Home ଜିଲ୍ଲା ପରିକ୍ରମା ଧାମରାରେ ସାଇବର ଠକେଇ ପୁଲିସ ଚୁପ,ରାତାରାତି ମଧ୍ୟସ୍ଥି ମାଧ୍ୟମରେ ଠକେଇ, ଟଙ୍କା ଦେବାର ପ୍ରତିଶ୍ରୁତି ପରେ...

ଧାମରାରେ ସାଇବର ଠକେଇ ପୁଲିସ ଚୁପ,ରାତାରାତି ମଧ୍ୟସ୍ଥି ମାଧ୍ୟମରେ ଠକେଇ, ଟଙ୍କା ଦେବାର ପ୍ରତିଶ୍ରୁତି ପରେ ଛାଡ ପାଇଲେ ଅଟକ ରହିଥିବା ଯୁବକ

6

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ସାଇବର ଠକେଇର ପର୍ଦାଫାଶ କରିବା ପୂର୍ବରୁ ପ୍ରଶାସନ ସବୁ ଜାଣି ମଧ୍ୟ ନୀରବଦ୍ରଷ୍ଟା ସାଜିଛି। ପ୍ରାପ୍ତ ଖବର ଅନୁଯାଇ ଧାମରା ମକର ମେଳା ସମୟରେ ଏକ ସାଇବର ଠକେଇ ଗ୍ରୁପ ଧାମରା, ବାଂଶଡା ,ଦୋସିଙ୍ଗା ଏବଂ କଇଥଖୋଲା ଠାରେ ଥିବା ମଦ ଦୋକାନକୁ ଟାର୍ଗେଟ କରିଥିଲେ। ଏହି ଦୋକାନରୁ ସଂପୃକ୍ତ ଯୁବକ ମାନେ ଯାଇ ନାମୀଦାମୀ ମଦ ଆଣିବା ସହ ଫୋନପେ/ଗୁଗୁଲପେ ମାଧ୍ୟମରେ ନିଜର ପ୍ରାପ୍ୟ ପ୍ରଦାନ କରୁଛନ୍ତି ବୋଲି କହିବା ସହ ନିଜର ଠକାମିର ପରାକାଷ୍ଠା ଦେଖାଇ କେବଳ ନିଜ ମୋବାଇଲରେ ସଂପୃକ୍ତ ଦୋକାନୀଙ୍କୁ ଟଙ୍କା ଦେଲେ ବୋଲି ଫୋନ ପେ, ଗୁଗୁଲ ପେ ମାଧ୍ୟମରେ ପେମେଂଟ ହୋଇ ଯାଇଛି ବୋଲି ଦେଖାଇ ଥାନ୍ତି। ଏହି ଭଳି ଏହି ଗ୍ରୁପ ର ସଦସ୍ୟ ମାନେ ୪ଟି ପଂଚାୟତରେ ଥିବା ମଦ ଦୋକାନ ଏବଂ ଅନ୍ୟ ଦୋକାନ ମାନଙ୍କରୁ ବହୁ ଦାମୀସାମଗ୍ରୀ ମଧ୍ୟ ହାସଲ କରିଥିଲେ। ଗତ ରବିବାର ଦିନ ସେହି ଗ୍ରୁପର କିଛି ସଦସ୍ୟ ଏହି ଅଂଚଳର ଏକ ମଦ ଦୋକାନକୁ ଯାଇ ଦାମିକା ମଦ ଆଣିବା ସହ ଫୋନ ପେ ମାଧ୍ୟମରେ ପେମେଂଟ କରିଥିଲେ । ମାତ୍ର ସଂପୃକ୍ତ ଦୋକାନୀର ସନ୍ଦେହ ହେବାରୁ ସେ ତୁରନ୍ତ ମଦ ଆଣିବାକୁ ଯାଇଥିବା ଯୁବକ ମାନଙ୍କୁ ସେଠାରେ ଅଟକ ରଖିଥିଲା। ଏହି ଘଟଣାରେ ଧାମରା , ଜାଗୁଳା, ଦୋସିଙ୍ଗା ଅଂଚଳର ବହୁ ବ୍ୟକ୍ତି ବିଶେଷ ସଂଶ୍ଳିଷ୍ଟ ଥିବା ଜଣା ଯାଇଛି। ସଂପୃକ୍ତ ମଦ ଦୋକାନୀ ସେହି ଯୁବକ ମାନଙ୍କୁ ଅଟକ ରଖିବା ପରେ ଏହି ଘଟଣା ପ୍ରଚାର ହୋଇ ଯାଇଥିଲା। ପରେ ସେହି ଯୁବକ ମାନଙ୍କ ଅଭିଭାବକ ଆସି ସେହି ମଦ ଦୋକାନୀ ପାଖରେ ମାନି ରହିବା ସହ ସଂପୃକ୍ତ ମଦ ଦୋକାନ ରୁ କେତେ ଟଙ୍କା ସାଇବର ଠକେଇ ମାଧ୍ୟମରେ ହୀରାଫେରି କରିଥିଲେ ତାହା ଦେବାକୁ କହିବାରୁ ସଂପୃକ୍ତ ଦୋକାନୀ ସେହି ଯୁବକ ମାନଙ୍କୁ ଛାଡିଥିଲା। ପରେ ଏହି ଖବର ପ୍ରଚାର ପ୍ରସାର ନ କରିବା ପାଇଁ ଅନ୍ୟ ଏକ ଗୋଷ୍ଠୀ ମଧ୍ୟ ସଂପୃକ୍ତ ଯୁବକଙ୍କ ପରିବାର ପାଖରୁ କିଛି ଅର୍ଥ ଦାବୀ କରିଥିଲେ। ଏହି ଘଟଣାରେ ବାଂଶଡା, ଧାମରା ଏବଂ ଧାମରା ମେରାଇନ ଅଂଚଳର ଯୁବ ଗୋଷ୍ଠୀ ସାମିଲ ଥିବା ଜଣାଯାଇଛି। ମାତ୍ର ଏ ନେଇ ସଂପୃକ୍ତ ଥାନାରେ ଖବର ପହଂଚିବା ପରେ ମଧ୍ୟ ପୁଲିସ ପ୍ରଶାସନ ଏ ବିଷୟରେ କିଛି ଅଭିଯୋଗ ହୋଇ ନଥିବା କହିଥିଲେ। ଭଦ୍ରକ ଜିଲ୍ଲାପାଳ ,ଏବଂ ଆରକ୍ଷୀ ଅଧୀକ୍ଷକ ତୁରନ୍ତ ଏହି ଘଟଣାରେ ତଦନ୍ତ କରି ସଂଶ୍ଳିଷ୍ଠ ଥିବା ଯୁବକ ମାନଙ୍କୁ ଗିରଫ କରିପାରିଲେ ବହୁ ତଥ୍ୟ ପଦାକୁ ଆସିବା ସହ ଏହି ଗ୍ରୁପର ଚେର କେଉଁଠୁ କେତେବାଟ ଲମ୍ବିଛି ତାହାର ସତ୍ୟାସତ୍ୟ ମଧ୍ୟ ଜଣାପଡିବା ସହ ସାଧାରଣ ଲୋକେ ଏଭଳି ଠକାମିରୁ ରକ୍ଷା ପାଇବେ ବୋଲି ଚର୍ଚ୍ଚା ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.