Home ଜିଲ୍ଲା ପରିକ୍ରମା ଧାମରା ପଂଚାୟତରେ ମା’ ପାଇଁ ଗଛଟିଏ

ଧାମରା ପଂଚାୟତରେ ମା’ ପାଇଁ ଗଛଟିଏ

8

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ପଂଚାୟତରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶକୁ ସନ୍ତୁଳିତ ରଖିବା ବିଜେପି କାର୍ଯ୍ୟକର୍ତାଙ୍କ ମୁଖ୍ୟ ଉଦ୍ୱେଶ ଥିବା ବେଳେ ଅଂଚଳରେ ଏହି ବୃକ୍ଷ ରୋପଣ ଦ୍ୱାରା କିପରି ଜଳବାୟୁ ର ଉପଯୋଗ ମଧ୍ୟ ଠିକ ଭାବେ ହୋଇ ପାରିବ ସେ ବିଷୟରେ ସାଧାରଣ ଜନତାଙ୍କୁ ମଧ୍ୟ ସଚେତନ କରାଇଥିଲେ। ବିଜେପି ଯୁବମୋର୍ଚା ପକ୍ଷରୁ ନରସିଂହପୁର ହାଟ ପଡିଆ, ଧାମରାଇ ହାସ୍କୁଲ ପ୍ରାଙ୍ଗଣ, ମା ଧାମରାଇ +୨ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ, ଧାମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ନୂତନ) ପଡିଆରେ ସଫେଇ ସମେତ ବୃକ୍ଷରୋପଣ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଧାମରା ପଂଚାୟତର ସମିତିସଭ୍ୟ ପ୍ରିୟରଞ୍ଜନ ଜେନା,ପ୍ରଦୀପ ରାଉତ, ନିକୁଞ୍ଜ ମଲିକ, ଅଶୋକ ରାଉତ, ପୂର୍ଣ୍ଣଚନ୍ଦ୍ର ପାଣି,ପ୍ରୀତିରଞ୍ଜନ ତ୍ରିପାଠୀ, ତାପସ ନାୟକ, ତପନ ସାହୁ, ବିଶ୍ୱନାଥ ରାଉତ, ମାନଗୋବିନ୍ଦ ପରିଡା, କିଶୋର ବେହେରା ନାରାୟଣ ମହାଳିକ, ହୃଶିକେଶ ସାହୁ, ବିଜୟ କୁମାର ନାୟକ, ସାଗର କୁମାର ଜେନା,ନିରୋଦ କୁମାର ନାୟକ ଙ୍କ ସମେତ ବହୁ ବିଜେପି ଯୁବ ମୋର୍ଚା ର ସଦସ୍ୟ ଉପସ୍ଥିତ ଥିବା ବେଳେ ଧାମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡା;ଜନ୍ମେଞ୍ଜୟ ବେହେରା ମଧ୍ୟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ଅନୁରୋଧ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.