Home ଜିଲ୍ଲା ପରିକ୍ରମା ଧାମରା-ଚାନ୍ଦବାଲିରେ ଉତ୍କଳୀୟ ନୌବାଣଜ୍ୟର ପରମ୍ପରା ଏବେବି ଉଜ୍ଜିବୀତ

ଧାମରା-ଚାନ୍ଦବାଲିରେ ଉତ୍କଳୀୟ ନୌବାଣଜ୍ୟର ପରମ୍ପରା ଏବେବି ଉଜ୍ଜିବୀତ

9

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍କଳର ଗୌରବପୂର୍ଣ୍ଣ ଐ÷ତିହ୍ୟ ଓ ପରମ୍ପରାର ପର୍ବ ପବିତ୍ର କାର୍ତିକ ପୂର୍ଣ୍ଣିମା ପାଇଁ ନୌବାଣିଜ୍ୟ ଆଜିର ଓଡିଶା ବାସୀଙ୍କ ପାଇଁ କିମ୍ବଦନ୍ତୀ ସାଜିଥିବା ବେଳେ ଉତ୍କଳୀୟ ସଂସ୍କୃତିରୁ କର୍ପୂର ଉଡିଯାଇ କପଡା ପଡିରହିଥିବା ବେଳେ ସେହି ପୂର୍ବ ସଂସ୍କୃତିକୁ ମନେ ପକାଇ ଉଜ୍ଜୀବିତ କରିବା ପାଇଂ ଏକ ପ୍ରୟାସ କରିଛି ମା ଧାମରାଇ ବୋଇତ ବନ୍ଦାଣ କମିଟି । କମିଟି ତାହାର ୯ମ ବାର୍ଷିକ ରାଜ୍ୟ ସ୍ତରୀୟ ବୋଇତ ବନ୍ଦାଣ ଉତ୍ସବ ଆରମ୍ଭ କରିଛି। ଆଜିର ଏହ କାର୍ତିକ ପୂର୍ଣ୍ଣିମା ଉତ୍ସବ ପରିପ୍ରେକ୍ଷୀରେ ପ୍ରଥମ ପଦକ୍ଷେପ ସ୍ୱରୂପ ଧାମରାଇ ମନ୍ଦିର ନିକଟରୁ ୭ ସାଧବ ଚାନ୍ଦବାଲି ଅଭିମୂଖେ ନୌଯାତ୍ରା କରିଥିଲେ। ପରେ ଧାମରା ମତ୍ସ୍ୟପୋତାଶ୍ରୟ ନିକଟରେ ଏକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଆଜିର ଏହି ସଭା କାର୍ଯ୍ୟରେ ଧାମରାଇ ମଣ୍ଡଳର ପୂର୍ବତନ ସଭାପତି ଦେବେନ୍ଦ୍ର ନାୟକ ସଭାପତିତ୍ୱ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ପରେ ଧାମରା ପଂଚାୟତ ସମିତିସଭ୍ୟ ସଂପାଦକୀୟ ବିବରଣୀ ପାଠ କରିଥିଲେ।ମୁଖ୍ୟ ଅତିଥି ଭାବେ ଗଞ୍ଜାମର ସାଂସଦ ପ୍ରଦୀପ ପାଣିଗ୍ରାହୀ କାର୍ତିକ ମାହାତ୍ମ ଏବଂ ଆ କା ମା ବୈ ର ତାତ୍ପର୍ଯ୍ୟ ବିଷୟରେ ମୁଖ୍ୟବକ୍ତା ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଧାମରାରେ ହେଉଥିବା ବୋଇତବନ୍ଦାଣ ତଥା ବାଲିଯାତ୍ରା ଯୁବ ସମାଜ ପ୍ରତି ଏକ ଉଦାହରଣସୃଷ୍ଟି ହୋଇଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରେଣ୍ୟ ଅତିଥି ଭାବରେ ବାଣୀକଲ୍ୟାଣ ମହାନ୍ତି, ଉଦୟ ନାରାୟଣ,ଉପେନ୍ଦ୍ର ରାଉଳ,ଅଜୟ ନାୟକ, ପୂର୍ଣଚନ୍ଦ୍ର ପାଣି,କମଳାକାନ୍ତ ସୂତାର,ଭଦ୍ରକ ଜିଲ୍ଲା ସଭାପତି ଭଗବାନ ପଣ୍ଡା,ଧାମରାଇ ମଣ୍ଡଳର ସଭାପତି ତ୍ରିଦିବେଶ ପ୍ରଧାନ , ରବିନ୍ଦ୍ର ବାରିକ,ଦେବେନ୍ଦ୍ର ନାୟକ, ରୁଦ୍ର ମହାନ୍ତି ପ୍ରମୁଖ ନିଜ ନିଜର ବକ୍ତବ୍ୟରେ କଳିଙ୍ଗ ଉତ୍କଳର ନୌବାଣିଜ୍ୟ ପରମ୍ପରା ଓ ତଅପୋଇର କାହାଣୀ ସହ ଆଜିର ଯୁବ ସମାଜ ପୁରୁଣା ସଂସ୍କୃତିକୁ ଉଜ୍ଜୀବିତ କରି ରଖିବା କଥା ସହ ନୌବାଣିଜ୍ୟ ପରମ୍ପରାକୁ ଦିଗଦର୍ଶନ ଭାବରେ ମାନି ନେଇ ନିଜର ପୂର୍ବଜ ମାନଙ୍କର ଇତିହାସକୁ ମନେ ପକାଇଥିବା କଥା ନିଜର ବକ୍ତବ୍ୟ ରଖିଥିଲେ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ସୁପ୍ରିୟା,ସୂର୍ଯ୍ୟମୟୀ ଏବଂ ଜ୍ୟୋତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.