Home ଓଡ଼ିଶା ଧାମରାରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡୁଛନ୍ତି କୁଢ କୁଢ ଇଲିସି

ଧାମରାରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡୁଛନ୍ତି କୁଢ କୁଢ ଇଲିସି

32

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଥାରେ ଅଛି, ମାଛ ଖାଇବ ଇଲିସି ଚାକିରୀ କରିବ ପୁଲିସି। ଇଲିସି ମାଛର ଦର ଅଧିକା ଥିବାରୁ ସାଧାରଣ ଲୋକଙ୍କ ପାଇଁ ଅନ୍ୟ ଦିନ ଗୁଡିକରେ ଖାଇବା ସମ୍ଭବ ହୋଇନଥାଏ। କିନ୍ତୁ ବର୍ଷାଦିନରେ ସାମାନ୍ୟ ଦର କମିଲେ ମାଛ ବଜାରରେ ଇଲିସି କିଣିବାକୁ ଲାଗେ ଲୋକଙ୍କ ଭିଡ। ଲଗାତର କିଛିଦିନ ହେବ ଭଦ୍ରକ ଧାମରା ମତ୍ସ୍ୟଜୀବୀଙ୍କ ଜାଲରେ ପଡୁଛନ୍ତି ଟନ୍ ଟନ୍ ଇଲିସି। ହେଲେ ନୂଆ ଇଲିସି ପଡିବା କାରଣରୁ ଦର ମଧ୍ୟ ଆକାଶ ଛୁଆଁ ରହିଛି। ବିଗତ ବର୍ଷ ଗୁଡିକରେ ଇଲିସି ଏତେଟା ଦେଖା ଦେଇନଥିଲା। ଏଥର କିନ୍ତୁ ବ୍ୟତିକ୍ରମ ଦେଖିବାକୁ ମିଳିଛି। କିଛିଦିନ ହେବ ଲଗାଣ ବର୍ଷା ଯୋଗୁଁ ଧାମରା ଅଂଚଳର ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ଇଲିସି ମାଛ ପଡୁଛି। ଯାହାକୁ ନେଇ ମତ୍ସ୍ୟଜୀବୀ ବେଶ୍ ଖୁସି ଅଛନ୍ତି। ଛୋଟ ଇଲିସି କମ୍ ପଡୁଥିବାବେଳେ ଅଧିକ ବଡ ଇଲିସି ଗୁଡିକ ଜାଲରେ ପଡୁଛନ୍ତି। ବଡ ଇଲିସିର ଚାହିଦା ମଧ୍ୟ ସବୁଠି ଅଧିକ ରହିଛି। ୧ କେଜିରୁ ଦେଢ କିଲୋ ଓଜନର ଇଲିସି ଗୁଡିକ ୧୫ ଶହରୁ ୨ ହଜାର ଟଙ୍କାରେ ବିକ୍ରି ହେଉଛି। ୧ କେଜିରୁ କମ୍ ଓଜନର ଇଲିସି ୧୨ ଶହ ଓ ଅଧକିଲୋରୁ ୬ ଶହ ଓଜନର ଇଲିସି ୬ ଶହ ଟଙ୍କାରେ ବିକ୍ରି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.