Home ଜିଲ୍ଲା ପରିକ୍ରମା ଧାମରାରେ ସଡକ ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ମୃତ୍ୟୁ

ଧାମରାରେ ସଡକ ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ମୃତ୍ୟୁ

11

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ବଳଭଦ୍ରପ୍ରସାଦ ଠାରେ ଗତକାଲି ଏକ ସଡକ ଦୁର୍ଘଟଣାରେ ଆହତ ହୋଇଥିବା ଯୁବକଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ଖବର ଅନୁଯାଇ ବିଷ୍ଣୁପଦ ଦେ ଙ୍କ ପୁଅ ଟିକିନା(୨୫) ବଳଭଦ୍ରପ୍ରସାଦ ଛକ ଠାରେ ନିଜ ବାଇକ ରେ ବସିଥିବା ବେଳେ କଇଥଖୋଲା ପଟରୁ ଆସୁଥିବା ଏକ କାର ସଂପୃକ୍ତ ଯୁବକଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରୁ ସ୍ଥାନୀୟ ବାସିନ୍ଦା ଗୁରୁତ୍ୱର ଆହାତ ହୋଇଥିବା ଟିକିନାଙ୍କୁ ପ୍ରଥମେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଅବସ୍ଥା ଜଟିଳ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ। ମାତ୍ର କଟକରେ ଚିକିତ୍ସିତ ହେଉଥିବା ବେଳେ ସେଠାରେ ଟିକିନାଙ୍କ ମୃତ୍ୟୂ ଘଟିଛି। ଘଟଣା ଘଟାଇଥିବା ଗାଡିର ଚାଳକ ଫେରାର ଥିବା ବେଳେ ତୁରନ୍ତ ସଂପୃକ୍ତ ଯୁବକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ ଜଣାଇଛନ୍ତି। ଏ ନେଇ ଧାମରା ସାମୁଦ୍ରିକ ଥାନାରେ ଏକ କେସ ରୁଜୁ ହୋଇଥିବା ବେଳେ ଅଧିକ ତଦନ୍ତ ଜାରୀ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.