Home ଜିଲ୍ଲା ପରିକ୍ରମା ଧାମରାରେ ୯କୋଟି ଟଙ୍କାର ବସଷ୍ଟାଣ୍ଡ ଲୋକାର୍ପିତ କେବେ!

ଧାମରାରେ ୯କୋଟି ଟଙ୍କାର ବସଷ୍ଟାଣ୍ଡ ଲୋକାର୍ପିତ କେବେ!

22

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ରେ ୨୦୨୪ ମସିହାରେ ନିର୍ମାଣ ହୋଇଥିବା ବସଷ୍ଟାଣ୍ଡ ଲୋକାର୍ପଣକୁ ନେଇ ପ୍ରଶ୍ନବାଚୀ ହୋଇ ପଡିଛି। ବହୁ ବାଦାନୁବାଦ ପରେ ଧାମରାରେ ଥିବା ୩୩୪ ଏବଂ ୩୩୬ ପ୍ଲଟରେ ୫ଏକର ପରିମିତ ସ୍ଥାନରେ ଏହି ବସଷ୍ଟାଣ୍ଡ ନିର୍ମାଣ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୪.୫ କୋଟି ପରେ ଦ୍ୱିତୀୟ ପର୍ଯ୍ୟାୟରେ ୫କୋଟି ବ୍ୟୟ ବରାଦରେ ଏହା ନିର୍ମାଣ କରାଯାଇଥିଲା। ଦୀର୍ଘ ୧ବର୍ଷ ହେବ ଏହି ବସଷ୍ଟାଣ୍ଡ ନିର୍ମାଣ ହୋଇ ସାରିଥିଲେ ମଧ୍ୟ ସଂପୃକ୍ତ ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ପାଇଁ ଏହାକୁ ଓଏସଆରଟିସି କୁ ହସ୍ତାନ୍ତର କରିବାରେ ବିଳମ୍ବ ହୋଇଥିଲା। ହସ୍ତାନ୍ତର ପୂର୍ବରୁ ବସଷ୍ଟାଣ୍ଡ ପାଇଁ ନିର୍ମାଣ ହୋଇଥିବା ପାଚେରୀରେ ବହୁ ସ୍ଥାନରେ ଫାଟ ଦେଖା ଯାଇଥିଲା। ମାତ୍ର ସଂପୃକ୍ତ ଠିକାଦାର ଏହାକୁ ରାତି ଅଧିଆ ଯେନତେନ ପ୍ରକାର ପ୍ୟାଚ ପକାଇ ରଙ୍ଗ ମାଖି ଦେଇଥିଲେ। ପୁନଶ୍ଚ ରାଜ୍ୟରେ ବିଜେଡି ସରକାରର ପତନ ଘଟିବା ପରେ ବିଜେପି ରାଜ୍ୟରେ ସରକାର ଗଢିଥିଲା।ସମସ୍ତ ଆଶା ରଖିଥିଲେ ବିଜେପି ସରକାର ଆସିବା ପରେ ଧାମରାରେ ବସଷ୍ଟାଣ୍ଡ ଲୋକାର୍ପିତ ହେବ ବୋଲି ମାତ୍ର ଏହି ବସଷ୍ଟାଣ୍ଡର ରଙ୍ଗ ବିଜେଡି ସମୟରେ ସବୁଜ ହୋଇଥିବା ବେଳେ ବିଜେପି ସରକାର ଆସିବା ପରେ ଏହା ଗେରୁଆ ରଙ୍ଗରେ ରଙ୍ଗେଇ ହେଲା । ମାତ୍ର କଥା ଏଇଠି ସରିଲା ନାହିଁ ପୁନଶ୍ଚ ଅଂଚଳବାସୀ ଏହି ବସଷ୍ଟାଣ୍ଡ କାର୍ଯ୍ୟ ନିମ୍ନ ମାନର ବୋଲି ଅଭିଯୋଗ ଆଣିଲେ ଏବଂ ଏହା ପୁଣି ବାଣିଜ୍ୟ ବିଭାଗ ସଚିବଙ୍କ ନିକଟରେ ମାତ୍ର ବାଣିଜ୍ୟ ବିଭାଗ ସଚିବଙ୍କ ନିର୍ଦେଶରେ ଏହାର ତଦନ୍ତ ହେବ ବୋଲି ଅଭିଯୋଗ କାରୀ ମାନଙ୍କୁ ଅବଗତ କରାଯାଇଥିଲା। ଦୀର୍ଘ ୧ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ତଦନ୍ତ ନାଲିଫିତା ତଳେ ରହିଯାଇଛି। ଅନ୍ୟ ପକ୍ଷରେ ସଂପୃକ୍ତ ଠିକାଦାର ଓଏସଆରଟିସି କୁ ଏହି ବସଷ୍ଟାଣ୍ଡ ହସ୍ତାନ୍ତର କରିସାରିଛି। ଦୀର୍ଘ ୮ମାସ ହେବ ଏହି ବସଷ୍ଟାଣ୍ଡ ହସ୍ତାନ୍ତର ହୋଇଥିଲେ ମଧ୍ୟ ସଂପୃକ୍ତ ବସଷ୍ଟାଣ୍ଡ ଟି ଲୋକାର୍ପିତ ହୋଇ ପାରୁ ନାହିଁ। ଧାମରାରୁ ଦୈନଦିନ ଶହ ଶହ ସଂଖାରେ ଯାତ୍ରୀ ଭଦ୍ରକ,କଟକ ,ଭୂବନେଶ୍ୱର,ରାଉରକେଲା,ବାଲେଶ୍ୱର କୋଲକାତା ,କାନ୍ଥି ଆଦି ସ୍ଥାନକୁ ଯାତାୟତ କରୁଥିବା ବେଳେ ବହୁ ଆନ୍ତରାଜ୍ୟ ବସ ମଧ୍ୟ ଯାତାୟତ କରୁଛି। ଏହି ବସ ଗୁଡିକର ସଂଖ୍ୟା ୨୫ରୁ ଉର୍ଦ୍ଧ ହୋଇଥିବା ବେଳେ କିଛି ବସ ଧାମରା ରାସ୍ତା ପାଖରେ ଏବଂ କିଛି ବସ ଆଦାନୀ ବନ୍ଦର ଗେଟ ପାଖରେ ତ ଆଉ କିଛି ବସ ଗୁଡିକ ରାତ୍ରି ସମୟରେ ଚନ୍ଦନୀପାଳ ପ୍ରତିରକ୍ଷା ଘାଟି ନିକଟରେ ରହୁଥିବା ଦୃଷ୍ଟି ଗୋଚର ହେଉଛି। ତୁରନ୍ତ ଏହି ବସଷ୍ଟାଣ୍ଡ ଲୋକାର୍ପିତ ହୋଇ ପାରିଲେ ସମସ୍ତ ସମସ୍ୟାର ସମାଧାନ ହେବା ସହ ଧାମରା ବସଷ୍ଟାଣ୍ଡରୁ ସମସ୍ତ ବସ ଆତଯାତ ହେବା ସହ ସମସ୍ତ ଯାତ୍ରୀ ମାନଙ୍କର ଯାତାୟତ ସମସ୍ୟା ଦୂରୀଭୂତ ହୋଇ ପାରନ୍ତା। ତୁରନ୍ତ ଭଦ୍ରକ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.