ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ପୁରୁଣା ଫାଣ୍ଡି ପଡିଆରେ ରାଜ୍ୟ ସ୍ତରୀୟ ୨୬ତମ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ବିଷ୍ଣୁ ବ୍ରତ ରାଉତରାୟ, ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପ୍ରବଚକ ସଂଗ୍ରାମ ଆଚାର୍ଯ୍ୟ, ଅଭିନେତା ପିୟୁସ ତ୍ରିପାଠୀ ପ୍ରମୁଖ ଅତିଥି ଥିଲେ। ଏଥିରେ ନ?ବାଣିଜ୍ୟର କଥା, ଗାଥା ବିଷୟରେ କୁହାଯାଇଛି। ଏହି ଉତ୍ସବ ଉତ୍କଳୀୟ ନୌବାଣିଜ୍ୟକୁ ବଂଚାଇ ରଖିଛି। ଏଥିପାଇଁ ଓଡିଶାର ସ୍ଥାନ ସାରା ଭାରତରେ ଏକ ସ୍ୱତନ୍ତ ରହିଥିବା ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କମିଟିର ସମ୍ପାଦକ ସମ୍ପଦକୀୟ ବିବରଣୀ ପାଠ କରିଥିଲେ। ଅନ୍ୟ ମାନଙ୍କ ଅଭୟ ପତି, ଅନିଲ ନାୟକ, ଅଶୋକ ଜେନା, ମୁଜିବର ଅଲ୍ଲୀ ଖାନ ଖଗେଶ୍ୱର ମାଝୀ, ସୁଶାନ୍ତ ମାଝୀ, ରାମକୃଷ୍ଣ ଜେନା, ସୁରେଶ ସେଠୀ, ପରୀକ୍ଷିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଦର୍ଶକଙ୍କ ପାଇଁ ନାଚଗୀତର ଆୟୋଜନ ହେଇଥିଲା।








