Home ଜିଲ୍ଲା ପରିକ୍ରମା ଧାମରାରେ ରାସାୟନିକ ବିସ୍ପୋରଣରେ ୨ ଆହତ, କ୍ଷେପଣାସ୍ତ୍ରର ଭଗ୍ନାବଶେଷ ଗରମ କରୁଥିବା ବେଳେ ବିସ୍ପୋରଣ ହୋଇଥିବା...

ଧାମରାରେ ରାସାୟନିକ ବିସ୍ପୋରଣରେ ୨ ଆହତ, କ୍ଷେପଣାସ୍ତ୍ରର ଭଗ୍ନାବଶେଷ ଗରମ କରୁଥିବା ବେଳେ ବିସ୍ପୋରଣ ହୋଇଥିବା ସନ୍ଦେହ

33

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ବଜାରରେ ଏକ ରାସାୟନିକ ବିସ୍ପୋରଣରେ ୨ଜଣ ଆହତ ହୋଇଥିବା ବେଳେ ଆହତଙ୍କ ମଧ୍ୟରୁ ଜଣକ ଅବସ୍ଥା ସଂକଟାପନ୍ନ ହୋଇ ପଡିଛି। ଖବରରୁ ପ୍ରକାଶ ଧାମରା ବଜାର ଠାରେ ଥିବା ସତ୍ୟେନ କାମିଳିଆଙ୍କ ଏକ ଗହଣା ଦୋକାନ ଥିବା ବେଳେ ସେହି ଦୋକାନ ମଧ୍ୟରେ ସେ ବିଭିନ୍ନ ପ୍ରକାର ଭଙ୍ଗା ବ୍ୟାଟେରୀ, ଭଗ୍ନ କ୍ଷେପଣାସ୍ତ୍ର, କେମିକାଲସ ତଥା ଭଙ୍ଗା ଲୁହା ଲକଡ ଆଣି ବେପାର କରିଥାନ୍ତି। ଆଜି ଅପରାହ୍ଣ ୫.୩୦ ମିନଟ ସମୟରେ ଉକ୍ତ ଦୋକାନ ମଧ୍ୟରେ କଇଥଖୋଲା ବାସିନ୍ଦା ସେକ କଇମତ(୭୨)ଏବଂ କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ଗ୍ରାମର ହରିହର ରଣା(୩୫) ସତ୍ୟେନ କାମିଳିଆଙ୍କ ଗୋଦାମ ଘରେ ବିଭିନ୍ନ କେମିକାଲସ ରେ କାର୍ଯ୍ୟ କରୁଥିବା ବେଳେ ସେଥି ମଧ୍ୟରେ ଥିବା ଏକ ଅଫୁଟା କ୍ଷେପଣାସ୍ତ୍ରର କିଛି ଅଂଶକୁ ଗରମ କରୁଥିବା ବେଳେ ସେଥି ମଧ୍ୟରୁ କେମିକାଲସ ବିସ୍ପୋରଣ ହୋଇଥିଲା। ଫଳରେ କାର୍ଯ୍ୟ କରୁଥିବା ହରିହର ରଣାଙ୍କ ଡାହାଣ ଗୋଡ ସଂପୂର୍ଣ ଭାଙ୍ଗି ନଷ୍ଟ ହୋଇଯାଇଥିବା ବେଳେ ସେକ କଇମତ ଙ୍କ ଶରୀର ସଂପୂର୍ଣ ପୋଡି ଯାଇଥିଲା। ଏହି ବିସ୍ପୋରଣ ର ମାତ୍ରା ଏତେ ଥିଲା ଯେ କିଛି ନିଆଁ ବାହାରି ଯାଇ ନିକଟସ୍ଥ ଦୋକାନ ମଧ୍ୟରେ ପଡିଥିଲା। ଫଳରେ ଅନ୍ୟ ଦୋକାନୀ ମଧ୍ୟ ଏହି ବିସ୍ପୋରଣରେ ଆହାତ ହୋଇଥିଲେ। ଘଟଣା ଘଟିବା ପରେ ସ୍ଥାନୀୟ ଦୋକନୀ ଯାଇ ସେକ କଇମତ ଏବଂ ହରିହର ରଣାକୁ ଉଦ୍ଧାର କରି ପ୍ରଥମେ ଧାମରା ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି।ପରେ ଧାମରା ଥାନାଧିକାରୀ ଆସି ସତ୍ୟେନ କାମିଳିଆଙ୍କ ଘର, ଗୋଦାମ ଘର ଏବଂ ବିସ୍ପୋରଣ ସ୍ଥାନ ବୁଲୁ ଦେଖିଥିଲେ। ଧାମରା ବଜାର ମଧ୍ୟରେ ବିଭିନ୍ନ କେମିକାଲସ ରଖିବା ସହ ବିଭିନ୍ନ ପ୍ରକାର ଚୋରୀ କାର୍ଯ୍ୟରେ ଲିପ୍ତ ଥିବା ସତ୍ୟେନ କାମିଳିଆ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଧାମରା ବଜାର ବାସୀ ଦାବି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.