ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଅଂଚଳରେ ଶହ ଶହ ହେକ୍ଟର ଜମିରେ ବନବିଭାଗ ତରଫରୁ ଝାଉଁ ଜଙ୍ଗଲ ସୃଷ୍ଟି ହୋଇଥିଲା। ଏହି ଝାଉଁ ଜଙ୍ଗଲ ସୃଷ୍ଟି କରିବାକୁ ୧୦ବର୍ଷରୁ ଉର୍ଦ୍ଧ ସମୟ ଲାଗିଯାଇଥିବା ବେଳେ ଏହି ଜମିରୁ ଦିନରେ ଝାଉଁ ଗଛ ଗୁଡିକ ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା କଟା ଯାଉଥିବା ବେଳେ ଏହାକୁ ସୁରକ୍ଷା ଦେବାକୁ ବନ ବିଭାଗ ନୀରବ ଦ୍ରଷ୍ଟା ସାଜିଛି। ପ୍ରାପ୍ତ ଖବରରୁ ଜଣାଯାଏ ୨୦୧୩-୧୪ ଆର୍ଥିକ ବର୍ଷରେ କରଞ୍ଜମାଳ ନିକଟରେ ଥିବା ଝାଉଁ ଜଙ୍ଗଲ ରୁ ଝାଉଁ ଗଛ ଗୁଡିକ କଟାଯାଇ ବନିବିଭାଗ ନେଇ ନିଲାମ କରୁଥିବା ବେଳେ ଏହାକୁ ସ୍ଥାନୀୟ ଲୋକ ବିରୋଧ କରିଥିଲେ। ଫଳରେ କିଛି ଦିନ ପାଇଁ ଏହି ଝାଉଁ ଜଙ୍ଗଲ କାଟିବାରେ ବିଳମ୍ବ ହୋଇଥିଲା। ପରେ ଭଦ୍ରକ ଡିଏଫଓ ସ୍ଥାନୀୟ ଅଂଚଳବାସୀଙ୍କୁ ଏହି ଗଛ କାଟିବାକୁ ନିବେଦନ କରିବା ସହ ଏହାର ବଦଳରେ ନୂତନ ଝାଉଁ ଜଙ୍ଗଲ ସୃଷ୍ଟି କରାଯିବ ବୋଲି କହିଥିଲେ। ପରେ ୨୦୧୪ ମସିହାରେ କଇଥଖୋଲା ପଂଚାୟତ ହୃଦୟ ପ୍ରସାଦ ରେ ୨୦୦ହେକ୍ଟର ଏବଂ କନକପ୍ରସାଦ ମୌାଜାରେ ୫୦ହେକ୍ଟର ଜମିରେ ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇଥିଲା।୨୦୧୪- ୧୯ ମସିହା ପର୍ଯ୍ୟନ୍ତ ବନବିଭାଗ ତତ୍ୱାବଧାନରେ ୨୫୦ହେକ୍ଟର ଜମିରେ ଝାଉଁ ଗଛର ନୂତନ ଜଙ୍ଗଲ ସୃଷ୍ଟି କରାଯାଇପାରିଥିଲା। ମାତ୍ର ୨୦୨୫ ମସିହା ଆରମ୍ଭରୁ ଏହି ଜଙ୍ଗଲ ଦିନକୁ ଦିନ ଅବକ୍ଷୟ ହେବାରେ ଲାଗିଛି। ଏହି ଅବକ୍ଷୟ ମନୁଷ୍ୟକୃତ ହୋଇଥିବା ବେଳେ ଏହାକୁ କିଛି ସ୍ଥାନୀୟ ଲୋକ ବିରୋଧ କରୁଥିଲେ ମଧ୍ୟ ଜଙ୍ଗଲ ବିନାଶକାରୀ ଲୋକଙ୍କୁ ସ୍ଥାନୀୟ ଲୋକଙ୍କ ବାଧା କୌଣସି ଫରକ ପଡୁ ନଥିବା ଜଣାଯାଇଛି। ଗୋଟିଏ ବର୍ଷ ମଧ୍ୟରେ ହୃଦୟପ୍ରସାଦ ଏବଂ କନକପ୍ରସାଦ ମୌଜାରେ ଶହ ଶହ ଝାଉଁ ଗଛକୁ ଦିନ ବେଳାରେ କାଟି ନେଉଥିବା ବେଳେ ଜଙ୍ଗଲବିଭାଗ ନୀରବଦ୍ରଷ୍ଟା ସାଜିଛି। ଏହି ୨ଟି ମୌଜା ଧାମରା ବନ୍ଦର(ଆଦାନୀ)ର ୩ ନଂ ଗେଟ ସାମନାରେ ହୋଇଥିବା ବେଳେ ଦୈନିକ ହଜାର ହଜାର ସଂଖ୍ୟାରେ ଟ୍ରକ ଟିପ୍ପର ଏହି ରାସ୍ତା ଦେଇ ଯାଇୟାତ ହେଉଅଛି। ଏହି ରାସ୍ତାରେ ଧାମରା ବନ୍ଦରର ଶହ ଶହ ନିରାପତା ଅଧିକାରୀ ନିଜର ଡ୍ୟୁଟି କରୁଥିବା ବେଳେ ଝାଉଁ ଜଙ୍ଗଲ କାଟୁଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସଂପୃକ୍ତ ନିରାପତା ଅଧିକାରୀ କିଛି କହିବାୁ ନାରାଜ ଏହାର ଏକମାତ୍ର କାରଣ ସ୍ଥାନୀୟ ଲୋକଙ୍କ ଭୟ। ଅନ୍ୟ ପଟରେ ଝାଉଁ ଜଙ୍ଗଲକୁ ସୁରକ୍ଷା ଦେଉଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଏହି ଝାଉଁ ମାଫିଆ ମାନେ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଛନ୍ତି। ଫଳରେ ଦିନ ସମୟରେ ଅବାଧ ଝାଉଁ ଜଙ୍ଗଲ କଟା ଯାଉଥିବା ବେଳେ ଏହାକୁ ସୁରକ୍ଷା ଦେବାରେ ବନବିଭାଗ ସଂପୂର୍ଣ ବିଫଳ ହୋଇଛି। ୩୫୦ଏକର ଜମିରେ ହୋଇଥିବା ଝାଉଁ ଜଙ୍ଗଲର ସୁରକ୍ଷା ବବିଭାଗ ନେଉ ନଥିବା ବେଳେ କେଉଁ ମୁହୁର୍ତରେ ଏହା ସଂପୂର୍ଣ ସଫା ହୋଇଯିବା ତାହା ଆକଳନ କରିବା କଷ୍ଟସାଧ୍ୟ ହୋଇ ପଡିିଛି। ଏହି ଅଂଚଳର ଟି ୨ଟି ବନପାଳ ଙ୍କ ଅଂଚଳ ହୋଇଥିବା ବେଳେ କିଏ ଏହାର ସୁରକ୍ଷା ଦେବ ତାହା ମଧ୍ୟ ପ୍ରଶ୍ନବାଚୀ ହୋଇ ପଡିଛି। ଗୋଟିଏ ପଟରେ ଧାମରା ବନପାଳ ଅନ୍ୟ ପଟରେ କରଞାଳ ବନପାଳ ମାତ୍ର ସେମାନଙ୍କ ମତାନୁଯାଇ ଷ୍ଟାଫ କମ ଥିବାରୁ ସବୁସମୟରେ ଏହି ଅଂଚଳକୁ ଯାଇ ପାଟ୍ରୋଲିଂ କରିବା ସମ୍ବବ ପର ନୁହେଁ। ଯଦି ବନବିଭାଗ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୩୫୦ଏକର ଜମିରେ ଝାଉଁ ଜଙ୍ଗଲ ସୃଷ୍ଟି କରିବା ପାଇଁ ଦୀର୍ଘ ୧୧ବର୍ଷ ସମୟ ନେଉଥିବା ବେଳେ ସୁରକ୍ଷା ପ୍ରତି ମନୋଭାବ ନଥିବାରୁ ଏହି ଝାଉଁ ଜଙ୍ଗଲ ନଷ୍ଟ ହେବାକୁ ବସିଛି। କେଉଁ ପରିସ୍ଥିତିରେ ଏହାର ସୁରକ୍ଷା ନିଆ ଯାଉ ନାହିଁ ବୋଲି ଚାନ୍ଦବାଲି ଠାରେ ଥିବା ଏସିସିଏଫଙ୍କ ପଚାରିବାରୁ ସେ କୌଣସି ମତାମତ ଦେବାକୁ ରାଜି ହୋଇ ନଥିଲେ।ଅନ୍ୟ ପକ୍ଷରେ ଖୁବଶୀଘ୍ର ସ୍ଥାନୀୟ ଅଧିବାସୀଙ୍କ ଏହି ଝାଉଁ ଜଙ୍ଗଲର ସୁରକ୍ଷା ଦେବାକୁ ନିୟୋଜିତ କରାଯାଇ ପାରିଲେ କୌଣସି ପରିସ୍ଥିତିରେ ଏହି ଉଜୁଡା ଝାଉଁ ଜଙ୍ଗଲର ଭୌଗୋଳିକ ସ୍ଥିତିରେ ସୁଧାର ଆସି ପାରନ୍ତା ବୋଲି ଚର୍ଚ୍ଚା ଚାଲିଛି।
Home ଜିଲ୍ଲା ପରିକ୍ରମା ଧାମରା ଝାଉଁ ଜଙ୍ଗଲର ସୁରକ୍ଷା ନେଇ ପ୍ରଶ୍ନବାଚୀ,୨୫୦ ହେକ୍ଟର ଜମିରୁ ଝାଉଁ ହେଉଛି ଉଭାନ, ସୁରକ୍ଷା...








