Home ଜିଲ୍ଲା ପରିକ୍ରମା ଧାମରା ଉପକୂଳ ଜଗୁଛି ଧାମରା ପୁଲିସର ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ)ଡ୍ରୋନ, ବୋଇତ ବନ୍ଦାଣର ମୂଖ୍ୟ ଆକର୍ଷଣ...

ଧାମରା ଉପକୂଳ ଜଗୁଛି ଧାମରା ପୁଲିସର ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ)ଡ୍ରୋନ, ବୋଇତ ବନ୍ଦାଣର ମୂଖ୍ୟ ଆକର୍ଷଣ ଏବଂ ଉପକୂଳର ସଜାଗ ପ୍ରହରୀ

8

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଉପକୂଳ ଉପରେ ସମସ୍ତଙ୍କ ନଜର କେତେବେଳେ ଏବଂ କେଉଁ ମୁହୁର୍ତରେ କଣ ବା ଘଟିବ ଏବଂ ଏହାକୁ କିଏ ପ୍ରତିହିତ କରିବ ସେ ନେଇ ଆଲୋଚନା ହେବା ପରେ ରାଜ୍ୟ ସରକାର ଏଥିପ୍ରତି ସଜାଗ ମଧ୍ୟ ହୋଇଛନ୍ତି। ଏହାର ଉତର ରଖିବାକୁ ଯାଇ ଏବଂ ଉପକୂଳବର୍ତୀ ଇଲାକାକୁ ନଜରରେ ରଖିବାକୁ ଯାଇ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏକ ଡ୍ରୋନ ସେବା ଆରମ୍ଭ ମଧ୍ୟ କରିଛନ୍ତି। ଭାରତ ସରକାରଙ୍କ ମେକ ଇନ ଇଣ୍ଡିଆ ଆଧାରରେ ଭାରତରେ ନିର୍ମାଣ ହୋଇଥିବା ଏହି ଡ୍ରୋନକୁ ଆଇଡିଆ ଫୋର୍ଜ କମ୍ପାନୀ ନିର୍ମାଣ କରିଛି । ଏହି ଡ୍ରୋନଟି ଧାମରା ମେରାଇନ ଥାନା ନିକଟରୁ ସ୍ଥଳ ପଥରେ ୨୫ କିମି ବ୍ୟାସାର୍ଧ ଉପରେ ଦୃଷ୍ଟି ରଖିବା ସହ ଆକାଶ ପଥରେ ୧୫ କି.ମି ଉପରେ ନଜର ମଧ୍ୟ ରଖିବ। ଏହି ଡ୍ରୋନଟି ନିଜର ବେସଷ୍ଟେସନରୁ ୫ଶହ ମିଟର ଉଚ୍ଚତାରେ ୨୫ କି.ମି ବ୍ୟାସାର୍ଧ ଉପରେ ଦୃଷ୍ଟି ନିକ୍ଷେପ କରିବା ସହ ଏଥିରେ ଆର୍ଟିଫିସିଆଲ ଇଂଟେଲିଜେନ୍ସି ମଧ୍ୟ କାର୍ଯ୍ୟରତ।ଏହି ଡ୍ରୋନରେ ଲାଗିଥିବା କ୍ୟାମେରା ୧.କିମି ଦୂରରୁ ସନ୍ଦିଗ୍ଧ ମାନଙ୍କର ଫଟୋଚିତ୍ର ଉତୋଳନ କରିବାସହ ଧାମରା ନିକଟରେ ଥିବାସମସ୍ତ ଦ୍ୱୀପ ଏବଂ ଅବଦୁଲ କାଲାମ ଘାଟିଉପରେ ମଧ୍ୟ ଦୃଷ୍ଟି ନିକ୍ଷେପ କରୁଛି। ଏହି ଡ୍ରୋନ ସାହାଯ୍ୟରେ ଗଭୀର ସମୁଦ୍ରରେ ଆସୁଥିବା ବିଦେଶୀ ମାଲବାହୀ ଜାହାଜ ଏବଂ ଉପକୂଳ ଅଂଚଳର ଚଳପ୍ରଚଳ କରୁଥିବା ବିଦେଶୀ ନାଗରିକ ଏବଂ ବାଂଲାଦେଶୀମାନଙ୍କ ଉପରେ ନଜର ମଧ୍ୟ ରଖୁଛି। ଏହି ଡ୍ରୋନଟି ସିଧାସଳଖ ନିଜର ତଥ୍ୟ ଭୁବନେଶ୍ୱର ପୁଲିସ ମୁଖ୍ୟ କାର୍ଯ୍ୟାଳୟ ଏବଂ ଅନ୍ୟ ପୁଲିସ ଷ୍ଟେସନ ସହ ନିଜର ଗୁପ୍ତ ତଥ୍ୟ ପ୍ରଧାନ କରିପାରିବ । ଏହି ଡ୍ରୋନଟି ୨ଘଂଟା ଅବିରତ କାର୍ଯ୍ୟରେ ଲାଗି ପାରିବାର କ୍ଷମତା ବହନ କରୁଥିବାବେଳେ ଏହାର ଓଜନ ୮କେଜି ଏବଂ ଏହି ଡ୍ରୋନ ଟି ୧କେଜି ପେଲୋଡ ନେବାର କ୍ଷମତା ମଧ୍ୟ ବହନ କରୁଛି। ଏହି ଡ୍ରୋନର ନିୟମିତ ବ୍ୟବହାର ହେବା ସହ ଏହାକୁ ଆଭ୍ୟନ୍ତରୀଣ କାର୍ଯ୍ୟରେ ବିନିଯୋଗ କରାଯାଉଛି। ଏହାର ଲମ୍ବ ୨.୮ ମିଟର ଥିବାବେଳେ ଏହାର ପ୍ରସ୍ଥ ୨.୬ ମିଟର ଏବଂ କୌଣସି ପରିସ୍ଥିତିରେ ଏହି ଡ୍ରୋନର ଭୋଲଟେଜ , ପାଗ ଏବଂ ବେସଷ୍ଟେସନ ଠାରୁ ଯୋଗାଯୋଗ ବିଛିନ୍ନ ହେଲେ ଏହା ଯେ କୌଣସି ପରିସ୍ଥିତିକୁ ସାମନାକରି ନିଜର ବେସଷ୍ଟେସନକୁ ଆସି ପାରିବାର କ୍ଷମତା ବହନ କରୁଛି ଏବଂଏହି ଡ୍ରୋନ ଶତ୍ରୁ ପକ୍ଷର ରାଡାରରେ ମଧ୍ୟ ଏହା ଆସିବ ନାହିଁ।ଏଥିସହ ଏହାକୁ ଚଳାଇବା ସହ ଏହାର ସମସ୍ତ ତଥ୍ୟ ମୁଖ୍ୟ କାର୍ଯ୍ୟାଳୟରେ ପହଂଚାଇବା ପାଇଁ ଧାମରା ସାମୁଦ୍ରିକ ଥାନା ପକ୍ଷରୁ ୨ଜଣ ଟେକନିସିଆନଙ୍କୁ ନିଯୁକ୍ତି କରାଯାଇ ସବୁ ସମୟରେ ଉପକୂଳ ଅଂଚଳର ସୁରକ୍ଷା ପାଇଁ ଏହାର ସୁବିନିଯୋଗ ମଧ୍ୟ କରାଯାଉଛି ବୋଲି ଧାମରା ସାମୁଦ୍ରିକ ଥାନାଧିକାରିଣୀ ପ୍ରିୟଦର୍ଶନୀ ଖଟୁଆଙ୍କ ନିକଟରୁ ପ୍ରକାଶ।ଏଠାରେ ଉଲ୍ଲେଖଯୋଗ୍ୟ ଆଜି ଧାମରାରେ ୩ଟି ରାଜନୈତିକ ଦଳ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳନ କରୁଥିବାବେଳେ ଏହିଡ୍ରୋନ ଟି ଧାମରା ର ବାଲିମୁଣ୍ଡା ନିକଟରୁ ଆରମ୍ଭ କରି କେନ୍ଦ୍ରପଡା ଜିଲ୍ଲାର ତାଳଚୁଆ, ଅବଦୁଲ କଲାମ ଦ୍ୱୀପ ଉପରେ ଦୃଷ୍ଟି ନିବଦ୍ଧ ଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.