Home ଜିଲ୍ଲା ପରିକ୍ରମା ଧାମରା ଠିପି ବନ୍ଦ ମଦ ଦୋକାନ ବିଜୟ ନଗର ପଂଚାୟତକୁ ସ୍ଥାନାନ୍ତରିତ ନେଇ ପ୍ରଶ୍ନବାଚୀ

ଧାମରା ଠିପି ବନ୍ଦ ମଦ ଦୋକାନ ବିଜୟ ନଗର ପଂଚାୟତକୁ ସ୍ଥାନାନ୍ତରିତ ନେଇ ପ୍ରଶ୍ନବାଚୀ

13

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମରା ଅଂଚଳରେ ଥିବା ଏକ ମଦ ଦୋକାନ କିପରି ଅନ୍ୟ ଏକ ପଂଚାୟତକୁ ସ୍ଥାନାନ୍ତରିତ ହୋଇଗଲା ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଜାଗୁଳା ପଂଚାୟତ ଧାମରା ବସଷ୍ଟାଣ୍ଡରେ ଖୋଲିଥିବା ଧାମରା ଠିପି ବନ୍ଦ ମଦ ଦୋକାନ ଯାହାର ମାଲିକ ଚିତରଞନ ଦାସ ଏବଂ ଲାଇସେନ୍ସ ନଂ- ୦୫/୨୦୧୯/୦୦୩୧ ଏହି ସ୍ଥାନରୁ ରାତି ଅଧିଆ କିପରି ୨୦ କି.ମି ଦୂର ଚାନ୍ଦକୁଡା ଘାଟ ନିକଟକୁ ସ୍ଥାନାନ୍ତିତ ହୋଇଗଲା ତାହା ପ୍ରଶ୍ନବାଚୀ ହୋଇ ପଡିଛି। ଅବକାରୀ ବିଭାଗ ନିୟମାନୁଯାଇ ଗୋଟିଏ ଠିପି ବନ୍ଦ ମଦ ଦୋକାନ ୫କି.ମି ବ୍ୟାସାର୍ଦ୍ଧ ଅଂଚଳ ଅଥବା ନିକଟସ୍ଥ ପଂଚାୟତକୁ ସ୍ଥାନାନ୍ତରିତ ହେବାର ନିୟମ ଅଛି ମାତ୍ର କୌଣସି ପରିସ୍ଥିତିରେ ଜନସାଧାରଣଙ୍କ ର ଅଭିଯୋଗ ନଥିଲେ ଏହା ସମ୍ଭବ। ମାତ୍ର ଏହି ଦୋକାନଟି ଜାଗୁଳା ପଂଚାୟତରେ ଅବସ୍ଥିତ ଥିବା ବେଳେ ଏହାକୁ ଅତିକ୍ରମ କରି ଧାମରା ଏବଂ ପୁନଶ୍ଚ ଧାମରା ପଂଚାୟତ ନିକଟରେ ଯାଇଥିବା ମନ୍ତେଇ ନଦୀ ଅତିକ୍ରମ କରିବା ସହ ଚରଦିଆ ପଂଚାୟତ ଅତିକ୍ରମ କରିବା ସହ ଏହା ବିଜୟନଗର ପଂଚାୟତ ଅଧିନ ଚାନ୍ଦକୁଡା ଠାରେ ଖୋଲାଯାଇଛି। ଏହି ମଦ ଦୋକାନକୁ ଚରଦିଆ ପଂଚାୟତ ବାସୀ ବିରୋଧ କରି ଆସୁଥିବା ବେଳେ କେଉଁ ପରିସ୍ଥିତିରେ ଏହା ୩ଟି ପଂଚାୟତ ର ୨୦ କି.ମି ଅତିକ୍ରମ କରି ଖୋଲାଗଲା ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ଏହି ମଦ ଦୋକାନ ସ୍ଥାନାନ୍ତରିକୁ ନେଇ ଏକ ଏନଜିଓ ମଧ୍ୟ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିବ ବୋଲି ଜଣାଯାଇଛି। ଭଦ୍ରକ ଜିଲ୍ଲାପାଳ ଏବଂ ଭଦ୍ରକ ଅବକାରୀ ଅଧୀକ୍ଷକ ଏଥିପ୍ରତି ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବୀ କରିବା ସହ ତୁରନ୍ତ ଏହି ମଦ ଦୋକାନ ପୂର୍ବ ସ୍ଥାନକୁ ସ୍ଥାନାନ୍ତରିତ କରା ନଗଲେ ଜନ ଆନ୍ଦୋଳନ କରାଯିବା ବୋଲି ବିଜୟନଗର ଏବଂ ଚରଦିଆ ପଂଚାୟତବାସୀ ଅବଗତ କରାଇଛନ୍ତି।ଏହି ବାବଦରେ ଚାନ୍ଦବାଲି ଅବକାରୀ ଅଧିକାରୀଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.