ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମରା ଠାରେ ଭାରତୀୟ ମଜଦୁର ସଂଘ ଏବଂ ଧାମରା ବନ୍ଦର କର୍ମଚାରୀ ସଂଘ ପକ୍ଷରୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ଏବଂ ଅମୃତା ଦେବୀ ବଳିଦାନ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ଭାରତୀୟ ମଜଦୁର ସଂଘ ଏବଂ ଧାମରା ବନ୍ଦର କର୍ମଚାରୀ ସଂଘ ପକ୍ଷରୁ ମା ପାଇଁ ଗଛଟିଏ ଅଭିଯାନରେ ଧାମରା, ଦୋସିଙ୍ଗା ଅଂଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ହୋଇଥିବା ସଭାରେ ଧାମରା ବନ୍ଦର କର୍ମଚାରୀ ସଂଘର ସଭାପତି ଶାନ୍ତନୁ ମହାପାତ୍ର ରାଜସ୍ଥାନର ଯୋଧପୁର ଅଂଚଳର ଅମୃତା ଦେବୀ ରାଜାଙ୍କ ପ୍ରକୋପରୁ ବୃକ୍ଷରାଜିକୁ ରକ୍ଷା କରିବା ପାଇଁ ନିଜ ଜୀବନ ସହ ନିଜର ୩ କନ୍ୟା ସନ୍ତତିଙ୍କ ଜୀବନକୁ ବଳିଦାନ ଦେଇଥିଲେ ସେହି ବିଷୟରେ ସାର ଗର୍ଭକ ଭାଷଣ ଦେଇଥିଲେ। ପରେ ଅନ୍ୟ ମାନଙ୍କ ମଧ୍ୟରେ ଧାମରା ବନ୍ଦର କର୍ମଚାରୀ ସଂଘର ସହ ସଭାପତି ମନୋଜ କୁମାର ବସନ୍ତ ରାୟ, କାର୍ଯ୍ୟକାରୀ ସଭାପତି ଚନ୍ଦ୍ର ଶେଖର ଜେନା, ବିପିନ ବେହେରା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିବା ସହ ଧାମରା ଅଂଚଳ ନୁହେଁ ସାରା ବିଶ୍ୱକୁ ସବୁଜ ବନାନୀ କରିବା ପାଇଁ ନିଜ ନିଜ ବକ୍ତବ୍ୟରେ ଆହ୍ୱାନ ଦେଇଥିଲେ। ହୋଇଥିବା ବୃକ୍ଷ ରୋପଣ ଏବଂ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ମନୋଜ ଲେଙ୍କା,ବିଜୟ ପ୍ରତାପ ଜେନା, ଲକ୍ଷ୍ମୀକାନ୍ତ ଦାସ, ଅଭିମନ୍ୟୁ ଜେନା, ପ୍ରଦ୍ୱୀପ ସେଠୀ, ପ୍ରଦ୍ୱୀପ ସାହୁ, ପ୍ରଦ୍ୱୀପ ରାଉତ, ଶୁଭେନ୍ଦୁ ନାୟକଙ୍କ ସମେତ ଭାରତୀୟ ମଜଦୁର ସଂଘ ଏବଂ ଧାମରା ବନ୍ଦର କର୍ମଚାରୀ ସଂଘର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ସେଷରେ ଚନ୍ଦ୍ର ଶେଖର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।








