Home ଜିଲ୍ଲା ପରିକ୍ରମା ଧାମରା ଅଂଚଳର ପ୍ରତିଷ୍ଠିତ ବ୍ୟକ୍ତି ଅନନ୍ତ ଜାନାଙ୍କ ଦେହାନ୍ତ

ଧାମରା ଅଂଚଳର ପ୍ରତିଷ୍ଠିତ ବ୍ୟକ୍ତି ଅନନ୍ତ ଜାନାଙ୍କ ଦେହାନ୍ତ

11

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମରା ଅଂଚଳର ଜଣେ ସୁ ପ୍ରତିଷ୍ଠିତ ବ୍ୟବସାୟୀ ଏବଂ ଜନନେତା ଅନନ୍ତ ଜାନା ୯୦ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘ ଦିନ ହେବ କିଡନୀ ଜନିତ ରୋଗ ପିଡୀତ ଥିଲେ। ଆଜି ସକାଳ ସମୟରେ ତାଙ୍କର ଦେହାନ୍ତ ହୋଇଥିବା ବେଳେ ତାଙ୍କ ଏହି ଖବର ପାଇବା ପରେ ଚାନ୍ଦବାଲି ବ୍ଲକର ବରିଷ୍ଠନେତା ପ୍ରତାପ ଧଳ,ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ, ଧାମରା ପଂଚାୟତ ସମିତିସଭ୍ୟ ପାପା ଜେନା, ସମାଜସେବୀ ଦେବେନ୍ଦ୍ର ନାୟକ, ବାସୁଦେବପୁର ବିଧାୟକ ଅଶୋକ ଦାସ, ଭଣ୍ଡାରୀପୋଖରୀ ବିଧାୟକ ସଞିବ ମଲିକ, ଧାମରାଇ ମଣ୍ଡଳର ସଭାପତି ଟୁଲୁ ପ୍ରଧାନ, ସୁବାଶ ଦାସ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାଏ ଙ୍କ ସହ ଧାମରା ତଥା ଚାନ୍ଦବାଲି ଅଂଚଳର ବହୁ ପ୍ରତିଷ୍ଠିତ ବ୍ୟକ୍ତି ତାଙ୍କ ବାସ ଭବନରେ ପହଂଚି ଶବଧାରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶୋକବ୍ୟକ୍ତ କରିଥିଲେ। ତାଙ୍କର ମୃତ୍ୟରେ ଅଂଚଳରେ ଶୋକ ଖେଳି ଯାଇଥିବା ବେଳେ ଶବଧାର ପାଖରେ ତାଙ୍କର ୬ପୁଅ, ବୋହୁ,ଝିଅ ଜ୍ୱାଇଁ ଏବଂ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.