଖରେ ଏହାର ପ୍ରମାଣ ସ୍ୱରୂପ ଉପ ଜିଲ୍ଲାପାଳଙ୍କ ଚିଠି ନଥିଲା ମାତ୍ର କୌଣସି ଏକ ପଂଚାୟତ ପ୍ୟାଡରେ ଉପ ଜିଲ୍ଲାପାଳ ଏହି ପୋଖରୀକୁ ନିଲାମ ନ କରିବାକୁ ଆଦେଶ ଦେଇଥିବା ଶୁଣିବାକୁ ମିଳିଥିଲା । ଏହି ପରିସ୍ଥିତିରେ କିପରି ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ନିଲାମ ଅଧିକାରୀ ମୃତ୍ୟଞ୍ଜୟ ତରାଇ ଉପ ଜିଲ୍ଲାପାଳଙ୍କ ଠାରୁ କୌଣଶି ଲିଖିତ ଆଦେଶ ନପାଇବା ସତ୍ୱେ ଏହାର ନିଲାମ ବନ୍ଦ କଲେ ଏହାକୁ ନେଇ ଧାମରା ପଂଚାୟତ ସମିତିସଭ୍ୟ ପାପା ଜେନା ପ୍ରଶ୍ନ ଉଠାଇଥିଲେ । ମାତ୍ର ମୃତ୍ୟୁଞ୍ଜୟ ତରାଇ କୌଣସି ପରିସ୍ଥିତିରେ ଏହି ପୋଖରୀ ନିଲାମ ହେବ ନାହିଁ ବୋଲି ରୋକ ଠୋକ ମନା କରିବା ପରେ ପଂଚାୟତବାସୀ ନିଲାମ ପ୍ରକ୍ରିୟା ବନ୍ଦ କରିବାକୁ କହିଥିଲେ । ଏଠାରେ ଭଦ୍ରକ ଜିଲ୍ଲାପାଳ କୌଣସି ଆଦେଶ କିମ୍ବା ନିର୍ଦେଶ ଦେଇ ନଥିବା ସତ୍ୱେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସହକାରୀଯନ୍ତ୍ରୀ ମୃତ୍ୟୁଞ୍ଜୟ ତରାଇ ନିଜ ମନମାନୀରେ ଏହି ନିଲାମ ପ୍ରକ୍ରିୟା କଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି । ଅନ୍ୟ ପକ୍ଷରେ ଏହି କଥାକୁ ନେଇ ପଂଚାୟତବାସୀ ଉତ୍ୟକ୍ତ ହୋଇ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରଜନୀକାନ୍ତ ବଳ ଏବଂ ନିଲାମ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀ ମୃତ୍ୟୁଞ୍ଜୟ ତରାଇଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଦାବୀ କରିଛନ୍ତି । ନିଲାମ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀ କିଛି ମନ୍ତବ୍ୟ ଦେବାକୁ ମନା କରି ଦେଇଥିବା ବେଳେ ସେ କୌଣସି ଚିଠି ଉପ ଜିଲ୍ଲାପାଳଙ୍କ ନିକଟରୁ ପାଇ ନଥିବା ସୂଚନା ଦେଇଥିବା ବେଳେ ଚାନ୍ଦବାଲି ବିଡିଓ ଅସିତ ମହାନ୍ତି ଏ ବିଷୟରେ ଅବଗତ ନାହାନ୍ତି ବୋଲି କହିଥିଲେ । ଅନ୍ୟ ପକ୍ଷରେ ଭଦ୍ରକ ଜିଲ୍ଲାପାଳ ବଳିରାମ ବୋନ୍ଦର ନିଜ ପ୍ରତିକ୍ରିୟାରେ କହିଛନ୍ତି ଏ ବିଷୟରେ ସେ ଅବଗତ ଅଛନ୍ତି ଏବଂ ଏହାର ସରଜମିନ ତଦନ୍ତ କରି ପରବର୍ତୀ ତାରିଖ(ଅଗଷ୍ଟ ୧୩)ରେ ଧାମରା ପଂଚାୟତରେ ନିଲାମ ପ୍ରକ୍ରିୟା ଶାନ୍ତିପୂର୍ଣ ଭାବେ ସମାପନ କରିବା ପାଇଁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.