Home ଜିଲ୍ଲା ପରିକ୍ରମା ଧାମରା- ଜାମୁଝାଡି ରାସ୍ତା କାମ ନସରୁଣୁ ଫାଟି ଆଁ କଲାଣି

ଧାମରା- ଜାମୁଝାଡି ରାସ୍ତା କାମ ନସରୁଣୁ ଫାଟି ଆଁ କଲାଣି

112

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏସିଆର ଦ୍ୱିତୀୟ ବୃହତ୍ତମ ବନ୍ଦର ଧାମରା ରାସ୍ତାର ଦୁରାବସ୍ଥାକୁ ନଜରରେ ରଖି କେନ୍ଦ୍ର ସରକାର ଗୁରୁତ୍ୱ ଦେଇ ରାସ୍ତା ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ପରେ ଧାମରା ବନ୍ଦର ରାଜ୍ୟ ସରକାର ଓ ପ୍ରତିରକ୍ଷା ବିଭାଗରେ ସହ ଭାଗିଦାରୀ ବ୍ୟୟ ବରାଦରେ ରାସ୍ତା ନିର୍ମାଣ ବ୍ୟବସ୍ଥାରେ ୬୩ କି.ମି. ରାସ୍ତା ନିର୍ମାଣ ପାଇଁ ୬ଶହ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲେହେହେଁ ୨୦୨୨ ସୁଦ୍ଧା ସଂପୁର୍ଣ୍ଣ କରାଯିବା ଲକ୍ଷ୍ୟରେ ଚାଲିଛି ରାସ୍ତା ନିର୍ମାଣ । ବିଲିଟନ ନାମକ କମ୍ପାନୀ ର ପ୍ରଜେକ୍ଟ ମ୍ୟାନେଜର ସୂର୍ଯ୍ୟକାନ୍ତ ପଣ୍ଡା କହିବା ମୁତାବକ କମ୍ପାନୀ ମୋଟ ୧୨ କି.ମି ରାସ୍ତା ନିର୍ମାଣ ପାଇଁ ଚିକ୍ତିପତ୍ର କରିଛି । ଜାମୁଝାଢି ଠାରୁ ୩୦ ରୁ ୩୪ କି.ମି. ଓ ୩୭କି.ମି. ରୁ ୪୫କି.ମି. ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଚଳାଇଛି । ତେବେ ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି ରାସ୍ତା ନିର୍ମାଣ ନସରୁଣୁ ବଡମାହାର ଠାରୁ ବାଲିମୁଣ୍ଡା, ହବାଳିସାହି ଠାରେ ରାସ୍ତା ଫାଟି ଆଁ କରିବା ପରେ ରାତି ଅଧିଆ କେହି ନଜାଣିବା ପରି ବିଲିଟନ କମ୍ପାନୀର ଅଧିକାରୀମାନେ କେହି ନଜାଣିବା ପରି ପୁନଃ ନିର୍ମାଣ ପାଇଁ ବୁଲଡୋଜର ରେ ରାସ୍ତାକୁ ଖୋଳି ଥିବା ନଜରକୁ ଆସିଛି । ବିଭାଗୀୟ କମ୍ପାନୀ ପକ୍ଷରୁ ପ୍ରଜେକ୍ଟ ମ୍ୟାନଜର ସୂର୍ଯ୍ୟକାନ୍ତ ପଣ୍ଡା କୁହନ୍ତି ବର୍ଷା ଯୋଗୁଁ ରାସ୍ତା ଦବି ଯାଇଥିବା ସଫେଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.