Home ଜିଲ୍ଲା ପରିକ୍ରମା ଧାମରା ଅଂଚଳବାସୀଙ୍କ ପ୍ରତି ଦେଇଥିବା କଟାକ୍ଷ ମନ୍ତବ୍ୟକୁ ବିରୋଧ କରି ସାମ୍ବାଦିକ ସମ୍ମିଳନୀ

ଧାମରା ଅଂଚଳବାସୀଙ୍କ ପ୍ରତି ଦେଇଥିବା କଟାକ୍ଷ ମନ୍ତବ୍ୟକୁ ବିରୋଧ କରି ସାମ୍ବାଦିକ ସମ୍ମିଳନୀ

31

ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଜୈନିକ ବ୍ୟକ୍ତି ଏକ ଟ୍ରକ ଟିପ୍ପର ସଂଘରେ ନିଜେ ଦେଇଥିବା ଏକ ବିବୃତି ଏକ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ଏହାକୁ ପ୍ରତ୍ୟାହାର କରିବା ପାଇଁ ଅଂଚଳବାସୀ ଦାବୀ ଜଣାଇଛନ୍ତି। ଆଜି ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ, ଭଦ୍ରକ ଅଂଚଳର ଜୈନିକ ବ୍ୟକ୍ତି ନିଜ ମନମାନୀରେ ବିଜେପି ର ରାଜ୍ୟ ସଭାପତିଙ୍କୁ କଟାକ୍ଷ କରି ଧାମରା ୭ ପଂଚାୟତବାସୀଙ୍କ ପାଇଁ ସେ ମୁଖ୍ୟମନ୍ତ୍ରୀ ହୋଇ ପାରିଲେ ନାହିଁ , ଧାମରା ବନ୍ଦର ମଧ୍ୟରେ କେବଳ ଧାମରା ଅଂଚଳବାସୀ ଙ୍କୁ ନିଯୁକ୍ତି ଦିଆଯାଇଛି ଏଥିସହ ଧାମରା ବନ୍ଦର ମଧ୍ୟରେ ଧାମରା ଅଂଚଳବାସୀ କେବଳ କଣ ନିଜ ନିଜର ଟ୍ରକ ଏବଂ ଟିପ୍ପରକୁ ଭଡା ଲଗାଇ ରୋଜଗାର କରିବେ ଜିଲ୍ଲାବାସୀ ଭକୁଆ ହୋଇ ଚାହିଁ ରହିଥିବେ ବୋଲି ପ୍ରଶ୍ନ କରିବା ସହ ଧାମରା ଅଂଚଳର ଜଣେ ବ୍ୟକ୍ତି କେବଳ ଗୋଟିଏ ଟ୍ରକ ଭଡାରେ ଲଗାଇ ପାରିବ ବୋଲି ସଂପୃକ୍ତ ବ୍ୟକ୍ତି ମତ ରଖିଥିଲେ। ଆଜି ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସଂପୃକ୍ତ ବ୍ୟକ୍ତିଙ୍କ ଏହି ହୀନ ମାନସିକତାକୁ ଅଂଚଳବାସୀ ଘୋର ନିନ୍ଦା କରିବା ସହ ଭଦ୍ରକ ଜିଲ୍ଲାରେ ୨ଟି ଶିଳ୍ପ ସଂସ୍ଥା ଅଛି ସେ ମଧ୍ୟରୁ ଭଦ୍ରକ ଜିଲ୍ଲାର ଫେକର ଏବଂ ଧାମରା ବନ୍ଦର। ଫେକର ରେ କେବଳ ଭଦ୍ରକ ଜିଲ୍ଲାର କେନ୍ଦ୍ର ସ୍ଥଳରୁ ଯୁବକ ଯୁବତୀ ମାନେ ନିଯୁକ୍ତି ପାଇଥିବା ବେଳେ ଧାମରା ବନ୍ଦର ମଧ୍ୟରେ ସାରା ରାଜ୍ୟର ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି। ଏଥିସହ ହାତଗଣତି ଲୋକଙ୍କୁ ଛାଡିଦେଲେ ବର୍ତମାନ ସ୍ଥିତିରେ କେବଳ ଧାମରା ଅଂଚଳବାସୀ ନୁହନ୍ତି, ବାଲେଶ୍ୱର କେଉଁଝର ଏବଂ ଅନ୍ୟାନ୍ୟ ଜିଲ୍ଲାର ଟ୍ରକ ଏବଂ ଟିପ୍ପର ଗୁଡିକ ଧାମରା ବନ୍ଦର ମଧ୍ୟରେ ଲୁହା ପଥର , କୋଇଲା ,ଜିପସମ,ଚୁନ ପଥରେ ଇତ୍ୟାଦି ପରିବହନରେ ଭାଗିଦାର ଅଛନ୍ତି। ସଂପୃକ୍ତ ବ୍ୟକ୍ତି ଜଣଙ୍କର ଏପରି ମନ୍ତବ୍ୟକୁ ଧାମରା ଅଂଚଳବାସୀ ବିରୋଧ କରିବା ସହ ଏଭଳି ହୀନ ମାନସିକତାକୁ ବିରୋଧ କରିଛନ୍ତି।ସଂପୃକ୍ତ ବ୍ୟକ୍ତି ଜଣକ ଅନ୍ୟ ଏକ ରାଜନୈତିକ ଦଳର ହୋଇଥିବା ବେଳେ ସଂପୃକ୍ତ ବ୍ୟକ୍ତି ବିଶେଷ ବିଜେପି ରାଜ୍ୟ ସଭାପତିଙ୍କ ପ୍ରତି ଏଭଳି ଦାୟିତ୍ୱ ହୀନ ମନ୍ତବ୍ୟକୁ ଆମେ ଘୋର ବିରୋଧ କରୁଛୁ। ସଂପୃକ୍ତ ବ୍ୟକ୍ତି ବିଶେଷ ଦେଇଥିବା ମନ୍ତବ୍ୟ ଭଦ୍ରକ ଜିଲ୍ଲାକୁ ଭାଗ ଭାଗ କରି ନିଜର ରାଜନୈତିକ ଫାଇଦା ହାସଲ କରିବାକୁ ଚେଷ୍ଟା କରୁଥିବାରୁ ସଂପୃକ୍ତ ବ୍ୟକ୍ତି ବିଶେଷ ଏଭଳି ମାନସିକତାରୁ କ୍ଷାନ୍ତ ରହିବା ଦରକାର ବୋଲି ମତ ପ୍ରକାଶ ପାଇଥିଲା। ଆଜି ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଚନ୍ଦ୍ରଶେଖର ଜେନା, ବିପିନ ବେହେରା, କାର୍ତିକ ଗୁଡିଆ, ପ୍ରଦ୍ୱୀପ ରାଉତ, ଭରତ ସାହୁ, ସୁକୁମାର ଦାସ, ଗଣେଷ ସେଠୀ, ସୁକାନ୍ତ ସେଠୀ, ବାପୁଜୀ ମାଝୀ,ରାଜେନ୍ଦ୍ର ମହାଳିକ, ବିଜୁ ମାହୁନ୍ତ,ସରୋଜ ସେଠୀ,ମନୋଜ ଲେଙ୍କା,ବିଜୟ ପ୍ରତାପ ଜେନା,ତାପସ ନାୟକ ଙ୍କ ସମେତ ବହୁ ଅଂଚଳବାସୀ ଉପସ୍ଥିତ ରହିବା ସହ ଅଂଚଳବାସୀଙ୍କ ପ୍ରତିଦେଇଥିବା ଏଭଳି କଟୁ ମନ୍ତବ୍ୟରୁ ଜୈନିକ ବ୍ୟକ୍ତି ବିଶେଷ କ୍ଷାନ୍ତ ରହିବା ଦରକାର ବୋଲି ମଧ୍ୟ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.