ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ହୋଇଥିବା ଏକ ସଡକ ଦୁର୍ଘଟଣାରେ ୨ଜଣ ପ୍ରାଣ ହରାଇଛନ୍ତି। ମୃତକ ୨ଜଣ ଦୋସିଙ୍ଗା ପଂଚାୟତର। ପ୍ରାପ୍ତ ଖବର ଅନୁଯାଇ ବୁଧବାର ଦିନ ଦୋସିଙ୍ଗା ପଂଚାୟତର ପ୍ରଦ୍ୟୁତନଗରର ନିରଞ୍ଜନ ଜେନାଙ୍କ ପୁତ୍ର ରାକେଶ ଜେନା ଏବଂ ମଧୁସୂଦନ ଜେନାଙ୍କ ପୁତ୍ର ମାନସ ଜେନା ନିଜ କାର୍ଯ୍ୟରେ ଚାନ୍ଦବାଲି ଯାଉଥିବା ସମୟରେ ଧାମରା ପୋର୍ଟ ରୋଡ୍ ଗୁଆଁଳ ଛକ ଟିକଟରେ କୌଣସି କାରଣ ବଶତ ଦୁର୍ଘଟଣା ଘଟିଥିଲା ଏବଂ ସେହି ଠାରେ ଦୁଇଜଣ ବାଇକରୁ ରାସ୍ତା ତଳକୁ ଖସି ପଡିଥିଲେ । ଏହି ସମୟରେ ଧାମରା ସାମୁଦ୍ରିକ ଥାନାର ଥାନାଧିକାରିଣୀ ପ୍ରିୟଦର୍ଶନୀ ଖଟୁଆ ପେଟ୍ରୋଲିଂ କରିବାକୁ ଯାଉଥିବା ସମୟରେ ଖବର ପାଇ ଦୁର୍ଘଟଣା ସ୍ଥଳରେ ପହଂଚି ପ୍ରଥମେ ୧୦୮ ଆମ୍ବୁଲାନ୍ସ ଏବଂ ପରେ ଧାମରା ବନ୍ଦର ଆମ୍ବୁଲାନ୍ସକୁ ଫୋନ କରିଥିଲେ ମାତ୍ର ୧୦୮ ଆମ୍ବୁଲାନ୍ସ ଥବା ଧାମରା ବନ୍ଦର ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଂଚି ନଥିଲା। ବାଧ୍ୟ ହୋଇ ଥାନାଧିକାରିଣୀ ଧାମରା ଥାନାକୁ ଫୋନ କରି ଆଉ ଗୋଟିଏ ଗାଡି ମଗାଇ ୨ଜଣଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ମାତ୍ର ସେଠାରେ ପହଂଚିବା ପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣାରେ ସଠିକ କାରଣ ଜଣା ପଡି ନଥିବା ବେଳେ ଏ ନେଇ ଏକ ଅପମୃତ୍ୟୂ ମାମଲା ରୁଜୁ ହୋଇ ତଦନ୍ତ ଜାରୀ ରହିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ମୃତ୍ୟୁ ଘଟିଥିବା ୨ଜଣ ଦାଦା ଏବଂ ପୁତୁରା ।
Home ଜିଲ୍ଲା ପରିକ୍ରମା ଧାମରାରେ ସଡକ ଦୁର୍ଘଟଣା, ଦୁର୍ଘଟଣାରେ ସହାୟ ହେଲେ ସାମୁଦ୍ରିକ ଥାନା ଆଇଆଇସି, ପ୍ରାଣ ହରାଇଲେ ଦାଦା...








