ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ମନ୍ତେଇ ନଦୀର ଶୈଳନ୍ଦ୍ରପଲ୍ଲୀ ଗ୍ରାମ ନିକଟରୁ ଏକ ମୃତ କୁମ୍ଭୀର ଠାବ କରାଯାଇଛି । ମିଳିଥିବା ଖବର ଅନୁଯାୟୀ ୧୧ ଫୁଟ ଲମ୍ବର ଏକ ବଉଳା କୁମ୍ଭୀରର ମୃତ ଦେହ ଭାସୁଥିବା ବେଳେ ସ୍ଥାନୀୟ ଜନସାଧାରଣ ଧାମରା ବନପାଳ ଗଦାଧର ବିଶ୍ୱାଳଙ୍କୁ ଖବର ଦେଇଥିଲେ । ଏହି ଖବର ପାଇବା ପରେ ବନପାଳ ୩୦ବର୍ଷରୁ ଉର୍ଦ୍ଧ ବୟସର ଏହି ମାଇ କୁମ୍ଭୀରଟି ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁ ବରଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଥିଲା । ଏହି କୁମ୍ଭୀର ର ଓଜନ ୨ଶହ କିଗ୍ରାରୁ ଅଧିକ ହୋଇଥିବା ବେଳେ ଏହାକୁ ପୋଷ୍ଟମୋର୍ଟମ୍ ପାଇଁ ପଠାଯାଇଥିଲା । ପରେ ଏହି କୁମ୍ଭୀରର ମୃତ ଦେହକୁ ଧାମରା ବନପାଳ ଅଫିସ ନିକଟସ୍ଥ ଖୋଲା ସ୍ଥାନରେ ବ୍ୟବଚ୍ଛେଦ କରାଯାଇଥିଲା ।